Posted inରାଜ୍ୟ

୭ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ୮ ଦିନ ବିଳମ୍ବରେ ଶନିବାର କେରଳ ଉପକୂଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ କେରଳର ଅଧିକାଂଶ ଅଞ୍ଚଳରେ ଭଲ ବର୍ଷା ହୋଇଛି। ସ୍ଥିତି ଏପରି ରହିଲେ ଆସନ୍ତା ୭ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚତ୍ୟିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଜୁନ୍‌ ୧ରେ ମୌସୁମୀ କେରଳରେ ପହଞ୍ଚତ୍ଥାଏ। କେତେକ କାରଣ ଯୋଗୁ ଏଥର ବିଳମ୍ବ ହୋଇଥିଲା। ତେବେ ମୌସୁମୀ ପହଞ୍ଚତ୍ବା ପରେ ଦେଶରେ ଆନୁଷ୍ଠାନିକ ଭାବେ ଚତୁର୍ମାସ୍ୟା ଆରମ୍ଭ ହୋଇଥାଏ। ସାରା ଦେଶରେ ମୌସୁମୀ ସକ୍ରିୟ ହେବାକୁ ଆହୁରି ସପ୍ତାହେ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଅଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ବା ପୂର୍ବରୁ ଉପକୂଳ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ମେଘୁଆ ପାଗ ସତ୍ତ୍ୱେ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପୂର୍ବାପେକ୍ଷା ପାରଦ ଖସୁଥିଲେ ମଧ୍ୟ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ। ଆଉ ଦୁଇଦିନ ମେଘୁଆ ପାଗ ରହିବ। ଦୁଇଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି।
ବେସରକାରୀ ପାଣିପାଗ ଗବେଷଣା ସଂସ୍ଥା ସ୍କାଏମେଟ୍‌ ଆକଳନ କରିଛି ଯେ, ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରଠାରୁ ସବୁଠୁ କମ୍‌ ହୋଇଛି। ୧୯୫୪ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତବର୍ଷ ଏହି ୩ ମାସ ମଧ୍ୟରେ ୯୯ ମିମି ବର୍ଷା ହୋଇିଛି। କିନ୍ତୁ ଅନ୍ୟ ବର୍ଷଗୁଡିକରେ ପ୍ରାକ୍‌ ମୌସୁମୀ ବର୍ଷା ହାରାହାରି ୧୩୧.୫ ମିମି ହୋଇଥିବା ଜଣାପଡିଛି।
କୃଷିପ୍ରଧାନ ଦେଶ ଭାରତର ଅଧିକାଂଶ ଅଞ୍ଚଳରେ ଚାଷକାମ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ମୌସୁମୀର ଆଗମନକୁ ବିଶେଷକରି କୃଷକମାନେ ଅପେକ୍ଷା କରି ରହିଥାନ୍ତି। ଜଳସେଚନର ଅନ୍ୟ ବିକଳ୍ପ ନ ଥିବା ଅଧିକାଂଶ ଗ୍ରାମାଞ୍ଚଳ ୪ମାସର ବର୍ଷାଦିନ ଉପରେ ନିର୍ଭରଶୀଳ। ବାର୍ଷିକ ବୃଷ୍ଟିପାତର ୭୫ ପ୍ରତିଶତ ମୌସୁମୀ ବାୟୁ ପ୍ରଭାବରେ ହୋଇଥାଏ। ଦେଶର ଜିଡିପିକୁ କୃଷିର ବଡ଼ ଅବଦାନ ରହୁଥିବାରୁ ଭଲ ମୌସୁମୀ ବର୍ଷା ଦେଶର ଅର୍ଥନୀତିକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିଥାଏ। ଚଳିତ ଗ୍ରୀଷ୍ମଋତୁରେ ଉତ୍ତର ଭାରତର ସମତଳ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ଏପରି କି ରାଜସ୍ଥାନର କେତେକ ଅଞ୍ଚଳରେ ପାରଦ ୫୦ ଡିଗ୍ରୀ ଅତିକ୍ରମ କରିଥିଲା। ଚଳିତବର୍ଷ ଦୀର୍ଘମିଆଦୀ ହାରାହାରି (ଏଲ୍‌ପିଏ) ବୃଷ୍ଟିପାତ ୯୬ ପ୍ରତିଶତ ଅର୍ଥାତ୍‌ ସ୍ବାଭାବିକ କିମ୍ବା ଏହାଠାରୁ ସାମାନ୍ୟ କମ୍‌ ରହିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଥିଲା। ୧୯୫୧ରୁ ୨୦୦୦ ମଧ୍ୟରେ ଦେଶରେ ହୋଇଥିବା ହାରାହାରି ବୃଷ୍ଟିପାତ ପରିମାଣକୁ ଏଲ୍‌ପିଏ କୁହାଯାଉଛି, ଯାହା ୮୯ ସେଣ୍ଟିମିଟର ରହିଛି। ଜୁନ୍‌ ମାସର ବୃଷ୍ଟିପାତ ଏଲ୍‌-ନିନ୍ୟୋ ଦ୍ୱାରା ସାମାନ୍ୟ ପ୍ରଭାବିତ ହେବ ବୋଲି କୁହାଯାଉଛି। ପ୍ରଶାନ୍ତ ମହାସାଗର ଜଳରାଶିର ଉତ୍ତାପ ସହ ଏଲ୍‌-ନିନ୍ୟୋ ସମ୍ପୃକ୍ତ ବୋଲି ସାଧାରଣରେ ବିଶ୍ୱାସ କରାଯାଉଥିବାବେଳେ ମୌସୁମୀ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି। ମୌସୁମୀ ବିଳମ୍ବ ସହ ବୃଷ୍ଟିପାତ ପରିମାଣର କୌଣସି ସମ୍ପର୍କ ନାହିଁ। ମେ’ ୧୮ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁଥିଲା। ତେବେ କେରଳରେ ବିଳମ୍ବରେ ପହଞ୍ଚତ୍ଥିବାରୁ ଦେଶର ଅନ୍ୟ ଭାଗରେ ଏହା ପହଞ୍ଚତ୍ବାରେ ବିଳମ୍ବ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri