କର୍ମଜୀବୀ ଓ ମେକ୍‌ଅପ

ଓ୍ବାର୍କିଂ ଓ୍ବମେନ ଅର୍ଥାତ୍‌ କର୍ମଜୀବୀ ମହିଳା ନିଜର ଦୈନନ୍ଦିନ କାମକୁ ନେଇ ଏତେ ବ୍ୟସ୍ତ ଯେ ନିଜ ସୌନ୍ଦର୍ଯ୍ୟକୁ ଚମକଦାର ରଖିବା ପାଇଁ ଆବଶ୍ୟକ ସମୟ  ଦେଇପାରି ନ ଥାନ୍ତି। ହେଲେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସେମାନେ ନିଜକୁ ବେଶ୍‌ ସୁନ୍ଦର ଭାବରେ ସଜାଇ ପାରିବେ, ଯାହା ତାଙ୍କୁ ଆକର୍ଷଣୀୟ ଲୁକ୍‌ ମଧ୍ୟ ଦେବ ।ଜାଣନ୍ତୁ ସେ ସମ୍ପର୍କରେ….

କାଜଲ: କାଜଲ ତ ସବୁ ଝିଅଙ୍କ ପର୍ସରେ ଦେଖିବାକୁ ମିଳେ। ଏହାକୁ ଆପଣ ଘରେ ହେଉ କି ଅଫିସ୍‌ ଯେଉଁଠି ବି ଲଗାଇ ପାରିବେ। ଆପଣଙ୍କ ପାଖରେ ଯଦି କିଛି ମେକ୍‌ଅପ୍‌ ସାମାନ ନାହିଁ ତେବେ କାଜଲ୍‌ ଲଗାଇ ସୁନ୍ଦର ଦେଖାଯାଇପାରିବେ। କାଜଲ ଲଗାଇବା ପରେ ଫେସ୍‌ ପାଉଡର ଦ୍ୱାରା ଟଚ୍‌ଅପ୍‌ ମଧ୍ୟ କରିପାରିବେ।
ଫେସ୍‌ ପାଉଡର: ଫେସ୍‌ ପାଉଡର ବେସିକ୍‌ ତ ନୁହେଁ। କିନ୍ତୁ ଏକ ପରଫେକ୍ଟ ମେକ୍‌ଅପ୍‌ ଟଚଅପ୍‌ ପାଇଁ ଏହା ଜରୁରୀ। ଏହାଦ୍ୱାରା ଆପଣ ନିଜ ଫେସ୍‌କୁ ଟଚ୍‌ଅପ୍‌ ଦେଇପାରିବେ। କିନ୍ତୁ ଫେସ ପାଉଡର କିଣିବା ସମୟରେ ନିଜ ଫେସ ସ୍କିନ୍‌ର ମଧ୍ୟ ଧ୍ୟାନ ଦେବା ଜରୁରୀ।
ଲିପ୍‌ଷ୍ଟିକ୍‌: ଆପଣ ଲଗାଇ ଥିବା ଲିପ୍‌ଷ୍ଟିକ୍‌ ଦିନ ମଧ୍ୟରେ ଫିକା ପଡିଯାଇପାରେ। ପୁଣି ବହୁତ ମହିଳାଙ୍କ ପାଖରେ ବାରମ୍ବାର ଟଚ୍‌ଅପ୍‌ କରିବା ଲାଗି ସମୟ ନ ଥାଏ। ଏମିତି ଆମେ ଗୋଟିଏ ଉପାୟ ଦେଉଛୁ ଯାହା ଆପଣଙ୍କ ଲିପ୍‌ଷ୍ଟିକ୍‌କୁ ଲଙ୍ଗ ଲାଷ୍ଟିଙ୍ଗ କରିପାରିବ। ଲଙ୍ଗ ଲାଷ୍ଟିଙ୍ଗ ଲିପ୍‌ଷ୍ଟିଙ୍ଗ ପାଇଁ ପ୍ରଥମେ ଲିପ୍‌ଷ୍ଟିକ୍‌ ଲଗାଇ ଟିସୁ ପେପରରେ ଓଠକୁ ଦାବନ୍ତୁ। ଏହାପରେ ଅଳ୍ପ ଟିକେ ପାଉଡର ଓଠରେ ଲଗାନ୍ତୁ ଓ ଏହାପରେ ଫାଇନାଲ କୋର୍ଟ ଲିପ୍‌ଷ୍ଟିକ୍‌ ଓଠରେ ଲଗାନ୍ତୁ।
କନ୍‌ସିଲର: କନସିଲର ଲଗାଇବେ ଯଦି ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିବ। କନ୍‌ସିଲର ଲଗାଉଥିବା ସମୟରେ ଟ୍ରାଙ୍ଗଲ ଶେପ୍‌ରେ ଲଗାନ୍ତୁ। ପୁଣି ଧୀରେ ଧୀରେ ଟ୍ରାନ୍ସଲୁସେଣ୍ଟ ପାଉଡର ଲଗାନ୍ତୁ। ଏହା ଆପଣଙ୍କ ରୂପଚର୍ଯ୍ୟାରେ ଆହୁରି ଚମକ୍‌ ଆଣିଥାଏ।
ଆଇଲାଇନର: ଆଖିକୁ ସଜାଇବା ଲାଗି ଆଇଲାଇନର ଭଲ ଅପ୍‌ଶନ୍‌। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ଆଇଲାଇନର ମିଳୁଛି। ଏଥିମଧ୍ୟରୁ ହ୍ବାଇଟ୍‌ କଲର ଅଧିକ ଗ୍ଲାମରସ ଲୁକ୍‌ ଦେଇଥାଏ। ଏହାକୁ ଆପଣ ଓ୍ବାଟରପ୍ରୁଫ୍‌ ଲାଇନ୍‌ରେ ଲଗାନ୍ତୁ। ଅଧିକ ଷ୍ଟାଇଲିଶ୍‌ ଦେଖାଯିବାକୁ ହେଲେ ଏହା ସହିତ ଆଖିରେ କାଜଲ ବି ଲଗାଇପାରିବେ।
ଲୋଶନ୍‌: ଲୋଶନ୍‌ ବହୁତ୍‌ ଛୋଟ ଜିନିଷ, ଯାହାର ଆବଶ୍ୟକତା ଆମକୁ ବାରମ୍ବାର ପଡିଥାଏ। ଯେତେବେଳେ ଆପଣ ହାତ ଓ ମୁହଁକୁ ଧୋଇଥାନ୍ତି ଯାହା ଦ୍ୱାରା ସ୍କିନ୍‌ ଡ୍ରାଏ ହୋଇଯାଏ। ଏମିତିରେ ଆପଣ ଲୋଶନ୍‌ ଲଗାଇ ପାରିବେ।
ମେକ୍‌ଅପ୍‌ ରିମୁଭର ଓ୍ବାଇପ୍ସ: ମେକ୍‌ଅପ୍‌ ରିମୁଭର ଓ୍ବାଇପ୍ସ ଏକ ଭଲ ଜରୁରୀ ଜିନିଷ । ଯଦି ପାର୍ଟି ଫଙ୍କସନ୍‌ରେ ମେକ୍‌ଅପ୍‌ ଭଲ ହୋଇନାହିଁ କିମ୍ବା ମେକ୍‌ଅପ୍‌ ୟାଡେସ୍ୟାଡେ ହୋଇଯାଇଛି ତାକୁ ସଫା କରିବାକୁ ହେଲେ ଏହି ଓ୍ବାଇପ୍ସ ସାହାଯ୍ୟରେ ସଫା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri