Posted inଫୁରସତ

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି ବିଚକ୍ଷଣ ସ୍ମରଣ ଶକ୍ତି ଥିବା ବାଳିକା ଜଣକ ହେଉଛନ୍ତି ସନାୟା ହୁଡା। ତାଙ୍କ ଘର ହରିୟାଣାର ରୋହତକ ଜିଲ୍ଲାରେ। ସନାୟାଙ୍କର ଏଭଳି ଅଦ୍ଭୁତ ପ୍ରତିଭା ସମ୍ପର୍କରେ ଜାଣିବା ପରେ ଏବେ ସବୁ ଅଞ୍ଚଳରେ ତାଙ୍କୁ ନେଇ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । କୁହାଯାଏ ପ୍ରତିଭା ଲୋକଲୋଚନକୁ ଆସିବାକୁ ବେଶୀ ସମୟ ଲାଗେନି । ଏହାର ଏକ ବଡ଼ ପ୍ରମାଣ ହେଉଛନ୍ତି ସନାୟା । ମାତ୍ର ଦୁଇ ବର୍ଷ ବୟସରେ ସେ ଦେଶ ବିଦେଶର ନାଁ ସହ ସବୁ ଦେଶର ରାଜଧାନୀ ତଥା ଇତିହାସର ବିଭିନ୍ନ ତଥ୍ୟ ଏବଂ ରାଜନେତାଙ୍କ ସମ୍ପର୍କରେ ବହୁ ତଥ୍ୟ ଦେଇପାରୁଛନ୍ତି। ଖାଲି ସେତିକି ନୁହେଁ ବିଭିନ୍ନ ଦେଶର ରାଷ୍ଟ୍ରଧ୍ୱଜକୁ ମଧ୍ୟ ସେ ଦେଖିବା ମାତ୍ରେ କହିପାରନ୍ତି। ଏହା ସହିତ ଭାରତର ସବୁ ରାଜ୍ୟର ରାଜଧାନୀର ନାଁ ବି କେଇ କ୍ଷଣରେ କହିପାରନ୍ତି।
ସନାୟାଙ୍କର ଏଇ ପ୍ରତିଭା ଜଣା ପଡ଼ିଥିଲା ମାତ୍ର ୬ ମାସରୁ ଯେତେବେଳେ ସେ କଥା କହିବା ଆରମ୍ଭ କରିଥିଲେ। ଏହା ପରଠାରୁ ସେ ଯାହା ଶୁଣିଥିଲେ ଖୁବଶୀଘ୍ର ସବୁ ମନେ ରଖି ଦେଉଥିଲେ। ଏବେ ସେ ଭାରତ ସମେତ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ନାଁ ସହିତ କେଉଁ ଜିନିଷକୁ କିଏ ଆବିଷ୍କାର କରିଛନ୍ତି, ବିଭିନ୍ନ ରାଜ୍ୟର ବିଧାନସଭା ସିଟ୍‌ ଆଦି ସମ୍ପର୍କରେ ଖୁବ୍‌ ସହଜରେ କହିପାରୁଛନ୍ତି। ସେଥିପାଇଁ ତାଙ୍କୁ ଲୋକେ କମ୍ପ୍ୟୁଟର ଗାର୍ଲ ବୋଲି କହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri