କଠିନ ବର୍ଜ୍ୟବସ୍ତୁ ପରିଚାଳନା

ମହାନଗର ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ବିଭିନ୍ନ ଦୃଷ୍ଟିରୁ ଏହାର ଗୁରୁତ୍ୱ ବଢିଛି। ନାନା ଯୋଜନା ମାଧ୍ୟମରେ ସହରକୁ ନୂଆ ରୂପ ଦେବାକୁ ଚେଷ୍ଟା ଜାରି ରହିଛି। ଆଧୁନିକତାର ସ୍ବାଦ କିପରି ଷ୍ଟିଲ ସିଟିର କୋଣ ଅନୁକୋଣରେ ପହଞ୍ଚତ୍ବ ସେ ନେଇ କାମ ଚାଲିଛି। ସୁସ୍ଥ, ସ୍ବଚ୍ଛ ପରିମଳ ବ୍ୟବସ୍ଥା ପାଇଁ କିପରି ଜାଗରଣ ସୃଷ୍ଟି କରାଯାଇ ପାରିବ ସେନେଇ ମହାନଗର ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏମିତି ଅବସ୍ଥାରେ ୫ରୁ ୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏ ସହରରୁ ପ୍ରତିଦିନ ବାହାରୁଥିବା କଠିନ ବର୍ଜ୍ୟ ପରିଚାଳନା ଚିନ୍ତା ବଢାଇ ଦେଇଛି। ମୋଟ ୪୦ ୱାର୍ଡ ବିଶିଷ୍ଟ ଏହି ମହାନଗରରୁ ପ୍ରତିଦିନ ସଂଗୃହିତ କଠିନ ବର୍ଜ୍ୟ ପଦାର୍ଥ ପରିଚାଳନା ନେଇ ଆଜି ପର୍ଯ୍ୟନ୍ତ ସେଭଳି କିଛି ଠୋସ ପଦକ୍ଷେପ ନିଆଯାଇ ପାରିନି। ଏନେଇ ଆରଏମ୍‌ସି ପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ ସତ୍ତ୍ୱେ ଆଶାନୁରୂପ ଫଳ ମିଳି ପାରିନି। ଏମିତି ଅବସ୍ଥାରେ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିଛି ଲୌହ, ଟିଣ, ଦସ୍ତା ଭଳି କଠିନ ବର୍ଜ୍ୟ ସାମଗ୍ରୀ। ଏସବୁ ବ୍ୟବହାର ଅନୁପଯୋଗୀ ସାମଗ୍ରୀ କଣ୍ଟା ଭାବେ ଗଣାଯାଏ। ଯେଉଁମାନେ ଲୁଚା ଚୋରାରେ ଏହାକୁ ସଂଗ୍ରହ କରି ବିକ୍ରି କରନ୍ତିି ତାଙ୍କୁ କଣ୍ଟା ବେପାରୀ କୁହାଯାଏ। କାରଖାନା ପରିସର ବାହାରେ ରହିଥିବା ଡମ୍ପିଂ ୟାର୍ଡରୁ ସଂଗୃହୀତ ଗୁଲି(ମଳ ଲୁହା)ସହ ଭଙ୍ଗା ସାଇକେଲ, କୁଲର, ମୋଟର ବାଇକ ଓ ଏହାର ଆନୁଷଙ୍ଗିକ ଯନ୍ତ୍ରାଂଶ ସମେତ ପଙ୍ଖା, ଟିଭି, ମୋଟର ପାର୍ଟ୍‌ସ ଭଳି ଯାବତୀୟ ବ୍ୟବହାର ଅନୁପଯୋଗୀ ସାମଗ୍ରୀ କାହାକୁ ବିକାଯିବ ସେ ନେଇ କୌଣସି ନିୟମ କରାଯାଇ ନାହିଁ। ଫିଙ୍ଗା ଯିବା ନେଇ ମଧ୍ୟ ସ୍ଥାନ ନିରୂପଣ କରାଯାଇନି। ଏହାକୁ ଖୋଲାଖୋଲି କେହି ସଂଗ୍ରହ କରି କଣ୍ଟା ବେପାରୀଙ୍କୁ ବିକିବା ସେତେ ସହଜ ନୁହେଁ। ଏମିତି ଅବସ୍ଥାରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଏଭଳି ବର୍ଜ୍ୟ ପଦାର୍ଥ ପଡି ରହିଛି। ଏହାର ପରିଚାଳନା ହୋଇ ପାରୁନି। ଯେଉଁ ଗରିବ ଲୋକଟି ଏହାକୁ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବାକୁ ଚାହୁଁଛି ତାକୁ ପୋଲିସ ନାଲି ଆଖି ଦେଖାଉଛି। ସ୍ଥଳ ବିଶେଷରେ କଣ୍ଟା କାରବାର ଅଭିଯୋଗରେ ଜେଲ ଯିବାକୁ ପଡୁଛି। ଏଣୁ ଏହି ଧରଣର ଟନ ଟନ ବର୍ଜ୍ୟ ସାମଗ୍ରୀକୁ କିପରି ପରିଚାଳନା କରାଯିବ ସେନେଇ କାହାର ଚିନ୍ତା ନାହିଁ। ଏନେଇ ତକତ୍ାଳୀନ ଏସ୍‌ପି ଉମାଶଙ୍କର ଦାସଙ୍କୁ ଏହି କାରବାରରେ ଜଡିତ କେତେଜଣ ବ୍ୟବସାୟୀ ସାକ୍ଷାତ କରି ସମସ୍ୟା ଜଣାଇ ଥିଲେ। ମହାନଗର ଅଞ୍ଚଳରେ ଗୋଦାମ ବ୍ୟବସ୍ଥା କରାଯାଇ ବ୍ୟବସାୟକୁ ବୈଧ କରିବାକୁ ପ୍ରସ୍ତାବ ରଖିଥିଲେ। ତଥାପି କିଛି ଫଳ ହେଲା ନାହିଁ। ଏମିତି ଅବସ୍ଥାରେ ବର୍ଜ୍ୟ ପଦାର୍ଥ କାହାକୁ ବିକ୍ରି କରାଯିବ ସେନେଇ ଗୃହକର୍ତ୍ତାଙ୍କ ମଧ୍ୟରେ ଚିନ୍ତା ବଢୁଛି। ମହାନଗର କର୍ତ୍ତୃପକ୍ଷ ଯେତେବେଳେ ପଲିଥିନ, ଥର୍ମୋକୁଲ, ପନିପରିବା ଚୋପା ଭଳି ବର୍ଜ୍ୟସାମଗ୍ରୀ ପରିଚାଳନା କରି ପାରୁ ନାହଁାନ୍ତି ସେତେବେଳେ ଏସବୁ କଠିନ ବର୍ଜ୍ୟ ପରିଚାଳନା ନେଇ ଚିନ୍ତା କରିବା ବୃଥା। ଦେଖାଯାଇଛି ଯେ ସହର ତଳି ଅନେକ ରାସ୍ତା ପାର୍ଶ୍ୱରେ ବ୍ୟବସାୟିକ ସଂସ୍ଥାରୁ ବାହାରୁଥିବା କଠିନ ବର୍ଜ୍ୟ ଜମା ହେବାରେ ଲାଗିଛି। ଏହାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇ ନଷ୍ଟ କରିବା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ। ସ୍ମାର୍ଟ ସିଟି କୁହାଯାଉଥିବା ଏହି ସହରରେ ବିଭିନ୍ନ ଧରଣର କଠିନ ବର୍ଜ୍ୟ ପରିଚାଳନା ନେଇ ଆବଶ୍ୟକୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଏମିତି ଅବସ୍ଥାରେ ଲୌହ, ଟିଣ ଭଳି ସାମଗ୍ରୀ ପରିଚାଳନା ନେଇ କାହିଁିକି ବ୍ୟବସ୍ଥା କରାଯାଉନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରବାରକୁ କର୍ତ୍ତୃପକ୍ଷଙ୍କ ଅନୁମତି ମିଳୁ ନ ଥିବାରୁ ସହରରେ କଣ୍ଟା କାରବାର ବନ୍ଦ ହୋଇ ପାରୁନି। ଯେଉଁ କାରଣରୁ ଏଭଳି ବେଆଇନ କାରବାରକୁ ପ୍ରୋସତ୍ାହନ ମିଳୁଛି। ଦେଶର କେତେକ ବଡ ସହରରେ ଉପରୋକ୍ତ କଠିନ ବର୍ଜ୍ୟ ପରିଚାଳନା ନେଇ ବ୍ୟବସ୍ଥା ରହିଥିବା ବେଳେ ଏଠାରେ ତା’ର ବ୍ୟତିକ୍ରମ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?