ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

‘ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ବୁଧବାର ବାସୁଦେବପୁର ବାରାପୁର ପଡ଼ିଆ ଓ ବନ୍ତ ହାଟପଡ଼ିଆରେ ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସଭାରେ ଯୋଗଦେଇ ସେ କହିଲେ, ଓଡ଼ିଶାରେ ବେକାରି ସମସ୍ୟା ବଢ଼ି ଚାଲିଛି। କେନ୍ଦ୍ର ନଦୀ ସଂଯୋଗୀକରଣ ଯୋଜନା ତ୍ୱରାନ୍ବିତ କରିବାକୁ ଚାହୁଁଛି ହେଲେ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହିଁ। ତାଳଚେର-ପାରାଦୀପ ରେଳଲାଇନର ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସରକାରଙ୍କ ଅସହଯୋଗ ରହିଛି। ବୁଲେଟ୍‌ ଟ୍ରେନକୁ ମୋଦିଙ୍କ ଡବଲ ଇଞ୍ଜିନ ସହିତ ଯୋଡ଼ିଲେ ରାଜ୍ୟରେ ବିକାଶ ନିଶ୍ଚିତ ହେବ ବୋଲି ସେ କହିଥିଲେ। ଏହି ସ୍ବପ୍ନକୁ ସାକାର ପାଇଁ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।
ସଭାରେ ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଯୋଗଦେଇ କହିଥିଲେ, ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ୧ ହଜାର ଆମ୍ବୁଲାନ୍ସ ଯୋଗାଇ ଦିଆଯିବ। ଏଥିସହ ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ, ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ, ଭାଜପା ଜିଲା ଉପସଭାପତି ଅଶୋକ ସାହୁ, ଜିଲା ସାଧାରଣ ସମ୍ପାଦକ ମଧୁସୂଦନ ପାଢୀ, ଧୀରେନ୍ଦ୍ର ମହାନ୍ତି, ଜୋନ୍‌ ସଭାପତି ନିର୍ମଳ ପଣ୍ଡା, ମହିଳା ଜିଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଓ ସମ୍ପାଦିକା ସୁମିତ୍ରା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନମଣ୍ଡଳୀ ପ୍ରଭାରୀ ଅମ୍ବିକା ଦାସ ମଞ୍ଚ ପରିଚାଳନା କରିଥିଲେ।
କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଓ ପ୍ରଭାରୀ ଅରୁଣ ସିଂ ହେଲିକପ୍ଟର ଯୋଗେ ଅପରାହ୍ନରେ ସଭାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ବାସୁଦେବପୁର ସଭା ପରେ ଉଭୟେ ବନ୍ତ ହାଟପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ଦୋହରାଇଥିଲେ। ୫୦ ବର୍ଷରେ ଯାହା ନ ହୋଇଛି ତାହା ମୋଦି ସରକାର ୫ ବର୍ଷରେ କରି ଦେଖାଇଛନ୍ତି ବୋଲି ଗଡ଼କରୀ କହିଥିଲେ। ପ୍ରାରମ୍ଭରେ ଭାଜପା ଜିଲା ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ଧଳ ମଞ୍ଚ ପରିଚାଳନା କରିଥିଲେ। ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ, ପୂର୍ବତନ ଏମ୍‌ପି ଅର୍ଜୁନ ଚରଣ ସେଠୀ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଭାଜପା ନେତ୍ରୀ ମନସ୍ମିତା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ପୂର୍ବତନ ଜିଲାପରିଷଦ ସଭ୍ୟା ରୀନା ସିଂ, ସଭ୍ୟ ଦେବେନ୍ଦ୍ର ତ୍ରିପାଠୀ, ଭାଜପା ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ଯୁବନେତା ସୁରେଶ ସାମଲ ଓ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ। ସିନେତାରକା ପିଙ୍କି ପ୍ରିୟଦର୍ଶନୀ ଏହି ସଭାରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri