Posted inଖେଳ

କାର୍ନି ଶୁଟିଂ ରେଞ୍ଜରେ ଶୁଟରଙ୍କ ମାରପିଟ୍‌

ନୂଆଦିଲ୍ଲୀ,୨୧।୧୦- ସ୍ଥାନୀୟ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ସଭିଙ୍କୁ ଚକିତ କଲାଭଳି ବିପଜ୍ଜନକ ଘଟଣା ଦେଖିବାକୁ ମିଳିଛି। ରବିବାର ଦୁଇ ଶୁଟର ଫାୟରିଂ ପଏଣ୍ଟ ନିକଟରେ ସ୍ପଷ୍ଟ ଦିବାଲୋକରେ ମରାମରି ହୋଇଥିଲେ। ସେମାନେ ହେଲେ ବାବର ଖାଁ ଓ ଯୋଗିନ୍ଦରପାଲ ସିଂ। ଖାଁ ଛୋଟ ପୁଅ ସହ ଟ୍ରେନିଂ କରୁଥିଲେ। ଯୋଗିନ୍ଦର ଜଣେ ସମ୍ପୂର୍ଣ୍ଣ ପ୍ରାଇଭେଟ କୋଚ୍‌। ଅନ୍ୟ ଶୁଟରମାନେ ଟ୍ରେନିଂ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏକା ସମୟରେ ଅନ୍ୟ ରେଞ୍ଜରେ ଜାତୀୟ କ୍ୟାମ୍ପ ଚାଲୁଥିବାରୁ କେବଳ ଗୋଟିଏ ଶୁଟିଂ ରେଞ୍ଜ ଅନ୍ୟ ଶୁଟରଙ୍କ ଅଭ୍ୟାସ ପାଇଁ ଉପଲବ୍ଧ ରହିଥାଏ। ୧୫ ଶୁଟର ଅପେକ୍ଷା କରିଥିବାବେଳେ ଜଣେ କେତେ ରାଉଣ୍ଡ ଫାୟର କରିବ ଏ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ବିଧା ଗୋଇଠା ମରାମରି କରିଥିଲେ। ଏହାକୁ ଜଣେ ଅପେକ୍ଷାରତ ଶୁଟର ମୋବାଇଲରେ ଶୁଟିଂ କରିଥିଲେ। ଦୁହିଁଙ୍କୁ ଦୂରେଇ ରଖିବା ପାଇଁ ତୃତୀୟ ଲୋକ ଉଦ୍ୟମ କରିଥିଲେ, ଯାହାଙ୍କ ନିକଟରେ ଶଟଗନ ରାଇଫଲ ଥିଲା। ଏହା ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ ସୁରକ୍ଷା ନିୟମ ଭଙ୍ଗ କରୁଛି। ଏହି ଘଟଣାକୁ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ସଭାପତି ରାନିନ୍ଦର ସିଂ ଦୁର୍ଭାଗ୍ୟଜନକ କହିବା ସହ ଉଭୟ ଶୁଟରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ କାର୍ନି ସିଂ ଶୁଟିଂ ରେଞ୍ଜ ହେଉଛି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସମ୍ପତ୍ତି। ସାଇ ଡିଜି ସନ୍ଦୀପ ପ୍ରଧାନ କହିଛନ୍ତି, ଦୁଇ ଶୁଟରଙ୍କ ସଦସ୍ୟତାକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri