କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ ପାଇଁ ତାଙ୍କ ଫିଲ୍ମକୁ ସମସ୍ତେ ପସନ୍ଦ କରନ୍ତି। ଆଜି ସେ ଆମ ସହିତ ନାହାନ୍ତି ସତ, ହେଲେ ସେପ୍ଟେମ୍ବର ୪ରେ ଜନ୍ମ ନେଇଥିବା ଏହି ମହାନ୍‌ କଳାକାରଙ୍କୁ ଏବେବି ଦର୍ଶକ ମନେ ରଖିଛନ୍ତି। ତାଙ୍କ କ୍ରୋଧ ବିଷୟରେ କାହାକୁ ବା ଅଜଣା । ରଣବୀର କପୁର ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ, ଥରେ ବାପା ରାଗି ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ତେବେ ରଣବୀରଙ୍କ ଏପରି କ’ଣ ଭୁଲ ଥିଲ,ା ଯାହା ତାଙ୍କ ବାପା ସହି ପାରି ନଥିଲେ।

ଯିଏ ରିଷିଙ୍କୁ ଜାଣିଛନ୍ତି ସେ ଏହା ମଧ୍ୟ ଜାଣିଥିବେ ଯେ, ସେ କୌଣସି ଭୁଲ କଥାକୁ ବରଦାସ୍ତ କରନ୍ତି ନାହିଁ । ଗଣମାଧ୍ୟମ ଆଗରେ ସେ ଅନେକ ଥର ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ଏହା ହେଉଛି ସେହି ସମୟର କଥା, ଯେତେବେଳେ ରଣବୀରଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ରିଷି ଥରେ ତାଙ୍କ ଘରେ ପୂଜା ରଖିଥିଲେ। ଘରର ସମସ୍ତ ଲୋକ ପୂଜାରେ ଉପସ୍ଥିତ ଥିଲେ। ତା’ପରେ ରଣବୀର ମଧ୍ୟ ପୂଜାରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ରଣବୀରଙ୍କୁ ଦେଖି ତାଙ୍କ ବାପା ବହୁତ ରାଗିଯାଇ ଗାଲରେ ଠୋ କରି ଶକ୍ତ ଚାପୁଡ଼ା ମାରିଥିଲେ।

କାରଣ ରଣବୀର ପୂଜାକୁ ଜୋତା ପିନ୍ଧି ଆସିଥିଲେ। ରଣବୀର ଜାଣି ନ ଥିଲେ ଯେ, ପୂଜାରେ ଜୋତା ପିନ୍ଧି ବସିବା କଥା ନୁହେଁ। ପୁଅକୁ ଦେଖିବା ମାତ୍ରେ ସେ ରାଗିଯାଇ ତାଙ୍କୁ ମାରିଥିଲେ। ପରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri