କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭

ନୂଆଦିଲ୍ଲୀ: ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ ଖାନ୍‌ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍‌କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ କଳାକାରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେପ୍ରେମୀ। ହେଲେ ଦୁଇ ଅଭିନେତାଙ୍କ ରୋଗଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଥିଲା। ଋଷି ବ୍ଲଡ୍‌ କ୍ୟାନ୍‌ସର ଏବଂ ଇର୍ଫାନ୍‌ ବ୍ରେନ୍‌ କ୍ୟାନ୍‌ସର ଭଳି ଜଟିଳ ବ୍ୟାଧିରେ ପୀଡ଼ିତ ଥିଲେ। ଉଭୟଙ୍କ ବିଦେଶ ଏବଂ ଦେଶରେ ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସାର ୨ବର୍ଷ ପରେ ଦିନଟିଏ ବ୍ୟବଧାନରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
ଭାରତ ସମେତ ସାରା ବିଶ୍ୱରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ନେଉଛି କ୍ୟାନ୍‌ସର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ ବିଶ୍ୱବ୍ୟାପୀ ୯୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା କ୍ୟାନ୍‌ସର। ସେଥିରୁ ୭୦% ମୃତ୍ୟୁ ଭାରତ ଭଳି ଅନ୍ୟ ବିକାଶଶୀଳ ଏବଂ ଗରିବ ଦେଶରେ ଦେଖିବାକୁ ମିଳିଥିଲା। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଉକ୍ତ ବର୍ଷ ୭ ଲକ୍ଷ ୮୪ ହଜାର ଭାରତୀୟ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ, ଯାହା ମୋଟ ମୃତ୍ୟୁର ୮%।
ଜର୍ନାଲ ଅଫ୍‌ ଗ୍ଲୋବାଲ ଆକ୍ନୋଲୋଜି ପକ୍ଷରୁ ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଭାରତରେ କ୍ୟାନ୍‌ସରଜନିତ ମୃତ୍ୟୁହାର ବିକଶିତ ରାଷ୍ଟ୍ର ତୁଳନାରେ ଦୁଇଗୁଣା। ଦେଶରେ ପ୍ରତି ୧୦ ଜଣ କର୍କଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ଘଟିଥାଏ। ବିକଶିତ ଦେଶରେ ଏହା ୩ରୁ ୪ ମଧ୍ୟରେ ସୀମିତ। ଭାରତରେ କ୍ୟାନ୍‌ସର ଚିକିତ୍ସା କରୁଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ଅଭାବ ରହିଛି। ଏଠାରେ ଜଣେ ଡାକ୍ତରଙ୍କ କାନ୍ଧରେ ହାରାହାରି ୨୦୦୦ କର୍କଟ ଆକ୍ରାନ୍ତଙ୍କ ଚିକିତ୍ସା ଦାୟିତ୍ୱ ଥାଏ, ଯେଉଁଠି ଆମେରିକାରେ ପ୍ରତି ୧୦୦ ଜଣ ରୋଗୀଙ୍କ ଲାଗି ଜଣେ ଡାକ୍ତର ନିୟୋଜିତ ହୋଇଥାନ୍ତି। ଏହା ହିଁ ଭାରତରେ କର୍କଟ ଆକ୍ରାନ୍ତଙ୍କ ମୃତ୍ୟୁହାର ବଢ଼ାଇବାର ପ୍ରମୁଖ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଡାକ୍ତରଙ୍କ ଅଭାବ ସତ୍ତ୍ୱେ କ୍ୟାନ୍‌ସର ଚିକିତ୍ସା ଲାଗି ଭାରତରେ ଅନେକ ବଡ଼ ହସ୍ପିଟାଲ ରହିଛି। ଗଲ୍ଫ ଦେଶ ସମେତ ଆଫ୍ରିକୀୟ ଦେଶରୁ ଅନେକ ରୋଗୀ ଏଠାକୁ ଚିକିତ୍ସିତ ହେବାକୁ ଆସିଥାନ୍ତି। କାରଣ ବିକଶିତ ଦେଶ ତୁଳନାରେ ଭାରତରେ କ୍ୟାନ୍‌ସର ଚିକିତ୍ସା କମ୍‌ ବ୍ୟୟବହୁଳ। ଏହାସତ୍ତ୍ୱେ ଭାରତର ପଇସାବାଲା ଲୋକମାନେ ବିଦେଶରେ କ୍ୟାନ୍‌ସର ଚିକିତ୍ସା କରିବାକୁ ପସନ୍ଦ କରିଥାନ୍ତି। କର୍କଟ ଆକ୍ରାନ୍ତ ଋଷି କପୁର ନ୍ୟୁୟର୍କରେ ଏବଂ ଇର୍ଫାନ ଲଣ୍ଡନରେ ଚିକିତ୍ସିତ ହୋଇ ଫେରିଥିଲେ। ସେହିପରି ସୋନାଲୀ ବେନ୍ଦ୍ରେ, ମନୀଷା କୋଇରାଲା, କ୍ରିକେଟର ଯୁବରାଜ ସିଂଙ୍କ ଚିକିତ୍ସା ଆମେରିକାରେ ହୋଇଥିଲା।
ତେବେ କେତେଜଣ ବିଶେଷଜ୍ଞ ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେମାନେ କହିଛନ୍ତି କ୍ୟାନ୍‌ସର ଚିକିତ୍ସାରେ ଭାରତ ପଛରେ ପଡ଼ିନାହିଁ। ତେବେ ଥିଲାବାଲା ଲୋକ ନିଜର ଉନ୍ନତମାନର ଚିକିତ୍ସା କରାଇବାକୁ ବିକଳ୍ପ ଖୋଜିଥାନ୍ତି। ଭାରତରେ ସମସ୍ତ ରୋଗୀଙ୍କୁ ଉଚିତ ଚିକିତ୍ସା ମିଳିପାରୁନାହିଁ। ତେଣୁ ମୃତ୍ୟୁହାରରେ ଏପରି ପାର୍ଥକ୍ୟ ଦେଖାଦେଉଥିବା ସେମାନେ ମତପୋଷଣ କରିଛନ୍ତି। ଯଦି ସବୁ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଉପଲବ୍ଧ ହୁଏ, ତେବେ ତୁଳନାତ୍ମକ ମୃତ୍ୟୁହାର ବିକଶିତ ଦେଶର ପାଖାପାଖି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri