କୁନି ମ୍ୟାଜିସିଆନ ସାରା ଦର୍ଶକଙ୍କୁ କରୁଛନ୍ତି ମତୁଆଲା

ଭୁବନ, ୪।୧୧(ଡି.ଏନ.ଏ.) ବୟସ ମାତ୍ର ୫। ଅଥଚ ଦର୍ଶକଙ୍କ ଆଖି ଆଗରେ ଇନ୍ଦ୍ରଜାଲ ସୃଷ୍ଟି କରିବାରେ ସେ ବେଶ୍‌ ପାରଙ୍ଗମ। ପିଲାମାନଙ୍କ ଖେଳିବୁଲିବା ବୟସରେ ମ୍ୟାଜିକ୍‌ ଭଳି ଜଟିଳ ବିଷୟକୁ ଅତି ସହଜରେ କରାୟତ୍ତ କରିଥିବା ଏହି କୁନି ଝିଅ ହେଲେ ଭୁବନ ଅଞ୍ଚଳର ସାରା ସାହୁ।
କୁହାଯାଏ କଳା ହେଉଛି ଈଶ୍ୱରପ୍ରଦତ୍ତ ପ୍ରତିଭା, ଯାହା ପ୍ରବାହିତ ହେଉଛି ସାରାଙ୍କ ରକ୍ତରେ। ସାରାଙ୍କ ବାପା ଶକ୍ତି ପ୍ରସାଦ ସାହୁ ପେସାରେ ଜଣେ ଇଞ୍ଜିନିୟର। ହେଲେ ରାଜ୍ୟର ପ୍ରତିଷ୍ଠିତ ମ୍ୟାଜିସିଆନ ଭାବେ ସେ ବେଶ୍‌ ପରିଚିତ। ଏଥିରେ ପିଲାଟି ଦିନରୁ ପ୍ରଭାବିତ ହୋଇଛନ୍ତି ସାରା। ପ୍ରାୟ ବର୍ଷେ ହେଲା ସେ ବାପାଙ୍କଠାରୁ ଶିଖୁଛନ୍ତି ମ୍ୟାଜିକ୍‌। ଗତ ଶନିବାର ଭୁବନ କାଳୀବଜାର ବଣିକ ସଂଘ ପକ୍ଷରୁ ଆୟୋଜିତ ୪୦ତମ ବାର୍ଷିକ ଉତ୍ସବକୁ ଆମନ୍ତ୍ରିତ ହୋଇ ଆସିଥିଲେ ସାରା। ଆଉ ଅତି ଚମତ୍କାର ଶୈଳୀରେ ତାଙ୍କ ହାତର କରିସ୍ମାରେ ସେ କରିଥିଲେ ଦର୍ଶକଙ୍କ ମନୋରଞ୍ଜନ। ସେ ତାସ୍‌, କୋଲଡ୍ରିଙ୍କସ୍‌କୁ ନେଇ ଅତି ସୁନ୍ଦର ଭାବେ ମ୍ୟାଜିକ୍‌ ଦେଖାଇଥିଲେ, ଯାହା ଦର୍ଶକଙ୍କ ବେଶ୍‌ କରତାଳି ସାଉଁଟିଥିଲା।
ସୂଚନାଯୋଗ୍ୟ, ସାରା ଭୁବନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାରମ୍ଭ ଶ୍ରେଣୀର ଛାତ୍ରୀ। ବାପାଙ୍କଠାରୁ ଶିଖିଥିବା ମ୍ୟାଜିକ୍‌କୁ ସେ ପ୍ରଥମେ ସ୍କୁଲର ସହପାଠୀଙ୍କ ନିକଟରେ ପ୍ରଦର୍ଶନ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ତାଙ୍କର ଯାଦୁବିଦ୍ୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ବୟସରୁ ଏପରି ନିଆରା କଳାର ଅଧିକାରୀ ସାରା ବାପାଙ୍କ ପ୍ରେରଣାରେ ଅଞ୍ଚଳ ପାଇଁ ସୁନାମ ଆଣିବେ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?