କରୋନା ସଂକ୍ରମଣ ଆଶଙ୍କା, କନ୍‌ଭେନସନ୍‌ ହଲ୍‌ରେ ହେବ ବିଧାନସଭା କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୭।୩(ବ୍ୟୁରୋ):  କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯିବ। ଲୋକସେବା ଭବନ କନ୍‌ଭେନସନ୍‌ ହଲ୍‌ରେ ଏହି କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍‌ଭେନସନ୍‌ ହଲ୍‌ରେ ହେବ ବୋଲି ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତି କହିଛନ୍ତି, ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ଏଥିଯୋଗୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏହାଛଡ଼ା ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବାର ଆବଶ୍ୟକତା ରହିଛି। ସେଥିଲାଗି ବିଧାନସଭା କୋଠାରେ ବିଧାନସଭା ଅଧିବେଶନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କନ୍‌ଭେନସନ୍‌ ହଲ୍‌ରେ ୨ ମିଟର ବ୍ୟବଧାନରେ ବିଧାୟକମାନେ ବସିବେ। କେତେ ବିଧାୟକ ବିଧାନସଭା ଆସିବେ ସେନେଇ ଦଳୀୟ ନେତାମାନଙ୍କୁ କୁହାଯାଇଛି। ସେମାନଙ୍କ ୩୦% ବିଧାୟକଙ୍କୁ ବିଧାନସଭାକୁ ଆଣିବାକୁ କୁହାଯାଇଛି। ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ପାଇଁ କେବଳ ୩୦ ତାରିଖରେ ବିଧାନସଭା ବସିବ। ଏଣୁ ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri