କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ

ବାପାଙ୍କଠାରୁ ପ୍ରଥମ ଗୀତ କମ୍ପୋଜ କରିବାର ଦାୟିତ୍ୱ ନେଇଥିଲେ ଆସାଦ ନିଜାମ। ଭୟ ଲାଗୁଥିଲେ ବି ଗୀତର ମୁଖଡ଼ା କମ୍ପୋଜ କରି ବାପାଙ୍କ ମନ ଜିଣିନେଇଥିଲେ। ଏହାପରେ ସଙ୍ଗୀତ କ୍ଷେତ୍ରରେ ସାଉଁଟିଥିଲେ ସଫଳତା। ସପନର ପଥେ ପଥେ, ଟପ୍ପୋରୀ, ପରଦେଶୀ ଚଢ଼େଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଆସାଦ ମ୍ୟୁଜିକ ଭିଡ଼ିଓ ଦୁନିଆରେ ପାଲଟିଥିଲେ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ। ଭିଜେଇ ଦେ ଯା ଥରେ, ନଜଦିକିୟାଁ, ଇସ୍କ, ଫଗୁଣ, ପରଦେଶୀ ଚଢ଼େଇ, ସଖୀ ଭଳି ଅନେକ ହିଟ୍‌ ସୁପରହିଟ୍‌ ଗୀତର ସଙ୍ଗୀତ ନିର୍ଦ୍ଦେଶକ ତଥା ଚଳିତବର୍ଷ ଫଗୁଣ ଗୀତ ନିମନ୍ତେ ଓଲିଉଡ୍‌ ସିନେ ଆୱାର୍ଡ ପକ୍ଷରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସମ୍ବର୍ଦ୍ଧିତ ଆସାଦ ନିଜାମଙ୍କ ଅନୁଭୂତିରୁ କିଛି।
ମୋ ବାପା ହେଉଛନ୍ତି ଗୀତିକାର ସେଖ୍‌ ନିଜାମ ଉଲ୍‌ ହକ୍‌। ଗୀତିକାର ନିଜାମ କହିଲେ ଓଡ଼ିଶାର ପ୍ରତ୍ୟେକ ଗଳିକନ୍ଦିର ଲୋକ ଜାଣନ୍ତି। ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବାକୁ ଯିବା ବେଳେ ବି ଗୀତ ରଚନା, ସଙ୍ଗୀତ ସୃଷ୍ଟି ତଥା ସଙ୍ଗୀତର ସମସ୍ତ ଦିଗ ଉପରେ ଚର୍ଚ୍ଚା ଚାଲିଥାଏ ଆମ ଘରେ। ଏବେ ଯେଉଁମାନେ ଓଡ଼ିଶାର ସ୍ବନାମଧନ୍ୟ କଣ୍ଠଶିଳ୍ପୀ କିମ୍ବା ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚିତ, ସେମାନଙ୍କ ଆଡ୍ଡା ଜମୁଥିଲା ମୋ ବାପାଙ୍କ ପ୍ରକୋଷ୍ଠରେ। ଆମ ଘର ହିଁ ମୋ ସଙ୍ଗୀତ ଦୁନିଆର ଅନ୍ତୁଡ଼ିଶାଳ ଥିଲା । ଏଣୁ ସଙ୍ଗୀତ ଦିଗକୁ ଟାଣି ହୋଇ ଆସିବା ମୋ ପାଇଁ କିଛି ନୂଆ କି ବଡ଼ କଥା ନଥିଲା।
୨୦୦୧ ମସିହାରେ ଗିଟାର ବଜାଇବା ଆରମ୍ଭକଲି। ଏହାପରେ ବିଭିନ୍ନ ଅର୍କେଷ୍ଟ୍ରାରେ କାମ କରିଥିଲି। ୨୦୦୭ ମସିହା କଥା। ଦୂରଦର୍ଶନରେ ପ୍ରସ୍ତୁତ ହେଉଥିବା ଏକ ଧାରାବାହିକ ’ରହସ୍ୟ’ର ଗୀତ ଲେଖିବା ଦାୟିତ୍ୱ ବାପାଙ୍କୁ ମିଳିଥିଲା। ମୁଁ ସଙ୍ଗୀତ ଦୁନିଆରେ କାମ କରେ ବୋଲି ବାପାଙ୍କର ମଧ୍ୟ ଇଚ୍ଛା ଥିଲା । ବାପା ଗୀତଟିକୁ ଲେଖି ସାରିବା ପରେ କୌଣସି ନାମୀଦାମୀ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଏହା କମ୍ପୋଜ କରିବାକୁ ଦେବା ବଦଳରେ ମୋତେ ଦେବାକୁ ସ୍ଥିର କରିଥିଲେ। ଦିନେ ହଠାତ୍‌ ମୋତେ ଡାକିଲେ। ମୋ କାମ କଥା ପଚାରି ବୁଝିଲେ। ଏହାପରେ ଗୋଟିଏ ଗୀତ କମ୍ପୋଜ କରିପାରିବୁ ନା ନାହିଁ ବୋଲି ପଚାରିଲେ। ଯାହାଙ୍କ ଗୀତ ରଚନାକୁ ନେଇ ଅକ୍ଷୟ ମହାନ୍ତିଙ୍କଠାରୁ ଆରମ୍ଭ କରି ରାଜ୍ୟର ବହୁ ସ୍ବନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦିଅନ୍ତି, ତାଙ୍କ ଗୀତକୁ ମୁଁ କରି ପାରିବି ନା ନାହିଁ ବୋଲି ମନରେ ପ୍ରଶ୍ନ ଉଠିଥିଲା। ଯଦି ବି ଏହି କାର୍ଯ୍ୟ କରେ ତେବେ କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରି ପାରିବି କି ନାହିଁ ଡର ଲାଗୁଥିଲା। ହେଲେ ହଁ କହି ବାପାଙ୍କ ଠାରୁ ଦାୟିତ୍ୱଟି ଆଣିଲି । ଗୀତଟିକୁ କମ୍ପୋଜ କରିବାକୁ ବସିଥିଲି। ଗୀତର ମୁଖଡା ଭାଗକୁ କମ୍ପୋଜ କରିବା ପରେ ବାପାଙ୍କୁ ଶୁଣାଇ ତାଙ୍କ ପ୍ରତ୍ୟୁତ୍ତରକୁ ଅପେକ୍ଷା କରିଥିଲି। ବାପା ତାହା ଶୁଣିବା ପରେ ହଁ ଭଲ ହୋଇଛି ବୋଲି କହିଥିଲେ। ଏହାପରେ ମୁଁ ସଙ୍ଗୀତ ଦୁନିଆରେ କାମ କରିପାରିବି ବୋଲି ସେତେବେଳେ ଅନୁଭବ ହୋଇଥିଲା।
– କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri