ଜୟପୁର,୧୩।୩ (ଡି.ଏନ୍.ଏ.) – କୋରାପୁଟ ଜିଲାର ଅନେକ ଲୋକ କେରଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଏହି ଶ୍ରମିକମାନେ ବର୍ତ୍ତମାନ ନିଜ ଗ୍ରାମକୁ ଫେରୁଥିବା ବେଳେ ସେମାନେ କାଳେ କରୋନାରେ ଆକ୍ରାନ୍ତ ଥିବା, ସେଥିପାଇଁ ଆତଙ୍କିତ ହୋଇପଡ଼ିଛନ୍ତି ଗ୍ରାମବାସୀ। କରୋନାର ଶୀକାର ହୋଇ କେରଳରେ କେତେଜଣଙ୍କ ମୃତ୍ୟୁ ହେବା ଖବର ଜାଣିବା ପରେ ଭୟ ବେଶୀ ବଢ଼ିଛି। ଗତ ବୁଧବାର ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ଥଣ୍ଡା, କାଶ ଜ୍ୱର ହୋଇଥିବା ବେଳେ ଗ୍ରାମବାସୀ କରୋନା ଆଶଙ୍କା କରିଥିଲେ। ଯୁବକ ଜଣଙ୍କୁ ପ୍ରଥମେ ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲେନ୍ସ ଯୋଗେ ନିଆଯାଇଥିଲା। ସେଠାରୁ ଜୟପୁର ଜିଲା ଚିକିସତ୍ାଳୟ ଓ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେ କରୋନାରେ ଆକ୍ରାନ୍ତ ନ ଥିବା ପ୍ରାଥମିକ ଯାଞ୍ଚ ବେଳେ ଜଣାପଡ଼ିଛି। କେରଳ ଫେରନ୍ତା ଶ୍ରମିକଙ୍କୁ ଗ୍ରାମବାସୀ ସନ୍ଦେହ ଚକ୍ଷୁରେ ଦେଖିବା ସହ ସେମାନଙ୍କୁ ଗ୍ରାମରେ ରଖିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ା ଜୟପୁର ବ୍ଲକ ବାଲିଆ ପଞ୍ଚାୟତ ବାମୁଣିପୁଟ ଗ୍ରାମର ଜଣେ ଏବଂ ନୂଆପୁଟର ୨ଜଣ ଗ୍ରାମବାସୀ କେରଳରୁ ଫେରିଛନ୍ତି ା ଗ୍ରାମବାସୀ ସେମାନଙ୍କ ଗ୍ରାମରେ ରହିବା ନେଇ ଆପତ୍ତି କରିବା ଯୋଗୁ ସେମାନେ ଆଶଙ୍କାରେ ରହିଛନ୍ତି ା
ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ
ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…
୩୩ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର
ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ଲାଇନର ଖୁଣ୍ଟ ଓ ତାର…
ରାସ୍ତା ଉପରେ ସାମଗ୍ରୀ ରଖି କରୁଥିଲେ ବ୍ୟବସାୟ: ହଠାତ୍ ଚଢ଼ାଉ କଲା ପୋଲିସ
ନନ୍ଦପୁର, ୧୬।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ରାଜଦାଣ୍ଡ ଉପରେ ବିଭିନ୍ନ ଦୋକାନୀମାନେ ସାମଗ୍ରୀ ରଖି ରାସ୍ତାକୁ ଅବୈଧ…
ଦିଲ୍ଲୀ ଯିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍
ଜୟପୁର,୧୪ା୫(ପବନ ପାଣିଗ୍ରାହୀ): ଛତିଶଗଡ଼ର ଜଗଦଲପୁରଠାରୁ ଦିଲ୍ଲୀକୁ ୨୧ ତାରିଖରେ ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହି ଟ୍ରେନ…
ବରଗଛ ଭାଙ୍ଗି ରାସ୍ତା ଅବରୋଧ
କୋରାପୁଟ,୧୪ା୫(ଅମିତାଭ ବେହେରା): କୋରାପୁଟ ସହରର ୨୬ନଂ.ଜାତୀୟ ରାଜପଥ ପାର୍ଶ୍ୱ ତଥ କଳାନିକେତନ ଛକ ନିକଟରେ ଏକ ପୁରୁଣା ବରଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା। ହେଲେ…
କ୍ଷୁଦ୍ର ପୋଲର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ
ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…
ନଳକୂପ,ସୌରଚାଳିତ ପ୍ରକଳ୍ପ ଅଚଳ: ଚୁଆପାଣି ଭରସାରେ ଗ୍ରାମବାସୀ
ନନ୍ଦପୁର/ପାଡୁଆ,୧୩ା୫(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଗ୍ରାମରେ ବସବାସ କରୁଥିବା ୪୮ ପରିବାର ପାଇଁ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ରହିଛି। ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି।…
ପାଡୁଆ ରାଜୀବଗାନ୍ଧୀ ସେବାକେନ୍ଦ୍ର, ୫ ଦୋକାନ ଗୃହ ଭାଙ୍ଗିବା ଘଟଣା ପଡ଼ିରହିଛି ଲକ୍ଷାଧିକ ଟଙ୍କାର ଲୁହା ସାମଗ୍ରୀ
ନନ୍ଦପୁର/ପାଡୁଆ,୧୩ା୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ ପାଡୁଆ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଓ ୫ ଦୋକାନ ଗୃହ ବେସରକାରୀ ଜମିରେ ସରକାରୀ ଅର୍ଥରେ…
Archives

