କାର୍ଯ୍ୟକାରୀ ହେଲା ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର: ଓଡ଼ଗାଁ ବ୍ଲକର ବହୁ ଗ୍ରାମରେ ଜଳକଷ୍ଟ ଦୂର ସମ୍ଭାବନା

ଓଡ଼ଗାଁ, ୯ା୬(ଆଦର୍ଶ କୁମାର ପଟ୍ଟନାୟକ)- ଫ୍ଲୋରାଇଡ୍‌ ଯୁକ୍ତ ଜଳକୁ ବିଶୁଦ୍ଧ ପାନୀୟଜଳରେ ରୂପାନ୍ତରିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଫ୍ଲୋରାଇଡ୍‌ ରିମୁଭାଲ ପ୍ଲାଣ୍ଟ ବା ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର ସ୍ଥାପନ କରାଯାଉଛି। ନିକଟରେ ଓଡ଼ଗାଁ ବ୍ଲକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ୱାରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଲୋକେ ଫ୍ଲୋରାଇଡ ସମସ୍ୟାରୁ ମୁକ୍ତ ହେବେ ବୋଲି କୁହାଯାଉଛି।

ଓଡଗାଁ ବ୍ଲକର ବିଭିନ୍ନ ଗ୍ରାମରେ ସରକାରଙ୍କ ତରଫରୁ ଖୋଳାଯାଇଥିବା ନଳକୂଅରୁ ଫ୍ଲୋରାଇଡ୍‌ ଯୁକ୍ତ ଜଳ ବାହାରୁଥିବାରୁ ଲୋକେ ବାଧ୍ୟ ହୋଇ ନଳକୂଅ ପାଣି ବ୍ୟବହାର କରି ନାନା ରୋଗର ଶିକାର ହେଉଥିଲେ ା ଏ ନେଇ ବିଭିନ୍ନ ଅନୁଷ୍ଠାନ ସମେତ ସରକାରୀ ସଂସ୍ଥା ତରଫରୁ ସର୍ଭେ କରାଯାଉଥିଲେ ସୁଦ୍ଧା ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଏହି ପାଣି ବ୍ୟବହାର କରିବାକୁ ସେମାନେ ଏକରକମ ବାଧ୍ୟ ହେଉଥିଲେ। ଏପରି କି ଫ୍ଲୋରାଇଡ ଜଳ ବ୍ୟବହାର କରୁଥିବାରୁ ଲୋକଙ୍କୁ ଅସମୟରେ ବାର୍ଦ୍ଧକ୍ୟ ଗ୍ରାସ କରୁଥିବା ବେଳେ ଆଣ୍ଠୁଗଣ୍ଠି ବଙ୍କା ହେବା ସହିତ ଦାନ୍ତ ହଳଦିଆ ପଡିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଓଡ଼ଗାଁ ବ୍ଲକର ରବିଗାଡିଆ ଗ୍ରାମବାସୀଙ୍କ ସମେତ କୁରୁମ ବାଙ୍କତରା, ଗୁଣ୍ଠାସାହି, ପଲ୍ଲିଗୁଣ୍ଠା ସାହି, ଜାମୁପାଟଣା, ବଳଭଦ୍ରପୁର, ସୋଲପଟା, ବଡକୁଟୁଣୀ, ମଦଗାଡିଆ, ମଦନପୁର, ପଦ୍ମାଦେଈପୁର ଆଦି ଗ୍ରାମରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଦାନ୍ତ ହଳଦିଆ ପଡୁଥିବା ଦେଖାଯାଇଥିଲା। ଏହାର ନିରାକରଣ ନିମନ୍ତେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଗ୍ରାମବାସୀଙ୍କୁ ସଚେତନ କରିବାକୁ ଫ୍ଲୋରାଇଡ ନିର୍ଗତ ହେଉଥିବା ନଳକୂଅରେ କେବଳ ନାଲି ଛକ ମାରିଦିଆଯାଉଥିଲା। ଏହା ସହ ଉକ୍ତ ଜଳ ବ୍ୟବହାର କରିବାକୁ ବାରଣ କରାଯାଉଥିଲା।

ଏହାସତ୍ତ୍ୱେ ଲୋକେ ସମ୍ପୃକ୍ତ ନଳକୂଅ ପାଣି ବ୍ୟବହାର କରୁଥିଲେ। ଏଥିମଧ୍ୟରୁ କେତେକ ଗ୍ରାମକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ କାରଣରୁ ଏସବୁ ଲୋକଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା ଦେଖାଦେଇଛି। ଏପରିସ୍ଥଳେ ଲୋକଙ୍କ ସମସ୍ୟା ଦୂରୀକରଣ ତଥା ଫ୍ଲୋରାଇଡ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କେତେକ ଗ୍ରାମରେ ଫ୍ଲୋରାଇଡ୍‌ ବିଶୋଧନ ଯନ୍ତ୍ର ସ୍ଥାପନ କରାଯାଇଛି। ଉକ୍ତ ଯନ୍ତ୍ରକୁ ନଳକୂଅ ସହିତ ସଂଯୋଗ କରାଯାଇଛି। ଏହି ବ୍ୟବସ୍ଥାରେ ନଳକୂଅରୁ ନିର୍ଗତ ପାଣି ବିଶୁଦ୍ଧ ତଥା ଫ୍ଲୋରାଇଡ୍‌ ମୁକ୍ତ ହୋଇ ବାହାରୁଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ସଂଗ୍ରହ କରିବାରେ ଅସୁବିଧା ରହିବ ନାହଁି ା ହେଲେ ଏହି ବ୍ୟବସ୍ଥାରେ ସିଲିକା ସହିତ ଅନ୍ୟ ଦୁଇଟି ରାସାୟନିକ ପଦାର୍ଥ ମିଶୁଥିବା ବେଳେ ଏହାକୁ ପ୍ରତିମାସରେ ବଦଳାଇବାର ବିଧି ରହିଛି। ଏଥିନିମନ୍ତେ ସିଇଏଫ୍‌ ଇଞ୍ଜିନିୟରିଂ ନାମକ ଏକ ସଂସ୍ଥା ସରକାରଙ୍କ ନିକଟରେ ୫ବର୍ଷ ପାଇଁ ଚୁକ୍ତିବଦ୍ଧ ଥିବା ଜଣାଯାଇଛି। ଏହି ସଂସ୍ଥା ତଥା ବ୍ୟବସ୍ଥା ନ୍ୟାଶନାଲ ଏନ୍‌ଭାରନ୍‌ମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏନ୍‌ଇଇଆରଆଇ) ଦ୍ୱାରା ସ୍ବୀକୃତିପ୍ରାପ୍ତ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ଅରୁଣ କୁମାର ନାୟକ ପ୍ରକାଶ କରଛନ୍ତି। ପ୍ଲାଣ୍ଟ ନିମନ୍ତେ ସମୁଦାୟ ୧ ଲକ୍ଷ ୩୧ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିନା ବିଦ୍ୟୁତ୍‌ ଶକ୍ତିରେ ଚାଲୁଛି। ଓଡଗାଁ ବ୍ଲକରେ ଅଦ୍ୟାବଧି ଏହିପରି ୨୦ଟି ପ୍ଲାଣ୍ଟ ଗ୍ରାମ୍ୟ ଜଳଯୋଗାଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri