କନ୍ଧମାଳ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ: କୌଣସି ସ୍ଥାନ ଓଡ଼ିଆ ସାହିତ୍ୟଠାରୁ ଦୂରରେ ନାହିଁ

ଫୁଲବାଣୀ ଅଫିସ, ୧୫ା୧୨-ଫୁଲବାଣୀ ଗାନ୍ଧୀ ସ୍ମୃତିଭବନ ପରିସରରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟ ନିର୍ବାହୀ ସଦସ୍ୟ ତଥା କବି ଅମରେଶ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ, ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ରବୀନ୍ଦ୍ରନାଥ ମିଶ୍ର ପ୍ରମୁଖ ଯୋଗଦେଇ କନ୍ଧମାଳ ମାଟି, ପାଣି, ପବନରେ ସାହିତ୍ୟ ଭରି ରହିଛି। ସାହିତ୍ୟ ଆଦ୍ୟ ସମାଜରୁ ରହିଛି। ତେଣୁ କୌଣସି ସ୍ଥାନ ଓଡ଼ିଆ ସାହିତ୍ୟଠାରୁ ଦୂରରେ ନାହିଁ। ସାହିତ୍ୟ ପାଇଁ ସାହିତି୍ୟକ ନିଜେ ନିଜକୁ ଚରିତ୍ର ସହ ଲୀନ କରିବାକୁ ହେବ। ତାହା ହେଲେ ଉତ୍ତମ ସାହିତ୍ୟ ସୃଷ୍ଟି ହେବା ସହ ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରକାଶ କରିଥିଲେ। ସାହିତି୍ୟକ ଜ୍ୟୋତି ନନ୍ଦ, ସାହିତ୍ୟ ଘରର ରାଜ୍ୟ ସଂଯୋଜକ ଶୁଭଶ୍ରୀ ଲେଙ୍କା, ରବୀନ୍ଦ୍ର ନାଥ ମିଶ୍ର, ଜ୍ୟୋତିର୍ମୟୀ କହଁର, ଡ. ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ‘କନ୍ଧମାଳ ଓଡ଼ିଆ ସାହିତ୍ୟଠୁ କେତେ ପାଖ, କେତେ ଦୂର’ ବିଷୟବସ୍ତୂ ଉପରେ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ସାହିତ୍ୟରେ ଅବହେଳିତ ସ୍ବର ଉପରେ ଆଲୋଚନା ହୋଇଥିଲା। ରଞ୍ଜନ ପ୍ରଧାନ, କ୍ଷେତ୍ରବାସୀ ମାନସେଠ୍‌, ପ୍ରଦୀପ କହଁର, ବିଦେଶୀ ନାୟକ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସରରେ ବହୁ ସଂଖ୍ୟାରେ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରଶ୍ମୀରଞ୍ଜନ ପରିଡା, ଦେବାଶିଷ ସାମନ୍ତରାୟ, ସିତାଂଶୁ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri