କାର୍ଯ୍ୟକାରୀ ହେଉନି କୋର୍ଟ ନିର୍ଦ୍ଦେଶ: ବରିଷ୍ଠ ନାଗରିକଙ୍କ କ୍ଷୋଭ

ବାଲିଆପାଳ, ୨୦।୧(ଡି.ଏନ.ଏ.)- କୋର୍ଟ ନିର୍ଦ୍ଦେଶ ପ୍ରଶାସନ କାର୍ଯ୍ୟକାରୀ କରୁ ନ ଥିବାରୁ ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେମାନେ ଏହା ପ୍ରକାଶ କରିଛନ୍ତି।
୨୦୧୨ରେ ଲଙ୍ଗଳେଶ୍ୱର ବଜାରରୁ ଜବରଦଖଲ ଉଚ୍ଛେଦ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେବଳ ରାସ୍ତା ପ୍ରଶସ୍ତୀକରଣ ପାଇଁ ନାମକୁମାତ୍ର ଉଚ୍ଛେଦ ହୋଇଥିଲା। ବଜାର ନିକଟ କାଳିଝାଟି ପଡ଼ିଆରେ ଏବେ ବେଆଇନ ଭାବେ ୨ରୁ ୩ ମହଲା ଗୃହ ନିର୍ମାଣ ହେଉଛି। ସେହିପରି ଲଙ୍ଗଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ବୋର୍ଡ ପୁନର୍ଗଠନ ଓ କାର୍ଯ୍ୟକ୍ଷମ କରିବାକୁ ଦେବୋତ୍ତର କମିଶନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରିନାହଁି। କୋର୍ଟଙ୍କ ନିର୍ଦ୍ଦେଶ ଏବେ ଶୀତଳଭଣ୍ଡାରରେ ପଡ଼ିରହିଛି। ଏଥିପାଇଁ ଉଭୟ ନିର୍ଦ୍ଦେଶର ଅବମାନନା ନେଇ କୋର୍ଟରେ ମାମଲା କରାଯାଇଛି ବୋଲି ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚର ରାମଚନ୍ଦ୍ର ଦାସ, ଓଡ଼ିଶା ଦଳିତ ଅଧିକାର ମଞ୍ଚର ପ୍ରମୋଦ ପଟ୍ଟାୟତ, ଆମ୍ବେଦକର କଲ୍ୟାଣ ସମିତିର ରତ୍ନାକର ପଟ୍ଟାୟତ, ଇନ୍ଦ୍ରମୋହନ ପଟ୍ଟାୟତ, ଜୟକୃଷ୍ଣ ବେହେରା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri