କାର୍ଯ୍ୟର ମାସେ ନପୁରୁଣ ଭାଙ୍ଗିଲା ଡ୍ରେନ

ଚମ୍ପୁଆ,୨୫ା୭(ଡି.ଏନ.ଏ.)-ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ମାସେ ନପୁରୁଣ ଧସିଯାଇଥିବା ଦେଖିବାକୁ ମିଳିଛି। ଫଳରେ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚମ୍ପୁଆ ସବଜେଲ ଠାରୁ ନବନିର୍ମିତ ଆହାର କେନ୍ଦ୍ର ପର୍ଯ୍ୟନ୍ତ କିଛିଦନ ହେବ ବର୍ଷାଜଳ ନିଷ୍କାସନ ପାଇଁ ଚମ୍ପୁଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ବିନା ସୂଚନା ଫଳକରେ ଏକ ଡ୍ରେନ ନିର୍ମାଣ କରାଯାଇଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ନସରୁଣୁ ଅସରାଏ ବର୍ଷାରେ ଗତ ବୁଧବାର ସନ୍ଧ୍ୟାରେ ଡ୍ରେନଟିର ସମ୍ମୁଖ ଭାଗ ଭୁଶୁଡ଼ି ପଡିଛି। ସୂଚନା ଅନୁସାରେ ୩ଲକ୍ଷ ୮୫ହଜାର୮୮୮ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ଡ୍ରେନଟି ନିର୍ମାଣାଧୀନ ରହିଛି। ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଶିଲ କୁମାର ମୁର୍ମୁଙ୍କୁ ପଚାରିବାରୁ ନୂଆମାଟି ପଡିଥିବାରୁ ଡ୍ରେନର ୮ରୁ ୯ଫୁଟ ଭାଙ୍ଗି ପଡିଛି। ତୁରନ୍ତ ଏହାର ମରାମତି କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଛି। ସୂଚନା ଯୋଗ୍ୟକି ଏନଏସିର ବହୁଉନ୍ନୟନ କାର୍ଯ୍ୟରେ ବିନା ସୂଚନା ଫଳକରେ କାର୍ଯ୍ୟ ହେଉଥିବାବେଳେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟର ଉପଯୁକ୍ତ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଶୁଭାରମ୍ଭ କଲେ ବିଧାୟକ, ସ୍ଲୋଗାନରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୨।୮(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି l…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri