କରୋନା ଡର: କେରଳଫେରନ୍ତା ଶ୍ରମିକଙ୍କୁ ଦେଖି ଛାନିଆ

ଜୟପୁର,୧୩।୩ (ଡି.ଏନ୍‌.ଏ.) – କୋରାପୁଟ ଜିଲାର ଅନେକ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଶ୍ରମିକମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରୁଥିବା ବେଳେ ସେମାନେ କାଳେ କରୋନାରେ ଆକ୍ରାନ୍ତ ଥିବା, ସେଥିପାଇଁ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। କରୋନାର ଶୀକାର ହୋଇ କେରଳରେ କେତେଜଣଙ୍କ ମୃତ୍ୟୁ ହେବା ଖବର ଜାଣିବା ପରେ ଭୟ ବେଶୀ ବଢ଼ିଛି। ଗତ ବୁଧବାର ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ଥଣ୍ଡା, କାଶ ଜ୍ୱର ହୋଇଥିବା ବେଳେ ଗ୍ରାମବାସୀ କରୋନା ଆଶଙ୍କା କରିଥିଲେ। ଯୁବକ ଜଣଙ୍କୁ ପ୍ରଥମେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲେନ୍ସ ଯୋଗେ ନିଆଯାଇଥିଲା। ସେଠାରୁ ଜୟପୁର ଜିଲା ଚିକିସତ୍ାଳୟ ଓ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେ କରୋନାରେ ଆକ୍ରାନ୍ତ ନ ଥିବା ପ୍ରାଥମିକ ଯାଞ୍ଚ ବେଳେ ଜଣାପଡ଼ିଛି। କେରଳ ଫେରନ୍ତା ଶ୍ରମିକଙ୍କୁ ଗ୍ରାମବାସୀ ସନ୍ଦେହ ଚକ୍ଷୁରେ ଦେଖିବା ସହ ସେମାନଙ୍କୁ ଗ୍ରାମରେ ରଖିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ା ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ବାମୁଣିପୁଟ ଗ୍ରାମର ଜଣେ ଏବଂ ନୂଆପୁଟର ୨ଜଣ ଗ୍ରାମବାସୀ କେରଳରୁ ଫେରିଛନ୍ତି ା ଗ୍ରାମବାସୀ ସେମାନଙ୍କ ଗ୍ରାମରେ ରହିବା ନେଇ ଆପତ୍ତି କରିବା ଯୋଗୁ ସେମାନେ ଆଶଙ୍କାରେ ରହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?