କାମରେ ଲାଗୁନି କ୍ରସ ବନ୍ଧ

କେନ୍ଦୁଝର, ୧୮ା୮ (ସ୍ବ.ପ୍ର.) କୃଷିର ବିକାଶ ପାଇଁ ଜଳସେଚନର ବିକାଶ କରାଯାଉଛି ା ତେବେ ଜଳସେଚନ ପାଇଁ ବହୁ ଟଙ୍କା ବ୍ୟୟରେ ବିଭିନ୍ନ ନାଳ ଓ ନଦୀରେ କ୍ରସ ବନ୍ଧ ନିର୍ମାଣ କରାଯାଉଥିଲେ ହେଁ ସେସବୁ କାମରେ ଲାଗୁ ନ ଥିବାରୁ ସରକାରୀ ଅର୍ଥ ପାଣିରେ ପଡୁଛି। ଏଭଳି ଅଭିଯୋଗ ହରିଚନ୍ଦନପୁର ଗ୍ରାମର ଜଂଘିରା, ତଅଁଳାହୋତା, କଣ୍ଟାପଦା ଆଦି ଗ୍ରାମର ଚାଷୀମାନେ ଅଭିଯୋଗ କରୁଛନ୍ତି। ଉକ୍ତ ଅଞ୍ଚଳରେ ବୋହିଯାଉଥିବା ବାଉଟିଆ ନାଳ, ସାନକାଇଁଝରୀ ନାଳ ସମେତ ଅନ୍ୟାନ୍ୟ ନାଳରେ ପାଖାପାଖି ୧୦ଟି କ୍ରସ ବନ୍ଧ ନିର୍ମାଣ କରାଯାଇଥିଲେ ହେଁ ଚାଷ କାର୍ଯ୍ୟରେ ଲାଗୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଉଥିବା ଏହି ବନ୍ଧ ଗୁଡିକର ନିର୍ମାଣ ବେଳେ ତଦାରଖ ଠିକ ଭାବରେ କରାଯାଉ ନ ଥିବାରୁ ବ୍ୟାପକ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି ା ସେହିପରି ଏହି ବନ୍ଧ ଉପରେ ଜମି ସବୁ ରହୁଥିବାରୁ ଚାଷ ଜମିକୁ ପାଣି ମାଡୁନାହିଁ ା ଫଳରେ ଠିକାଦାର ପୋଷିବା ପାଇଁ ଏଭଳି ବହୁ ସଂଖ୍ୟାରେ ବନ୍ଧ ନିର୍ମାଣ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏହି ଅଞ୍ଚଳର ଲୋକମାନଙ୍କ ଜୀବନଜୀବିକା ହେଉଛି ଚାଷ ା ଗରିବ ଶ୍ରେଣୀର ହୋଇଥିବାରୁ ଚାଷ କଲେ ଘର ଚଳେ ଓ ବଳକା ବିକି ତେଲ ଲୁଣ କିଣି ଚଳନ୍ତି। ଚିରସ୍ରୋତା ନାଳ ଏବଂ ବନ୍ଧ ନିର୍ମାଣ ହୋଇଥିଲେ ହେଁ ପାଣି ଜମିକୁ ମାଡୁ ନ ଥିବାରୁ ଧାନ ଚାଷ ବ୍ୟତୀତ ଆଗ୍ରହ ଥିଲେ ହେଁ ଅନ୍ୟ ଚାଷ କରିପାରୁନାହାନ୍ତି ବୋଲି କହିଛନ୍ତି ଚାଷୀ ପୂର୍ଣ୍ଣଚନ୍ଦ୍ର ପରିଡା ା ଧାନ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି। ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା ଓ କମ ବର୍ଷା ହୋଇଥିବାରୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ବନ୍ଧରୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲେ ଖୁସିରେ ଚାଷ କରିପାରିଥାନ୍ତେ ବୋଲି ଚାଷୀ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବନ୍ଧ ନିର୍ମାଣ କରାଯାଉ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେସବୁ ବନ୍ଧ କାମରେ ଲାଗୁନାହିଁ ା ସେହିପରି ଠିକ ଭାବରେ ବନ୍ଧ ନିର୍ମାଣ କରାଯାଉ ନ ଥିବାରୁ ଅଧିକ ପାଣି ରହୁନାହିଁ ା ଅନେକ ସମୟରେ ଚାଷୀମାନେ ଖର୍ଚ୍ଚାନ୍ତହୋଇ ପମ୍ପ ବସାଇ ପାଣି ମଡାଇଥାନ୍ତି। ଗରିବ ଲୋକ ହୋଇଥିବାରୁ ସମସ୍ତେ ଖର୍ଚ୍ଚ କରି ପମ୍ପ ବ୍ୟବହାର କରିପାରୁ ନ ଥିବା କହିଛନ୍ତି। ଏଣୁ ଏ ନେଇ ପଦକ୍ଷେପ ନେବା ସହ ଜମିକୁ ପାଣି ମଡାଇବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆକ୍ରମଣକୁ ରଦ୍ଦ କଲା ଆମେରିକା, କହିଲା ଖୁବ ଶୀଘ୍ର ଖୋଲିବ ଷ୍ଟ୍ରେଟ ଅଫ ହର୍ମୁଜ

ଓ୍ବାଶିଂଟନ,୧୨।୬: ଆମେରିକା ଗୁରୁବାର ରାତି ପାଇଁ ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ବାତିଲ କରିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସେ ଆଜି ରାତି (ଗୁରୁବାର) ପାଇଁ…

ରୁଷିଆ-ୟୁକ୍ରେନ ଯୁଦ୍ଧର ୧,୫୬୯ ଦିନ: ପ୍ରଥମ ବିଶ୍ୱଯୁଦ୍ଧର ୨୨୪ ସପ୍ତାହଠାରୁ ଅଧିକ ସମୟ ଧରି ଚାଲିଲାଣି ଯୁଦ୍ଧ

ଓ୍ବାଶିଂଟନ,୧୨।୬: ପ୍ରାୟ ୫୨ ମାସ ଧରି ଚାଲିଥିବା ୟୁକ୍ରେନରେ ଯୁଦ୍ଧ ବର୍ତ୍ତମାନ ଅବଧି ଦୃଷ୍ଟିରୁ ପ୍ରଥମ ବିଶ୍ୱଯୁଦ୍ଧକୁ ପଛରେ ପକାଇ ଦେଇଛି। ଫେବୃଆରୀ ୨୦୨୨ ଠାରୁ ୟୁକ୍ରେନ…

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା ଡ୍ରାଇଭର ମହାସଂଘ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଡ୍ରାଇଭର ମହାସଂଘ, ବରଗଡ଼ ଜିଲା ଶାଖାର ଏକ ପ୍ରତିନିଧି ଦଳ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ…

ଭାରତ ସପକ୍ଷରେ ଆସି ଆମେରିକାକୁ ଏମିତି କହିଲା ଇରାନ ସବୁଠି ହେଲାଣି ଖୁବ ଚର୍ଚ୍ଚା

ତେହରାନ,୧୨।୬: ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ କୂଟନୈତିକ ପ୍ରତିକ୍ରିୟାର ଏକ ଲହରୀ ଖେଳିଯାଇଛି। ଏହି ଘଟଣାରେ ତିନି ଜଣ ଭାରତୀୟ…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ରୁଷିଆ ତେଲକୁ ନେଇ ଆମେରିକାକୁ ଧୋଇଲେ ଜୟଶଙ୍କର, ନିବେଦନ କରିବାକୁ ଆସି…

ନୂଆଦିଲ୍ଲୀ,୧୨।୬: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତେଲ ରାଜନୀତି ଉପରେ ଆମେରିକା ଏବଂ ୟୁରୋପକୁ କଡ଼ା ସମାଲୋଚନା କରିଛନ୍ତି। ସେ ରୁଷିଆ ତେଲ କ୍ରୟ ସମ୍ପର୍କରେ…

ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ପବନ : ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୧୨ା୬ (ବନ୍ଦନା ସେଠୀ):କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଧୀରେ ଧୀରେ ଏହା ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି। ରାଜ୍ୟରେ ଏବେ କାଳବୈଶାଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri