କାର୍ଯ୍ୟକ୍ଷମ ହୋଇନି ନାଲ୍‌କୋ ସୋକାଷ୍ଟିଙ୍ଗ ପ୍ଲାଣ୍ଟ: ପାଣିରେ ପଡ଼ିଲା ୧୦୦ କୋଟି

ବଅଁରପାଳ, ୨୯।୪ (ଡି.ଏନ୍‌.ଏ.)  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ଥିବା ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ନିର୍ମାଣରେ ଖର୍ଚ୍ଚ ହୋଇଥିବା ପ୍ରାୟ ଶହେ କୋଟି ଟଙ୍କା ପାଣିରେ ପଡ଼ିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି।

୨୦୧୩ରେ ନାଲ୍‌କୋର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ବେଳେ ବ୍ଲାଷ୍ଟ ହେବାରୁ ସିଏମ୍‌ଡି ଦାସଙ୍କ ସହ ୨ ଜଣ ଶ୍ରମିକ ଆହତ ହୋଇଥିଲେ। ସେବେଠାରୁ ଏହା ବନ୍ଦ ପଡ଼ିଥିବାରୁ ପ୍ଲାଣ୍ଟ ନିର୍ମାଣର ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ। ଏପରି କି ନାଲ୍‌କୋ କର୍ତ୍ତୃପକ୍ଷ ମଧ୍ୟ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ କରୁ ନ ଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଚର୍ଚ୍ଚା ହେଉଛି। ଉଚ୍ଚ ଅଧିକାରୀଙ୍କ ଆନ୍ତରିକତା ଓ ଅବହେଳା ଏଥିପାଇଁ ପାଇଁ ଦାୟୀ ବୋଲି କେତେଜଣ ଶ୍ରମିକ ନେତା ପ୍ରକାଶ କରିଛନ୍ତି।

ତରଳ ଆଲୁମିନିୟମରୁ ବିଭିନ୍ନ ଆକାରର ମେଟାଲ ଉତ୍ପାଦନ ନିମନ୍ତେ କେତେକ ଛୋଟ ଛୋଟ ପ୍ଲାଣ୍ଟ ନିର୍ମିତ ହୋଇଛି। ସେଥିମଧ୍ୟରୁ ଡାଇରେକ୍ଟ ସୋକାଷ୍ଟିଙ୍ଗ ଓ ଟିକାଷ୍ଟିଙ୍ଗ ପ୍ଲାଣ୍ଟ ଅନ୍ୟତମ। ସ୍ମେଲଟର ପଟଲାଇନ୍‌ରୁ ଗରମ ତରଳ ଆଲୁମିନିୟମ କାଷ୍ଟ ହାଉସ ବିଭାଗକୁ ଆସିଥାଏ। ସେଠାରେ ଫର୍ନେସରେ ଏହି ତରଳ ଆଲୁମିନିୟମ ଢଳାଯିବା ପରେ ଛାଞ୍ଚ ଦ୍ୱାରା ବିଭିନ୍ନ ଆକାରର ଆଲୁମିନିୟମ ତିଆରି ହୋଇଥାଏ। ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟରୁ ମଧ୍ୟ ଏକ ପ୍ରକାର ଆଲୁମିନିୟମ ଇନ୍‌ଗଡ୍‌ ବାହାରିବା କଥା। ମାତ୍ର ଏପର୍ଯ୍ୟନ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାର ବହୁ ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି। ନାଲ୍‌କୋ କର୍ତ୍ତୃପକ୍ଷ ଏ ପ୍ରୋଜେକ୍ଟ ବାବଦକୁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କାହିଁକି ଚାଲୁ କରାଯାଇ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କାଷ୍ଟାସ ହାଉସ ବିଭାଗ ଡିଜିଏମ୍‌ ପି.କେ. ହଲଧର କହିଛନ୍ତି, ବର୍ତ୍ତମାନ ମ୍ୟାନ୍‌ ପାୱାର କମ୍‌ ରହିଛି। ଏହାକୁ ଚାଲୁ କରିବା ପାଇଁ ଯୋଜନା ହେଉଛି। ମ୍ୟାନ୍‌ ପାୱାର ବୃଦ୍ଧି ପାଇଲେ ନିଶ୍ଚିତ ଭାବେ ପ୍ଲାଣ୍ଟକୁ ଚାଲୁ କରାଯିବ ବୋଲି ହଲଧର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri