କାମରେ ଲାଗୁନି କ୍ରସ ବନ୍ଧ

କେନ୍ଦୁଝର, ୧୮ା୮ (ସ୍ବ.ପ୍ର.) କୃଷିର ବିକାଶ ପାଇଁ ଜଳସେଚନର ବିକାଶ କରାଯାଉଛି ା ତେବେ ଜଳସେଚନ ପାଇଁ ବହୁ ଟଙ୍କା ବ୍ୟୟରେ ବିଭିନ୍ନ ନାଳ ଓ ନଦୀରେ କ୍ରସ ବନ୍ଧ ନିର୍ମାଣ କରାଯାଉଥିଲେ ହେଁ ସେସବୁ କାମରେ ଲାଗୁ ନ ଥିବାରୁ ସରକାରୀ ଅର୍ଥ ପାଣିରେ ପଡୁଛି। ଏଭଳି ଅଭିଯୋଗ ହରିଚନ୍ଦନପୁର ଗ୍ରାମର ଜଂଘିରା, ତଅଁଳାହୋତା, କଣ୍ଟାପଦା ଆଦି ଗ୍ରାମର ଚାଷୀମାନେ ଅଭିଯୋଗ କରୁଛନ୍ତି। ଉକ୍ତ ଅଞ୍ଚଳରେ ବୋହିଯାଉଥିବା ବାଉଟିଆ ନାଳ, ସାନକାଇଁଝରୀ ନାଳ ସମେତ ଅନ୍ୟାନ୍ୟ ନାଳରେ ପାଖାପାଖି ୧୦ଟି କ୍ରସ ବନ୍ଧ ନିର୍ମାଣ କରାଯାଇଥିଲେ ହେଁ ଚାଷ କାର୍ଯ୍ୟରେ ଲାଗୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଉଥିବା ଏହି ବନ୍ଧ ଗୁଡିକର ନିର୍ମାଣ ବେଳେ ତଦାରଖ ଠିକ ଭାବରେ କରାଯାଉ ନ ଥିବାରୁ ବ୍ୟାପକ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି ା ସେହିପରି ଏହି ବନ୍ଧ ଉପରେ ଜମି ସବୁ ରହୁଥିବାରୁ ଚାଷ ଜମିକୁ ପାଣି ମାଡୁନାହିଁ ା ଫଳରେ ଠିକାଦାର ପୋଷିବା ପାଇଁ ଏଭଳି ବହୁ ସଂଖ୍ୟାରେ ବନ୍ଧ ନିର୍ମାଣ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏହି ଅଞ୍ଚଳର ଲୋକମାନଙ୍କ ଜୀବନଜୀବିକା ହେଉଛି ଚାଷ ା ଗରିବ ଶ୍ରେଣୀର ହୋଇଥିବାରୁ ଚାଷ କଲେ ଘର ଚଳେ ଓ ବଳକା ବିକି ତେଲ ଲୁଣ କିଣି ଚଳନ୍ତି। ଚିରସ୍ରୋତା ନାଳ ଏବଂ ବନ୍ଧ ନିର୍ମାଣ ହୋଇଥିଲେ ହେଁ ପାଣି ଜମିକୁ ମାଡୁ ନ ଥିବାରୁ ଧାନ ଚାଷ ବ୍ୟତୀତ ଆଗ୍ରହ ଥିଲେ ହେଁ ଅନ୍ୟ ଚାଷ କରିପାରୁନାହାନ୍ତି ବୋଲି କହିଛନ୍ତି ଚାଷୀ ପୂର୍ଣ୍ଣଚନ୍ଦ୍ର ପରିଡା ା ଧାନ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି। ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା ଓ କମ ବର୍ଷା ହୋଇଥିବାରୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ବନ୍ଧରୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲେ ଖୁସିରେ ଚାଷ କରିପାରିଥାନ୍ତେ ବୋଲି ଚାଷୀ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବନ୍ଧ ନିର୍ମାଣ କରାଯାଉ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେସବୁ ବନ୍ଧ କାମରେ ଲାଗୁନାହିଁ ା ସେହିପରି ଠିକ ଭାବରେ ବନ୍ଧ ନିର୍ମାଣ କରାଯାଉ ନ ଥିବାରୁ ଅଧିକ ପାଣି ରହୁନାହିଁ ା ଅନେକ ସମୟରେ ଚାଷୀମାନେ ଖର୍ଚ୍ଚାନ୍ତହୋଇ ପମ୍ପ ବସାଇ ପାଣି ମଡାଇଥାନ୍ତି। ଗରିବ ଲୋକ ହୋଇଥିବାରୁ ସମସ୍ତେ ଖର୍ଚ୍ଚ କରି ପମ୍ପ ବ୍ୟବହାର କରିପାରୁ ନ ଥିବା କହିଛନ୍ତି। ଏଣୁ ଏ ନେଇ ପଦକ୍ଷେପ ନେବା ସହ ଜମିକୁ ପାଣି ମଡାଇବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

ତେଲକୋଇ ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ଫକୀର ନାଏକ

କେନ୍ଦୁଝର,୨।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ଗୋଟିଏ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ...

ନାମାଙ୍କନ ପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ ମୂରଲୀ ଶର୍ମା

କେନ୍ଦୁଝର,୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri