କଡ଼ା ସୁରକ୍ଷା ସତ୍ତ୍ୱେ ମାତିଲେ ଲୁଟେରା

ଭୁବନେଶ୍ୱର, ୫।୭(ବ୍ୟୁରୋ) : ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହାସତ୍ତ୍ୱେ ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୁଟେରା ସକ୍ରିୟ ହୋଇଥିଲେ। କେବଳ ଇସ୍କନ ମନ୍ଦିର ରଥଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌, ପର୍ସ, ଭ୍ୟାନିଟି ଲୁଟ୍‌ ଓ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଣେ ଇସ୍କନ ସାଧକଙ୍କ ପକେଟରୁ ମୋବାଇଲ ଫୋନ୍‌ ଚୋରି କରିବାବେଳେ ସାଧକ ଜଣକ ତାଙ୍କୁ ମାଡ଼ିବସି ଧରିବା ପରେ ପୋଲିସ ଜିମା ଦେଇଛନ୍ତି। ତେବେ ଲୁଟ୍‌ର ଶିକାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚେକିଂ କରିଥିଲେ ମଧ୍ୟ କାହାକୁ ଧରିପାରିନି।
ସୂଚନା ମୁତାବକ, ସକାଳ ୧୦ଟା ପରେ ଠାକୁର ପହଣ୍ଡି ବିଜେ କରି ରଥାରୂଢ ହେବା ପରେ ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିଥିଲା। ୨ଟା ପରେ ଛେରାପହଁରା ସରି ରଥଟଣା ଆରମ୍ଭ ହେବାବେଳକୁ ଇସ୍କନ ମନ୍ଦିର ପରିସର ଓ ବାହାରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସୁଯୋଗରେ ଲୁଟେରାମାନେ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲେ। ନୟାପଲ୍ଲୀ ଅଞ୍ଚଳରେ ହୋଟେଲ କରିଥିବା କେନ୍ଦ୍ରାପଡ଼ାର ନିକୁଞ୍ଜ କିଶୋରନାଥ ପରିବାର ସହ ରଥଯାତ୍ରାକୁ ଆସିଥିଲେ। ତାଙ୍କ ପକେଟରୁ କେହି ମୋବାଇଲ ଫୋନ୍‌ ଓ ପର୍ସ ନେଇଯାଇଥିଲେ। ସେହିପରି ନୟାପଲ୍ଲୀ ଅଞ୍ଚଳର ଜଗନ୍ନାଥ ରଥଙ୍କ ୧୫ ହଜାର ଟଙ୍କାର ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଅଞ୍ଚଳରୁ ଭୁବନେଶ୍ୱର ବୁଲିବାକୁ ଆସିଥିବା ହରଦୀପ ସାହାଙ୍କ ସ୍ତ୍ରୀଙ୍କଠାରୁ ଲୁଟେରା ଭ୍ୟାନିଟି ଛଡାଇ ନେଇଥିବାବେଳେ ସେଥିରେ ମୋବାଇଲ୍‌ ଫୋନ୍‌ ଓ ଏଟିଏମ୍‌ ସହ ଅନ୍ୟ ଜରୁରୀ କାଗଜପତ୍ର ଏବଂ ୬ହଜାର ଟଙ୍କା ରହିଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଝାରପଡା ଅଞ୍ଚଳରୁ ଆସିଥିବା ଦୁଇ ସାଙ୍ଗ ଆଶୁତୋଷ ଓ ଦେବୀପ୍ରସାଦ ରଥ ଟାଣିବା ସମୟରେ ସେମାନଙ୍କ ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିଲା। ରେଣ୍ଟାଲ କଲୋନୀର ରହୁଥିବା ଅଟୋଚାଳକ ପ୍ରଭାତ ସେଠୀ ପୁଅକୁ ଚାର୍ଟ ଖୁଆଉଥିବାବେଳେ କେହି ମୋବାଇଲ ଲୁଟିନେଇଥିଲା। ଇସ୍କନ ମନ୍ଦିର ସାଧକ ତଥା ଡ୍ରାଇଭର ବିଶ୍ୱରଞ୍ଜନ ଦାସଙ୍କ ପକେଟରୁ ମୋବାଇଲ ଛଡାଇବା ବେଳେ ସେ ଉକ୍ତ ଯୁବକଙ୍କୁ କାବୁ କରିଥିଲେ। ଇସ୍କନ ସାଧକ ଦିଲୀପ କୁମାର ମହାନ୍ତିଙ୍କ ସମେତ ୧୦ରୁ ଊର୍ଦ୍ଧ ଭକ୍ତଙ୍କର ମୋବାଇଲ ଫୋନ୍‌ ଲୁଟ୍‌ ହୋଇଥିବା କହିବା ପରେ ଉକ୍ତ ଲୁଟେରାଙ୍କୁ ପୋଲିସ ଜିମାରେ ଦିଆଯାଇଥିଲା।
ଏ ନେଇ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିନ୍ତୁ ଭିଡ଼ର ସୁଯୋଗ ନେଇ ଏପରି ଘଟିଛି। ପୂର୍ବବର୍ଷ ୫୦ରୁ ଊର୍ଦ୍ଧ୍ୱ ମୋବାଇଲ ଲୁଟ୍‌ ଓ ଚୋରି ହୋଇଥିଲା। ଏଥର କିନ୍ତୁ ଏହି ସଂଖ୍ୟା କମିଛି। ଏରାଗୋଲା ଗ୍ୟାଙ୍ଗ ସହ ମିଶି କିଛି ମହିଳା ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ଶୀଘ୍ର ସମ୍ପୃକ୍ତ ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri