କାର୍‌ ଧକ୍କାରେ ବାଳକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା

ରାଇରଙ୍ଗପୁର,୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅନ୍ତର୍ଗତ ପାଶନା ଗ୍ରାମରେ ମଙ୍ଗଳବାର ଏକ କାର୍‌ ଦୁର୍ଘଟଣାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ଧାରଣାରେ ବସିଥିଲେ। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ସହାୟତା ପ୍ରଦାନ ପରେ ବୁଧବାର ଧାରଣା ପ୍ରତ୍ୟାହୃତ ହୋଇଛି।
ସୂଚନା ଅନୁଯାୟୀ, ପାଶନା ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ୱ ରାସ୍ତାରେ ମଙ୍ଗଳବାର ଅପରାହ୍ନ ୨ଟା ୩୦ରେ ଏକ କାର୍‌ ସେହି ଗ୍ରାମର ବାବୁଲୁ ନାଏକଙ୍କ ପୁଅ ବୁନୁଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାର୍‌ ଚାଳକ ଆହତ ବାଳକଙ୍କୁ ଚିକିତ୍ସା ସକାଶେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଜାଣିବା ପରେ ଡ୍ରାଇଭର ଭୟରେ ହସ୍ପିଟାଲରୁ ପଳାଇଆସି ରାଇରଙ୍ଗପୁର ଥାନା ପରିସର ତ୍ରୀନାଥ ମନ୍ଦିର ପାର୍ଶ୍ୱରେ କାର୍‌କୁ ଛାଡ଼ି ଫେରାର ହୋଇଯାଇଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୧/୨୦୨୦) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri