Posted inଖେଳ

କର୍ନରଷ୍ଟୋନ ସହ ଚୁକ୍ତି କଲେ ସବୁ ଫର୍ମାଟ୍‌ରେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ଏହି ଭାରତୀୟ ମହିଳା ଟେନିସ ଖେଳାଳି

ମୁମ୍ବାଇ,୨୩।୬(ପି.ଟି.): ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ମଙ୍ଗଳବାର ଏକ ବଡ଼ ଚୁକ୍ତି କରିଛନ୍ତି। ଜଣାଶୁଣା ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କର୍ନରଷ୍ଟୋନ ସହ ସାନିଆ ଚୁକ୍ତି କରିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ସାନିଆ ଏବେ ଏହି ଏଜେନ୍ସି ସହ କାର୍ଯ୍ୟ କରିବେ। ଏହା ତାଙ୍କର ବ୍ରାଣ୍ଡ ବିଜ୍ଞାପନ, ଡିଜିଟାଲ ଆକ୍ଟିଭେଶନ, ଆପିୟରାନ୍ସ ଓ ଅନ୍ୟାନ୍ୟ ବ୍ୟାବସାୟିକ ମାମଲାକୁ ପରିଚାଳନା କରିବ।
ସାରା ଦେଶରେ କର୍ନରଷ୍ଟୋନ୍‌ ସଫଳତାର ସହ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟକରୁଛି। ଏହି ଏଜେନ୍ସି ଉପରେ ମୋର ପୂରା ଭରସା ରହିଛି ଓ ଏହାଦ୍ୱାରା ଉପକୃତ ହେବି ବୋଲି ସାନିଆ କହିଛନ୍ତି। ଏକମାତ୍ର ଭାରତୀୟ ମହିଳା ଖେଳାଳିଭାବେ ସାନିଆ ସବୁ ଫର୍ମାଟ୍‌ରେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ମା’ ହେବାର ସୌଭାଗ୍ୟ ଲାଭ କରିବା ପରେ ସାନିଆ ସଫଳତାର ସହ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଗତ ମାସରେ ପ୍ରଥମ ଭାରତୀୟ ଖେଳାଳିଭାବେ ସେ ଫେଡ୍‌ କପ୍‌ ହାର୍ଟ ପୁରସ୍କାର ଜିତିଥିଲେ। ୨୦୧୮ ଅକ୍ଟୋବରରେ ସେ ପୁଅ ଇଝାନଙ୍କୁ ଜନ୍ମ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀରେ ସେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ନାଡିଆ କିଚେନୋକଙ୍କ ସହ ସେ ମହିଳା ଡବଲ୍ସ ଟାଇଟଲ ହାସଲ କରିଥିଲେ। କ୍ୟାରିୟରରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଆଫ୍ରୋ- ଏସିଆନ ଗେମ୍ସରେ ଏକାଧିକ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରିଥିଲେ। ସାନିଆଙ୍କ ସହ କାର୍ଯ୍ୟ କରିଥିବାର ସୁଯୋଗ ମିଳିଥିବାରୁ କର୍ନରଷ୍ଟୋନ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ବଣ୍ଟି ସାଜଦେ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

୩୨୫ ଦିନ ପରେ ବୁମ୍‌ରା କଲେ ଏମିତି କାମ, ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୧।୪: IPL 2026ରେ ଜସପ୍ରୀତ ବୁମରା ଶେଷରେ ତାଙ୍କର ପ୍ରଥମ ସଫଳତା ହାସଲ କଲେ। ସେ ଇନିଂସର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ କଲେ। ଏହି…

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri