Posted inଜାତୀୟ

କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ

ନୂଆଦିଲ୍ଲୀ,୨ା୬: ୨୦୦୪ରୁ ୨୦୧୪ ଉପା ସରକାରର ମଙ୍ଗ ଧରିଥିବା କଂଗ୍ରେସ ଏବେ ବିପର୍ଯ୍ୟସ୍ତ। ଦୀର୍ଘଦିନ କ୍ଷମତାରୁ ଦୂରେଇ ରହି ସତେ ଯେପରି ଏହି ସର୍ବପୁରାତନ ଦଳ ସ୍ଥାଣୁ ପାଲଟିଯାଇଛି। କଂଗ୍ରେସ ପାଖରେ ନା ଅସଲ ପ୍ରସଙ୍ଗ ଅଛି ନା ନିର୍ଣ୍ଣାୟକ ନେତୃତ୍ୱ ନେବା ଭଳି ବ୍ୟକ୍ତିତ୍ୱ। ସମ୍ଭବତଃ ଏଥିପାଇଁ କଂଗ୍ରେସ ଜାତୀୟ ରାଜନୀତିରେ ଏକପ୍ରକାର ବାଟବଣା ହେଲା ଭଳି ମନେହେଉଛି। ଉପଯୁକ୍ତ ନୀତି ଓ ରଣନୀତି ନ ଆପଣାଇଲେ ଦଳର ସାଙ୍ଗଠନିକ ସ୍ଥିତି ଆହୁରି ଦୋହଲିଯାଇପାରେ ବୋଲି କୁହାଯାଉଛି।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ମାତ୍ର ୪୪ ଆସନ ମିଳିଥିଲା। କେନ୍ଦ୍ରରେ ଉପା ସରକାର ୧୦ ବର୍ଷ ରହିବା ପରେ ସେତେବେଳେ ଲୋକେ ପରିବର୍ତ୍ତନ ଚାହିଁଥିଲେ। ଦେଶରେ ଉପା ସରକାର ବିରୋଧୀ ମନୋଭାବ ସାଙ୍ଗକୁ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଲହର ସୃଷ୍ଟି ହୋଇଥିଲା। ଫଳରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା। ତେବେ ଏନ୍‌ଡିଏ କ୍ଷମତାରେ ରହିବାର ୫ ବର୍ଷ ପରେ ମଧ୍ୟ ୨୦୧୯ ନିର୍ବାଚନରେ ସରକାର ବିରୋଧୀ ପ୍ରସଙ୍ଗଗୁଡିକୁ ଜନସାଧାରଣଙ୍କ ସାମନାକୁ ଆଣି ସେଗୁଡିକୁ ଭୋଟରେ ବଦଳାଇବାରେ କଂଗ୍ରେସ ବିଫଳ ହେଲା। ଅନ୍ୟ ପ୍ରସଙ୍ଗଗୁଡିକରୁ ଦୂରେଇ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଫାଲ ପ୍ରସଙ୍ଗକୁ ନେଇ ନିର୍ବାଚନୀ ସଭାଗୁଡିକରେ ବାରମ୍ବାର ମୋଦିଙ୍କୁ ଚୋର କହିବା କଥାକୁ ସାଧାରଣ ଲୋକେ ଗ୍ରହଣ କଲେନି। ଏହା ବ୍ୟତୀତ ନ୍ୟାୟ ଯୋଜନାରେ ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ଯୋଗାଇଦେବା ଲାଗି କଂଗ୍ରେସର ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସକୁ ନେଲେ ନାହିଁ। କୃଷି ସମସ୍ୟା, ବେକାରି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପରବର୍ତ୍ତୀ ଆର୍ଥିକ ଅବନତି ଆଦି ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ଭଳି ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚତ୍ ପାରିଲା ନାହିଁ। ଫଳରେ ୫ ବର୍ଷର ସୁଯୋଗ ପାଇ ମଧ୍ୟ କଂଗ୍ରେସ ଲୋକ ସଭାରେ ମାତ୍ର ୮ ଆସନ ବଢ଼ାଇବାରେ ସକ୍ଷମ ହେଲା। ଏପରିକି ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଉତ୍ତରପ୍ରଦେଶର ଅମେଠିରେ ମଧ୍ୟ ଦଳ ଅଧ୍ୟକ୍ଷ ରାହୁଲଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କ୍ଷମତାକୁ ଫେରିବା ଲାଗି ଲକ୍ଷ୍ୟ ରଖିଥିବା କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଲା। ୨୦୧୯ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଏବେ ଦଳର ନୀତି, ରଣନୀତି ଓ କାର୍ଯ୍ୟଧାରାର ସମୀକ୍ଷା ଜରୁରୀ ହୋଇପଡିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅମେଠିରେ ରାହୁଲଙ୍କ ପରାଜୟର ସମୀକ୍ଷା କରୁଛି କଂଗ୍ରେସ। ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ କାର୍ଯ୍ୟକୁ ଅନୁଧ୍ୟାନ କରୁଥିବା ଜୁବେର ଖାନ୍‌ ଏବଂ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା କିଶୋରୀଲାଲ ଶର୍ମା କିଛିଦିନ ହେଲା ଅମେଠିରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତେବେ କେବଳ ଅମେଠି ପରାଜୟ ନୁହେ,ଁ ସାରା ଦେଶରେ ଦଳ ସମ୍ମୁଖୀନ ହୋଇଥିବା ବିପର୍ଯ୍ୟୟର ସମୀକ୍ଷା ହେବା ଦରକାର ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri