କରୋନା ସଚେତନତା ପାଇଁ ନିଜ ଘୋଡ଼ାକୁ ଭାଇରସ ଭଳି ରଙ୍ଗେଇଲେ ପୋଲିସ

କୁର୍ନୁଲ,୩୧।୩: କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ ଆମ ଦେଶରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଆନ୍ଧ୍ର ପ୍ରଦେଶର ଜଣେ ପୋଲିସକର୍ମୀ କରୋନା ସଚେତନତା ପାଇଁ ଏକ ଭିନ୍ନ ଉପାୟ ଆପଣାଇଛନ୍ତି। ସବ୍‌ ଇନ୍ସପେକ୍ଟର ମାରୁତି ଶଙ୍କର ମଙ୍ଗଳବାର କୁର୍ନୁଲ ଜିଲାର ପ୍ୟାପିଲି ସହରରେ ଏକ ଘୋଡ଼ା ଚଢି ଯାଉଥିବାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯଦିଓ ଏଥିରେ କିଛି ନୂତନତ୍ୱ ନ ଥିଲା ତେବେ ଘୋଡ଼ାଟି ଯେଉଁ ରଙ୍ଗରେ ରଙ୍ଗେଇ ହୋଇଥିଲା ତାହା ସମସ୍ତଙ୍କ ଦୃଷ୍ଟିରେ ପଡିଥିଲା। ଧଳା ଘୋଡ଼ାଟିର ସମ୍ପୂର୍ଣ୍ଣ ଶରୀର ଲାଲ ରଙ୍ଗରେ ଠିକ୍‌ କରୋନା ଭାଇରସ ଭଳି ସଜେଇ ହୋଇଥିଲା। ଯେଉଁ କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି ତାକୁ ନେଇ ଲୋକଙ୍କ ଭିତରେ ସଚେତନା ସୃଷ୍ଟି କରିବା ଥିଲା ମାରୁତିଙ୍କର ମୂଳ ଲକ୍ଷ୍ୟ। ଇନ୍ସପେକ୍ଟର ମାରୁତି ଉକ୍ତ ସହରର କଲୋନିରେ ଘୋଡ଼ାଟିକୁ ବୁଲାଇ ବୁଲାଇ କରୋନାକୁ ନେଇ ଯେଉଁସବୁ ସଚେତନତା ଜାରି କରାଯାଇଛି ତାକୁ ମାନିବାକୁ କହୁଥିଲେ। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ସାରା ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ଏହା ୬ଦିନରେ ପହଞ୍ଚିଛି। ଏହା ପୂର୍ବରୁ ଚେନ୍ନାଇର ଜଣେ ପୋଲିସ ମଧ୍ୟ କରୋନା ହେଲମେଟ୍‌ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା ନଜରକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

NASAର ବଡ଼ ଘୋଷଣା: ଚନ୍ଦ୍ରରେ ନିର୍ମାଣ କରିବ ଘାଟି

ଓ୍ବାଶିଂଟନ୍‌,୨୭।୫: ଆମେରିକାର ମହାକାଶ ସଂସ୍ଥା ନାସା, ଚନ୍ଦ୍ରରେ ଏକ ଘାଟି ନିର୍ମାଣ କରିବ ବୋଲି ଘୋଷଣା କରିଛି। ନାସା ପ୍ରଶାସକ ଜାରେଡ ଆଇଜାକମ୍ୟାନ କହିଛନ୍ତି ଯେ, ଏହି…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

TMC ଛାଡ଼ିଲେ ଏମ୍‌ପି କାକୋଲି ଘୋଷ, ମମତାଙ୍କର ଥିଲେ ଅତି ଘନିଷ୍ଠ

କୋଲକାତା,୨୭ା୫: TMCକୁ ବଡ଼ ଝଟ୍‌କା। ଦଳ ଛାଡ଼ଛନ୍ତି ଏମ୍‌ପି କାକୋଲି ଘୋଷ। ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିଲେ। ବାରାଶତ୍ରୁରୁ ସେ…

ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ୩ ଘଣ୍ଟା ଉଡ଼ାଣ ପରେ…

ନୂଆଦିଲ୍ଲୀ,୨୭ା୫: ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଲା ଏୟାର ଇଣ୍ଡିଆ ବିମାନ। ସାନ ଫ୍ରାନ୍ସିସ୍କୋ ଯାଉଥିଲା ବେଳେ ଫେରି ଆସିଲା। ୩ ଘଣ୍ଟା ଉଡ଼ାଣ କରି ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri