କଠିନ ବର୍ଜ୍ୟବସ୍ତୁ ପରିଚାଳନା

ମହାନଗର ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ବିଭିନ୍ନ ଦୃଷ୍ଟିରୁ ଏହାର ଗୁରୁତ୍ୱ ବଢିଛି। ନାନା ଯୋଜନା ମାଧ୍ୟମରେ ସହରକୁ ନୂଆ ରୂପ ଦେବାକୁ ଚେଷ୍ଟା ଜାରି ରହିଛି। ଆଧୁନିକତାର ସ୍ବାଦ କିପରି ଷ୍ଟିଲ ସିଟିର କୋଣ ଅନୁକୋଣରେ ପହଞ୍ଚତ୍ବ ସେ ନେଇ କାମ ଚାଲିଛି। ସୁସ୍ଥ, ସ୍ବଚ୍ଛ ପରିମଳ ବ୍ୟବସ୍ଥା ପାଇଁ କିପରି ଜାଗରଣ ସୃଷ୍ଟି କରାଯାଇ ପାରିବ ସେନେଇ ମହାନଗର ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏମିତି ଅବସ୍ଥାରେ ୫ରୁ ୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏ ସହରରୁ ପ୍ରତିଦିନ ବାହାରୁଥିବା କଠିନ ବର୍ଜ୍ୟ ପରିଚାଳନା ଚିନ୍ତା ବଢାଇ ଦେଇଛି। ମୋଟ ୪୦ ୱାର୍ଡ ବିଶିଷ୍ଟ ଏହି ମହାନଗରରୁ ପ୍ରତିଦିନ ସଂଗୃହିତ କଠିନ ବର୍ଜ୍ୟ ପଦାର୍ଥ ପରିଚାଳନା ନେଇ ଆଜି ପର୍ଯ୍ୟନ୍ତ ସେଭଳି କିଛି ଠୋସ ପଦକ୍ଷେପ ନିଆଯାଇ ପାରିନି। ଏନେଇ ଆରଏମ୍‌ସି ପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ ସତ୍ତ୍ୱେ ଆଶାନୁରୂପ ଫଳ ମିଳି ପାରିନି। ଏମିତି ଅବସ୍ଥାରେ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିଛି ଲୌହ, ଟିଣ, ଦସ୍ତା ଭଳି କଠିନ ବର୍ଜ୍ୟ ସାମଗ୍ରୀ। ଏସବୁ ବ୍ୟବହାର ଅନୁପଯୋଗୀ ସାମଗ୍ରୀ କଣ୍ଟା ଭାବେ ଗଣାଯାଏ। ଯେଉଁମାନେ ଲୁଚା ଚୋରାରେ ଏହାକୁ ସଂଗ୍ରହ କରି ବିକ୍ରି କରନ୍ତିି ତାଙ୍କୁ କଣ୍ଟା ବେପାରୀ କୁହାଯାଏ। କାରଖାନା ପରିସର ବାହାରେ ରହିଥିବା ଡମ୍ପିଂ ୟାର୍ଡରୁ ସଂଗୃହୀତ ଗୁଲି(ମଳ ଲୁହା)ସହ ଭଙ୍ଗା ସାଇକେଲ, କୁଲର, ମୋଟର ବାଇକ ଓ ଏହାର ଆନୁଷଙ୍ଗିକ ଯନ୍ତ୍ରାଂଶ ସମେତ ପଙ୍ଖା, ଟିଭି, ମୋଟର ପାର୍ଟ୍‌ସ ଭଳି ଯାବତୀୟ ବ୍ୟବହାର ଅନୁପଯୋଗୀ ସାମଗ୍ରୀ କାହାକୁ ବିକାଯିବ ସେ ନେଇ କୌଣସି ନିୟମ କରାଯାଇ ନାହିଁ। ଫିଙ୍ଗା ଯିବା ନେଇ ମଧ୍ୟ ସ୍ଥାନ ନିରୂପଣ କରାଯାଇନି। ଏହାକୁ ଖୋଲାଖୋଲି କେହି ସଂଗ୍ରହ କରି କଣ୍ଟା ବେପାରୀଙ୍କୁ ବିକିବା ସେତେ ସହଜ ନୁହେଁ। ଏମିତି ଅବସ୍ଥାରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଏଭଳି ବର୍ଜ୍ୟ ପଦାର୍ଥ ପଡି ରହିଛି। ଏହାର ପରିଚାଳନା ହୋଇ ପାରୁନି। ଯେଉଁ ଗରିବ ଲୋକଟି ଏହାକୁ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବାକୁ ଚାହୁଁଛି ତାକୁ ପୋଲିସ ନାଲି ଆଖି ଦେଖାଉଛି। ସ୍ଥଳ ବିଶେଷରେ କଣ୍ଟା କାରବାର ଅଭିଯୋଗରେ ଜେଲ ଯିବାକୁ ପଡୁଛି। ଏଣୁ ଏହି ଧରଣର ଟନ ଟନ ବର୍ଜ୍ୟ ସାମଗ୍ରୀକୁ କିପରି ପରିଚାଳନା କରାଯିବ ସେନେଇ କାହାର ଚିନ୍ତା ନାହିଁ। ଏନେଇ ତକତ୍ାଳୀନ ଏସ୍‌ପି ଉମାଶଙ୍କର ଦାସଙ୍କୁ ଏହି କାରବାରରେ ଜଡିତ କେତେଜଣ ବ୍ୟବସାୟୀ ସାକ୍ଷାତ କରି ସମସ୍ୟା ଜଣାଇ ଥିଲେ। ମହାନଗର ଅଞ୍ଚଳରେ ଗୋଦାମ ବ୍ୟବସ୍ଥା କରାଯାଇ ବ୍ୟବସାୟକୁ ବୈଧ କରିବାକୁ ପ୍ରସ୍ତାବ ରଖିଥିଲେ। ତଥାପି କିଛି ଫଳ ହେଲା ନାହିଁ। ଏମିତି ଅବସ୍ଥାରେ ବର୍ଜ୍ୟ ପଦାର୍ଥ କାହାକୁ ବିକ୍ରି କରାଯିବ ସେନେଇ ଗୃହକର୍ତ୍ତାଙ୍କ ମଧ୍ୟରେ ଚିନ୍ତା ବଢୁଛି। ମହାନଗର କର୍ତ୍ତୃପକ୍ଷ ଯେତେବେଳେ ପଲିଥିନ, ଥର୍ମୋକୁଲ, ପନିପରିବା ଚୋପା ଭଳି ବର୍ଜ୍ୟସାମଗ୍ରୀ ପରିଚାଳନା କରି ପାରୁ ନାହଁାନ୍ତି ସେତେବେଳେ ଏସବୁ କଠିନ ବର୍ଜ୍ୟ ପରିଚାଳନା ନେଇ ଚିନ୍ତା କରିବା ବୃଥା। ଦେଖାଯାଇଛି ଯେ ସହର ତଳି ଅନେକ ରାସ୍ତା ପାର୍ଶ୍ୱରେ ବ୍ୟବସାୟିକ ସଂସ୍ଥାରୁ ବାହାରୁଥିବା କଠିନ ବର୍ଜ୍ୟ ଜମା ହେବାରେ ଲାଗିଛି। ଏହାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇ ନଷ୍ଟ କରିବା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ। ସ୍ମାର୍ଟ ସିଟି କୁହାଯାଉଥିବା ଏହି ସହରରେ ବିଭିନ୍ନ ଧରଣର କଠିନ ବର୍ଜ୍ୟ ପରିଚାଳନା ନେଇ ଆବଶ୍ୟକୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଏମିତି ଅବସ୍ଥାରେ ଲୌହ, ଟିଣ ଭଳି ସାମଗ୍ରୀ ପରିଚାଳନା ନେଇ କାହିଁିକି ବ୍ୟବସ୍ଥା କରାଯାଉନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରବାରକୁ କର୍ତ୍ତୃପକ୍ଷଙ୍କ ଅନୁମତି ମିଳୁ ନ ଥିବାରୁ ସହରରେ କଣ୍ଟା କାରବାର ବନ୍ଦ ହୋଇ ପାରୁନି। ଯେଉଁ କାରଣରୁ ଏଭଳି ବେଆଇନ କାରବାରକୁ ପ୍ରୋସତ୍ାହନ ମିଳୁଛି। ଦେଶର କେତେକ ବଡ ସହରରେ ଉପରୋକ୍ତ କଠିନ ବର୍ଜ୍ୟ ପରିଚାଳନା ନେଇ ବ୍ୟବସ୍ଥା ରହିଥିବା ବେଳେ ଏଠାରେ ତା’ର ବ୍ୟତିକ୍ରମ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ ଏନଇଇଟିରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri