Posted inଖେଳ

କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ

ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ କୁମ୍ବଲେ ଜଣେ ଉପଯୁକ୍ତ ପାର୍ଥୀ। କିନ୍ତୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ପଦ ଲାଗି ପାଉଣା ବୃଦ୍ଧି କରିବା ଆବଶ୍ୟକ ରହିଛି ବୋଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି। ‘ମୁଁ ଭାବୁଛି ଅନିଲ କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ହୋଇପାରନ୍ତି। ସେ ଏଭଳି ଜଣେ ବ୍ୟକ୍ତି ଯିଏକି ଖେଳାଳି ଭାବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ଙ୍କ ସହ ଭାବ ବିନିମୟ କରିଛନ୍ତି। ସେହିଭଳି କୋଚ୍‌ ଭାବେ ଯୁବ ଖେଳାଳିଙ୍କ ସହ ମିଶିଛନ୍ତି’ ବୋଲି ସେହ୍ବାଗ ଏଠାରେ ଏକ ନୂଆ ଆପ୍‌ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ସେହ୍ବାଗ ଆହୁରି ମଧ୍ୟ କହିଛନ୍ତି, ‘ଯେତେବେଳେ ସେ ଦଳକୁ ପ୍ରତ୍ୟାବର୍ତ୍ତନ (୨୦୦୭-୦୮ ଅଷ୍ଟ୍ରେଲିଆ ସିରିଜ) କରିଥିଲେ, ଅଧିନାୟକ କୁମ୍ବଲେ ତାଙ୍କ ରୁମ୍‌କୁ ଆସି କହିଥିଲେ ଆଗାମୀ ୨ଟି ସିରିଜ ପର୍ଯ୍ୟନ୍ତ ମୋତେ ବାଦ୍‌ ଦିଆଯିବ ନାହିଁ। ଜଣେ ଖେଳାଳିକୁ ଏହିଭଳି ମନୋବଳ ବଢ଼ାଇବାର ଆବଶ୍ୟକତା ରହିଥାଏ। କିନ୍ତୁ ଚୟନ କମିଟିର ଅଧ୍ୟକ୍ଷଙ୍କ ପାଉଣା ଏବେ ବାର୍ଷିକ ଏକ କୋଟି ଟଙ୍କା ରହିଛି। ଯଦି ବିସିସିଆଇ ଏଥିରେ ବୃଦ୍ଧି କରେ ତେବେ ଅଧିକରୁ ଅଧିକ ଖେଳାଳି ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ’ ବୋଲି ନଜଫଗଡ଼ର ନଓ୍ବାବ ଭାବେ ପରିଚିତ ସେହ୍ବାଗ ଏହା କହିଛନ୍ତି। ୨୦୧୭ରେ ବିସିସିଆଇ ସମ୍ପାଦକ ଓ ସ୍ବର୍ଗତ ଡ. ଏମ୍‌.ଭି. ଶ୍ରୀଧର (ଜିଏମ୍‌, କ୍ରିକେଟ୍‌ ଅପରେଶନ) ମୋତେ ଜାତୀୟ ଦଳର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିବାକୁ କହିଥିଲେ। ତେଣୁ ସେତେବେଳେ ମୁଁ ଏହି ସମ୍ମାନଜନକ ପଦ ପାଇଁ ଆଦେଦନ କରିଥିଲି। କିନ୍ତୁ ଏଥର ମୋତେ କେହି କହି ନ ଥିବାରୁ ମୁଁ ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କଲି ନାହିଁ ବୋଲି ସେହ୍ବାଗ ଏହି ଅବସରରେ ପ୍ରକାଶ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ନେଇ ସେହ୍ବାଗ କହିଛନ୍ତି, ଯଦି ଭାରତ ୫ ଜଣ ବୋଲରଙ୍କୁ ନେଇ ଖେଳିବ ତାହାଲେ ଚୂଡ଼ାନ୍ତ ଏକାଦଶରେ ଅଜିଙ୍କ୍ୟ ରାହାନେଙ୍କୁ ସୁଯୋଗ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?