କାର୍ଯ୍ୟକ୍ଷମ ହୋଇନି ନାଲ୍‌କୋ ସୋକାଷ୍ଟିଙ୍ଗ ପ୍ଲାଣ୍ଟ: ପାଣିରେ ପଡ଼ିଲା ୧୦୦ କୋଟି

ବଅଁରପାଳ, ୨୯।୪ (ଡି.ଏନ୍‌.ଏ.)  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ଥିବା ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ନିର୍ମାଣରେ ଖର୍ଚ୍ଚ ହୋଇଥିବା ପ୍ରାୟ ଶହେ କୋଟି ଟଙ୍କା ପାଣିରେ ପଡ଼ିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି।

୨୦୧୩ରେ ନାଲ୍‌କୋର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ବେଳେ ବ୍ଲାଷ୍ଟ ହେବାରୁ ସିଏମ୍‌ଡି ଦାସଙ୍କ ସହ ୨ ଜଣ ଶ୍ରମିକ ଆହତ ହୋଇଥିଲେ। ସେବେଠାରୁ ଏହା ବନ୍ଦ ପଡ଼ିଥିବାରୁ ପ୍ଲାଣ୍ଟ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ। ଏପରି କି ନାଲ୍‌କୋ କର୍ତ୍ତୃପକ୍ଷ ମଧ୍ୟ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ କରୁ ନ ଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଚର୍ଚ୍ଚା ହେଉଛି। ଉଚ୍ଚ ଅଧିକାରୀଙ୍କ ଆନ୍ତରିକତା ଓ ଅବହେଳା ଏଥିପାଇଁ ପାଇଁ ଦାୟୀ ବୋଲି କେତେଜଣ ଶ୍ରମିକ ନେତା ପ୍ରକାଶ କରିଛନ୍ତି।

ତରଳ ଆଲୁମିନିୟମରୁ ବିଭିନ୍ନ ଆକାରର ମେଟାଲ ଉତ୍ପାଦନ ନିମନ୍ତେ କେତେକ ଛୋଟ ଛୋଟ ପ୍ଲାଣ୍ଟ ନିର୍ମିତ ହୋଇଛି। ସେଥିମଧ୍ୟରୁ ଡାଇରେକ୍ଟ ସୋକାଷ୍ଟିଙ୍ଗ ଓ ଟିକାଷ୍ଟିଙ୍ଗ ପ୍ଲାଣ୍ଟ ଅନ୍ୟତମ। ସ୍ମେଲଟର ପଟଲାଇନ୍‌ରୁ ଗରମ ତରଳ ଆଲୁମିନିୟମ କାଷ୍ଟ ହାଉସ ବିଭାଗକୁ ଆସିଥାଏ। ସେଠାରେ ଫର୍ନେସରେ ଏହି ତରଳ ଆଲୁମିନିୟମ ଢଳାଯିବା ପରେ ଛାଞ୍ଚ ଦ୍ୱାରା ବିଭିନ୍ନ ଆକାରର ଆଲୁମିନିୟମ ତିଆରି ହୋଇଥାଏ। ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟରୁ ମଧ୍ୟ ଏକ ପ୍ରକାର ଆଲୁମିନିୟମ ଇନ୍‌ଗଡ୍‌ ବାହାରିବା କଥା। ମାତ୍ର ଏପର୍ଯ୍ୟନ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାର ବହୁ ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି। ନାଲ୍‌କୋ କର୍ତ୍ତୃପକ୍ଷ ଏ ପ୍ରୋଜେକ୍ଟ ବାବଦକୁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କାହିଁକି ଚାଲୁ କରାଯାଇ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କାଷ୍ଟାସ ହାଉସ ବିଭାଗ ଡିଜିଏମ୍‌ ପି.କେ. ହଲଧର କହିଛନ୍ତି, ବର୍ତ୍ତମାନ ମ୍ୟାନ୍‌ ପାୱାର କମ୍‌ ରହିଛି। ଏହାକୁ ଚାଲୁ କରିବା ପାଇଁ ଯୋଜନା ହେଉଛି। ମ୍ୟାନ୍‌ ପାୱାର ବୃଦ୍ଧି ପାଇଲେ ନିଶ୍ଚିତ ଭାବେ ପ୍ଲାଣ୍ଟକୁ ଚାଲୁ କରାଯିବ ବୋଲି ହଲଧର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

ଏମିତି ବି ଆସେ ମୃତ୍ୟୁ! ଭୋଜି ଖାଉଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ତାପରେ….

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଭୋଜି ଖାଉଥିବା ସମୟରେ ଟଳିପଡ଼ିଲେ ବୃଦ୍ଧା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ…

ଖୋଲା ଆକାଶ ତଳେ ପଡିରହିଛି ଶବ ଫ୍ରିଜର ବକ୍ସ, ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୯।୭(ଦିଲ୍ଲୀପ ସାମଲ) : ପରିବାରର କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ଶୋକାକୁଳ ପରିବେଶ ଖେଳିଯାଏ । ଦୂର ସହରରେ ରହୁଥିବା ଝିଅ କିମ୍ବା ପୁଅର ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri