କରୋନା ପାଇଁ ପଡ଼ିପାରୁନି ହାତଗଣ୍ଠି

ସମ୍ବଲପୁର, ୨୫। ୩(ବ୍ୟୁରୋ): କରୋନା ଭୂତାଣୁକୁ ନେଇ ସମଗ୍ର ଦେଶବାସୀ ଭୟଭିତ। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ଲକ୍‌ ଡାଉନ ଓ ଜନତା କର୍ଫ୍ୟୁ ଭଳି ପଦକ୍ଷେପ ନିଆଯାଇଛି । ସାମାଜିକ ଦୂରତା ରହିଲେ କରୋନା ସଂକ୍ରମଣ ସହ ଲଢ଼େଇ କରି ବିଜୟ ଲାଭ କରିହେବ ବୋଲି ସରକାର ସଚେତନ କରୁଛନ୍ତି। ତେଣୁ ରାଜ୍ୟ ସରକାର ସମସ୍ତ ବାହାଘର, ବ୍ରତଘର, ହୋମଯଜ୍ଞ, ବୈଠକ, ସରକାରୀ ଓ ବେସରକାରୀ ସଭାସମିତି ଆଦି ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ପାଳନ କରି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜିଲାରେ ଥିବା କଲ୍ୟାଣ ମଣ୍ଡପ ଓ ମନ୍ଦିର ଗୁଡିକରେ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ସୂଚନା ଦିଆଯାଇଛି। ନିର୍ଦ୍ଦେଶକୁ ପାଳନ କରି ବିଭିନ୍ନ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ବେଳେ ଲୋକମାନେ ମଧ୍ୟ ନିଜ ସ୍ବଇଚ୍ଛାରେ କାର୍ଯ୍ୟକ୍ରମ ସ୍ଥଗିତ କରି ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମାନେଶ୍ୱରର ମାନଧାତା ବାବା ମନ୍ଦିର ପରିସରରେ କେବଳ ମାର୍ଚ୍ଚ ମାସରେ ୨୭ଟି ମାଙ୍ଗଳିକ କାର୍ଯ୍ୟ ହେବାର ଥିଲା । ସେହିପରି ଏପ୍ରିଲ ମାସରେ ୧୭ଟି ଓ ମେ ମାସରେ ୬ଟି କାର୍ଯ୍ୟକ୍ରମ କରିବାକୁ ଲୋକମାନେ ବୁକିଂ କରିଥିଲେ । ହେଲେ ମନ୍ଦିର ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ପ୍ରସିଦ୍ଧ ହୁମା ବକ୍ର ମନ୍ଦିରରେ ମଧ୍ୟ ଏପ୍ରିଲ ମାସରେ ୪ଟି କାର୍ଯ୍ୟକ୍ରମ କରିବାର ସ୍ଥିର ହୋଇଥିଲା। ସେହିପରି ସମଲେଇ ମନ୍ଦିରରେ ମାତ୍ର ୨ଟି କାର୍ଯ୍ୟକ୍ରମ ରହିଥିଲା, ଯାହାକୁ ଟ୍ରଷ୍ଟ ପକ୍ଷରୁ ବାତିଲ କରାଯାଇଥିଲା । ସେହିପରି ପାଟଣେଶ୍ୱରୀ ମନ୍ଦିରରେ ଏପ୍ରିଲ ୨ରେ ବିବାହ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ ଏପ୍ରିଲ ୧୭ରେ ହେବାକୁ ଥିବା ବିବାହ ମଧ୍ୟ ବାତିଲ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବୁଢ଼ାରଜା ମନ୍ଦିର, ଗାୟତ୍ରୀ ମନ୍ଦିର ଭଳି ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଦେଖିବାକୁ ଗଲେ ସମସ୍ତ ସୁବିଧା ଥିବାରୁ ଲୋକମାନେ କଲ୍ୟାଣ ମଣ୍ଡପ, ହୋଟେଲ ଗୁଡିକରେ ବିବାହ, ବ୍ରତ କାର୍ଯ୍ୟକ୍ରମ କରିବାକୁ ଇଚ୍ଛାପ୍ରକାଶ କରିଥାନ୍ତି । ସମ୍ବଲପୁର ସହରରେ ପ୍ରାୟ ୧୫ରୁ ଅଧିକ ଘରୋଇ କଲ୍ୟାଣ ମଣ୍ଡପ ଓ ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଥିବା ୪ଟି କଲ୍ୟାଣ ମଣ୍ଡପ ରହିିଛି । ବର୍ଷ ତମାମ ସଭା ସମିତି ସହ ଏଭଳି ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ହେଲେ କରୋନା କଟକଣା ଯୋଗୁ ସମସ୍ତ କଲ୍ୟାଣ ମଣ୍ଡପ ଏବେ ବନ୍ଦ ରହିଛି । ଜଣେ କଲ୍ୟାଣ ମଣ୍ଡପ ମାଲିକ ନାମ ଗୋପନ ରଖି କହିଛନ୍ତି ଯେ, ନଭେମ୍ବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ବିବାହ, ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଦିନ ରହିଥାଏ । ତେଣୁ ପ୍ରାୟ କଲ୍ୟାଣ ମଣ୍ଡପରେ ମାସକରେ ୧୦ରୁ ୧୫ ଦିନ ବୁକିଂ ରହିଥାଏ । ଏବେ କରୋନା ମୁକାବିଲା ପାଇଁ ସରକାରୀ ନିର୍ଦ୍ଦେଶକୁ ପାଳନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ବାତିଲ କରାଯାଇଛି । କିଛି ପରିବାର ନିଜ ପକ୍ଷରୁ ବୁକିଂ କ୍ୟାନସେଲ କରିଛନ୍ତି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ବୁକିଂ କରିଥିବା ଲୋକମାନଙ୍କୁ ସୂଚନା ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri