ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଲାଗି ଜି-୨୦ ଦେଶ ରାଜି

ଟୋକିଓ,୯-୬: ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଜି-୨୦ ଦେଶ ସମୂହର ଅର୍ଥମନ୍ତ୍ରୀମାନେ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଶନିବାର ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହାର ପୂର୍ଣ୍ଣାଙ୍ଗ ସ୍ବରୂପ ସ୍ଥିର କରାଯିବ। ଜାପାନର ଫୁକୁଓକାଠାରେ ଜି-୨୦ର ମିନିଷ୍ଟ୍ରିଆଲ ସିମ୍ପୋସିୟମରେ ଗତ ଗୁରୁବାର ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଡିଜିଟାଲ ଅର୍ଥନୀତିକୁ ସହାୟତା କଲା ଭଳି ଏକ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ସପକ୍ଷରେ ସମସ୍ତେ ସେତେବେଳେ ମତପ୍ରକାଶ କରିଥିଲେ। ଗୁଗଲ, ଫେସବୁକ୍‌ ଭଳି ମଲ୍ଟିନ୍ୟାଶନାଲ ଡିଜିଟାଲ କମ୍ପାନୀଗୁଡ଼ିକ ଲାଗି ବିଶ୍ୱସ୍ତରରେ ଏକ ଟିକସ ପ୍ରଣାଳୀ ଆରମ୍ଭ କରାଯିବାକୁ ସମସ୍ତେ ଏକମତ ହୋଇଥିଲେ। ଏହି ବ୍ୟବସ୍ଥା କିପରି ଲାଗୁ ହେବ ସେନେଇ ପଦକ୍ଷେପ ନେବାକୁ ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି)କୁ ଦାୟିତ୍ୱ ଦିଆଯାଇଛି। ଜାପାନ, ଆମେରିକା, ଚାଇନା, ଫ୍ରାନ୍ସ ଏବଂ ବ୍ରିଟେନ ସେମାନଙ୍କ ଆଇନରେ ସଂଶୋଧନ କରିବାକୁ ରାଜି ହୋଇଛନ୍ତି। ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥାର ଡିଜିଟାଇଲେଜେଶନର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଜି-୨୦ ଦେଶ ମିଳିମିଶି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ବୋଲି ଜାପାନ ଅର୍ଥ ମନ୍ତ୍ରୀ ଟାରୋ ଆସୋ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆୟରଲାଣ୍ଡ ଭଳି ଦେଶରେ କମ୍‌ ଟିକସ ଦେବାର ଫାଇଦା ଉଠାଇ ଆମାଜନ, ଗୁଗଲ, ଫେସବୁକ୍‌ ଭଳି ଡିଜିଟାଲ କମ୍ପାନୀଗୁଡ଼ିକ ବେଶ ଟିକସ ଫାଇଦା ନେଉଛନ୍ତି ବୋଲି ଓଇସିଡି ପ୍ରମୁଖ ଆଞ୍ଜେଲ ଗୁରିୟା କହିଛନ୍ତି। ଏହି ପ୍ରସଙ୍ଗରେ ଫ୍ରାନ୍ସ ଅର୍ଥ ମନ୍ତ୍ରୀ ବ୍ରୁନୋ ଲା ମାଇରେ କହିଛନ୍ତି ଯେ, ଆମକୁ ଏହି ବ୍ୟବସ୍ଥା ତ୍ୱରାନ୍ବିତ କରିବାକୁ ହେବ। ସେହିପରି ବ୍ରିଟେନ ଅର୍ଥ ମନ୍ତ୍ରୀ ଫିଲିପ୍‌ ହେମଣ୍ଡ କହିଛନ୍ତି ଯେ, ବଡ଼ ଇଣ୍ଟରନେଟ କମ୍ପାନୀଗୁଡ଼ିକ ବିରୋଧରେ ଠିକ୍‌ ଟିକସ ଆଦାୟ କରି ଦେଶବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟର ଉଚିତ୍‌ ଜବାବ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri