କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ ପାଇଁ ତାଙ୍କ ଫିଲ୍ମକୁ ସମସ୍ତେ ପସନ୍ଦ କରନ୍ତି। ଆଜି ସେ ଆମ ସହିତ ନାହାନ୍ତି ସତ, ହେଲେ ସେପ୍ଟେମ୍ବର ୪ରେ ଜନ୍ମ ନେଇଥିବା ଏହି ମହାନ୍‌ କଳାକାରଙ୍କୁ ଏବେବି ଦର୍ଶକ ମନେ ରଖିଛନ୍ତି। ତାଙ୍କ କ୍ରୋଧ ବିଷୟରେ କାହାକୁ ବା ଅଜଣା । ରଣବୀର କପୁର ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ, ଥରେ ବାପା ରାଗି ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ତେବେ ରଣବୀରଙ୍କ ଏପରି କ’ଣ ଭୁଲ ଥିଲ,ା ଯାହା ତାଙ୍କ ବାପା ସହି ପାରି ନଥିଲେ।

ଯିଏ ରିଷିଙ୍କୁ ଜାଣିଛନ୍ତି ସେ ଏହା ମଧ୍ୟ ଜାଣିଥିବେ ଯେ, ସେ କୌଣସି ଭୁଲ କଥାକୁ ବରଦାସ୍ତ କରନ୍ତି ନାହିଁ । ଗଣମାଧ୍ୟମ ଆଗରେ ସେ ଅନେକ ଥର ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ଏହା ହେଉଛି ସେହି ସମୟର କଥା, ଯେତେବେଳେ ରଣବୀରଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ରିଷି ଥରେ ତାଙ୍କ ଘରେ ପୂଜା ରଖିଥିଲେ। ଘରର ସମସ୍ତ ଲୋକ ପୂଜାରେ ଉପସ୍ଥିତ ଥିଲେ। ତା’ପରେ ରଣବୀର ମଧ୍ୟ ପୂଜାରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ରଣବୀରଙ୍କୁ ଦେଖି ତାଙ୍କ ବାପା ବହୁତ ରାଗିଯାଇ ଗାଲରେ ଠୋ କରି ଶକ୍ତ ଚାପୁଡ଼ା ମାରିଥିଲେ।

କାରଣ ରଣବୀର ପୂଜାକୁ ଜୋତା ପିନ୍ଧି ଆସିଥିଲେ। ରଣବୀର ଜାଣି ନ ଥିଲେ ଯେ, ପୂଜାରେ ଜୋତା ପିନ୍ଧି ବସିବା କଥା ନୁହେଁ। ପୁଅକୁ ଦେଖିବା ମାତ୍ରେ ସେ ରାଗିଯାଇ ତାଙ୍କୁ ମାରିଥିଲେ। ପରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri