କାର୍ଯ୍ୟକାରୀ ହେଲା ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର: ଓଡ଼ଗାଁ ବ୍ଲକର ବହୁ ଗ୍ରାମରେ ଜଳକଷ୍ଟ ଦୂର ସମ୍ଭାବନା

ଓଡ଼ଗାଁ, ୯ା୬(ଆଦର୍ଶ କୁମାର ପଟ୍ଟନାୟକ)- ଫ୍ଲୋରାଇଡ୍‌ ଯୁକ୍ତ ଜଳକୁ ବିଶୁଦ୍ଧ ପାନୀୟଜଳରେ ରୂପାନ୍ତରିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଫ୍ଲୋରାଇଡ୍‌ ରିମୁଭାଲ ପ୍ଲାଣ୍ଟ ବା ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର ସ୍ଥାପନ କରାଯାଉଛି। ନିକଟରେ ଓଡ଼ଗାଁ ବ୍ଲକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ୱାରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଲୋକେ ଫ୍ଲୋରାଇଡ ସମସ୍ୟାରୁ ମୁକ୍ତ ହେବେ ବୋଲି କୁହାଯାଉଛି।

ଓଡଗାଁ ବ୍ଲକର ବିଭିନ୍ନ ଗ୍ରାମରେ ସରକାରଙ୍କ ତରଫରୁ ଖୋଳାଯାଇଥିବା ନଳକୂଅରୁ ଫ୍ଲୋରାଇଡ୍‌ ଯୁକ୍ତ ଜଳ ବାହାରୁଥିବାରୁ ଲୋକେ ବାଧ୍ୟ ହୋଇ ନଳକୂଅ ପାଣି ବ୍ୟବହାର କରି ନାନା ରୋଗର ଶିକାର ହେଉଥିଲେ ା ଏ ନେଇ ବିଭିନ୍ନ ଅନୁଷ୍ଠାନ ସମେତ ସରକାରୀ ସଂସ୍ଥା ତରଫରୁ ସର୍ଭେ କରାଯାଉଥିଲେ ସୁଦ୍ଧା ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଏହି ପାଣି ବ୍ୟବହାର କରିବାକୁ ସେମାନେ ଏକରକମ ବାଧ୍ୟ ହେଉଥିଲେ। ଏପରି କି ଫ୍ଲୋରାଇଡ ଜଳ ବ୍ୟବହାର କରୁଥିବାରୁ ଲୋକଙ୍କୁ ଅସମୟରେ ବାର୍ଦ୍ଧକ୍ୟ ଗ୍ରାସ କରୁଥିବା ବେଳେ ଆଣ୍ଠୁଗଣ୍ଠି ବଙ୍କା ହେବା ସହିତ ଦାନ୍ତ ହଳଦିଆ ପଡିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଓଡ଼ଗାଁ ବ୍ଲକର ରବିଗାଡିଆ ଗ୍ରାମବାସୀଙ୍କ ସମେତ କୁରୁମ ବାଙ୍କତରା, ଗୁଣ୍ଠାସାହି, ପଲ୍ଲିଗୁଣ୍ଠା ସାହି, ଜାମୁପାଟଣା, ବଳଭଦ୍ରପୁର, ସୋଲପଟା, ବଡକୁଟୁଣୀ, ମଦଗାଡିଆ, ମଦନପୁର, ପଦ୍ମାଦେଈପୁର ଆଦି ଗ୍ରାମରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଦାନ୍ତ ହଳଦିଆ ପଡୁଥିବା ଦେଖାଯାଇଥିଲା। ଏହାର ନିରାକରଣ ନିମନ୍ତେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରିବାକୁ ଫ୍ଲୋରାଇଡ ନିର୍ଗତ ହେଉଥିବା ନଳକୂଅରେ କେବଳ ନାଲି ଛକ ମାରିଦିଆଯାଉଥିଲା। ଏହା ସହ ଉକ୍ତ ଜଳ ବ୍ୟବହାର କରିବାକୁ ବାରଣ କରାଯାଉଥିଲା।

ଏହାସତ୍ତ୍ୱେ ଲୋକେ ସମ୍ପୃକ୍ତ ନଳକୂଅ ପାଣି ବ୍ୟବହାର କରୁଥିଲେ। ଏଥିମଧ୍ୟରୁ କେତେକ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ କାରଣରୁ ଏସବୁ ଲୋକଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା ଦେଖାଦେଇଛି। ଏପରିସ୍ଥଳେ ଲୋକଙ୍କ ସମସ୍ୟା ଦୂରୀକରଣ ତଥା ଫ୍ଲୋରାଇଡ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କେତେକ ଗ୍ରାମରେ ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର ସ୍ଥାପନ କରାଯାଇଛି। ଉକ୍ତ ଯନ୍ତ୍ରକୁ ନଳକୂଅ ସହିତ ସଂଯୋଗ କରାଯାଇଛି। ଏହି ବ୍ୟବସ୍ଥାରେ ନଳକୂଅରୁ ନିର୍ଗତ ପାଣି ବିଶୁଦ୍ଧ ତଥା ଫ୍ଲୋରାଇଡ୍‌ ମୁକ୍ତ ହୋଇ ବାହାରୁଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ କରିବାରେ ଅସୁବିଧା ରହିବ ନାହଁି ା ହେଲେ ଏହି ବ୍ୟବସ୍ଥାରେ ସିଲିକା ସହିତ ଅନ୍ୟ ଦୁଇଟି ରାସାୟନିକ ପଦାର୍ଥ ମିଶୁଥିବା ବେଳେ ଏହାକୁ ପ୍ରତିମାସରେ ବଦଳାଇବାର ବିଧି ରହିଛି। ଏଥିନିମନ୍ତେ ସିଇଏଫ୍‌ ଇଞ୍ଜିନିୟରିଂ ନାମକ ଏକ ସଂସ୍ଥା ସରକାରଙ୍କ ନିକଟରେ ୫ବର୍ଷ ପାଇଁ ଚୁକ୍ତିବଦ୍ଧ ଥିବା ଜଣାଯାଇଛି। ଏହି ସଂସ୍ଥା ତଥା ବ୍ୟବସ୍ଥା ନ୍ୟାଶନାଲ ଏନ୍‌ଭାରନ୍‌ମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଇଇଆରଆଇ) ଦ୍ୱାରା ସ୍ବୀକୃତିପ୍ରାପ୍ତ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଅରୁଣ କୁମାର ନାୟକ ପ୍ରକାଶ କରଛନ୍ତି। ପ୍ଲାଣ୍ଟ ନିମନ୍ତେ ସମୁଦାୟ ୧ ଲକ୍ଷ ୩୧ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିନା ବିଦ୍ୟୁତ୍‌ ଶକ୍ତିରେ ଚାଲୁଛି। ଓଡଗାଁ ବ୍ଲକରେ ଅଦ୍ୟାବଧି ଏହିପରି ୨୦ଟି ପ୍ଲାଣ୍ଟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri