କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ

ବାପାଙ୍କଠାରୁ ପ୍ରଥମ ଗୀତ କମ୍ପୋଜ କରିବାର ଦାୟିତ୍ୱ ନେଇଥିଲେ ଆସାଦ ନିଜାମ। ଭୟ ଲାଗୁଥିଲେ ବି ଗୀତର ମୁଖଡ଼ା କମ୍ପୋଜ କରି ବାପାଙ୍କ ମନ ଜିଣିନେଇଥିଲେ। ଏହାପରେ ସଙ୍ଗୀତ କ୍ଷେତ୍ରରେ ସାଉଁଟିଥିଲେ ସଫଳତା। ସପନର ପଥେ ପଥେ, ଟପ୍ପୋରୀ, ପରଦେଶୀ ଚଢ଼େଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଆସାଦ ମ୍ୟୁଜିକ ଭିଡ଼ିଓ ଦୁନିଆରେ ପାଲଟିଥିଲେ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ। ଭିଜେଇ ଦେ ଯା ଥରେ, ନଜଦିକିୟାଁ, ଇସ୍କ, ଫଗୁଣ, ପରଦେଶୀ ଚଢ଼େଇ, ସଖୀ ଭଳି ଅନେକ ହିଟ୍‌ ସୁପରହିଟ୍‌ ଗୀତର ସଙ୍ଗୀତ ନିର୍ଦ୍ଦେଶକ ତଥା ଚଳିତବର୍ଷ ଫଗୁଣ ଗୀତ ନିମନ୍ତେ ଓଲିଉଡ୍‌ ସିନେ ଆୱାର୍ଡ ପକ୍ଷରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସମ୍ବର୍ଦ୍ଧିତ ଆସାଦ ନିଜାମଙ୍କ ଅନୁଭୂତିରୁ କିଛି।
ମୋ ବାପା ହେଉଛନ୍ତି ଗୀତିକାର ସେଖ୍‌ ନିଜାମ ଉଲ୍‌ ହକ୍‌। ଗୀତିକାର ନିଜାମ କହିଲେ ଓଡ଼ିଶାର ପ୍ରତ୍ୟେକ ଗଳିକନ୍ଦିର ଲୋକ ଜାଣନ୍ତି। ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବାକୁ ଯିବା ବେଳେ ବି ଗୀତ ରଚନା, ସଙ୍ଗୀତ ସୃଷ୍ଟି ତଥା ସଙ୍ଗୀତର ସମସ୍ତ ଦିଗ ଉପରେ ଚର୍ଚ୍ଚା ଚାଲିଥାଏ ଆମ ଘରେ। ଏବେ ଯେଉଁମାନେ ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ କିମ୍ବା ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚିତ, ସେମାନଙ୍କ ଆଡ୍ଡା ଜମୁଥିଲା ମୋ ବାପାଙ୍କ ପ୍ରକୋଷ୍ଠରେ। ଆମ ଘର ହିଁ ମୋ ସଙ୍ଗୀତ ଦୁନିଆର ଅନ୍ତୁଡ଼ିଶାଳ ଥିଲା । ଏଣୁ ସଙ୍ଗୀତ ଦିଗକୁ ଟାଣି ହୋଇ ଆସିବା ମୋ ପାଇଁ କିଛି ନୂଆ କି ବଡ଼ କଥା ନଥିଲା।
୨୦୦୧ ମସିହାରେ ଗିଟାର ବଜାଇବା ଆରମ୍ଭକଲି। ଏହାପରେ ବିଭିନ୍ନ ଅର୍କେଷ୍ଟ୍ରାରେ କାମ କରିଥିଲି। ୨୦୦୭ ମସିହା କଥା। ଦୂରଦର୍ଶନରେ ପ୍ରସ୍ତୁତ ହେଉଥିବା ଏକ ଧାରାବାହିକ ’ରହସ୍ୟ’ର ଗୀତ ଲେଖିବା ଦାୟିତ୍ୱ ବାପାଙ୍କୁ ମିଳିଥିଲା। ମୁଁ ସଙ୍ଗୀତ ଦୁନିଆରେ କାମ କରେ ବୋଲି ବାପାଙ୍କର ମଧ୍ୟ ଇଚ୍ଛା ଥିଲା । ବାପା ଗୀତଟିକୁ ଲେଖି ସାରିବା ପରେ କୌଣସି ନାମୀଦାମୀ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଏହା କମ୍ପୋଜ କରିବାକୁ ଦେବା ବଦଳରେ ମୋତେ ଦେବାକୁ ସ୍ଥିର କରିଥିଲେ। ଦିନେ ହଠାତ୍‌ ମୋତେ ଡାକିଲେ। ମୋ କାମ କଥା ପଚାରି ବୁଝିଲେ। ଏହାପରେ ଗୋଟିଏ ଗୀତ କମ୍ପୋଜ କରିପାରିବୁ ନା ନାହିଁ ବୋଲି ପଚାରିଲେ। ଯାହାଙ୍କ ଗୀତ ରଚନାକୁ ନେଇ ଅକ୍ଷୟ ମହାନ୍ତିଙ୍କଠାରୁ ଆରମ୍ଭ କରି ରାଜ୍ୟର ବହୁ ସ୍ବନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦିଅନ୍ତି, ତାଙ୍କ ଗୀତକୁ ମୁଁ କରି ପାରିବି ନା ନାହିଁ ବୋଲି ମନରେ ପ୍ରଶ୍ନ ଉଠିଥିଲା। ଯଦି ବି ଏହି କାର୍ଯ୍ୟ କରେ ତେବେ କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରି ପାରିବି କି ନାହିଁ ଡର ଲାଗୁଥିଲା। ହେଲେ ହଁ କହି ବାପାଙ୍କ ଠାରୁ ଦାୟିତ୍ୱଟି ଆଣିଲି । ଗୀତଟିକୁ କମ୍ପୋଜ କରିବାକୁ ବସିଥିଲି। ଗୀତର ମୁଖଡା ଭାଗକୁ କମ୍ପୋଜ କରିବା ପରେ ବାପାଙ୍କୁ ଶୁଣାଇ ତାଙ୍କ ପ୍ରତ୍ୟୁତ୍ତରକୁ ଅପେକ୍ଷା କରିଥିଲି। ବାପା ତାହା ଶୁଣିବା ପରେ ହଁ ଭଲ ହୋଇଛି ବୋଲି କହିଥିଲେ। ଏହାପରେ ମୁଁ ସଙ୍ଗୀତ ଦୁନିଆରେ କାମ କରିପାରିବି ବୋଲି ସେତେବେଳେ ଅନୁଭବ ହୋଇଥିଲା।
– କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri