ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

‘ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ବୁଧବାର ବାସୁଦେବପୁର ବାରାପୁର ପଡ଼ିଆ ଓ ବନ୍ତ ହାଟପଡ଼ିଆରେ ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସଭାରେ ଯୋଗଦେଇ ସେ କହିଲେ, ଓଡ଼ିଶାରେ ବେକାରି ସମସ୍ୟା ବଢ଼ି ଚାଲିଛି। କେନ୍ଦ୍ର ନଦୀ ସଂଯୋଗୀକରଣ ଯୋଜନା ତ୍ୱରାନ୍ବିତ କରିବାକୁ ଚାହୁଁଛି ହେଲେ ରାଜ୍ୟ ସରକାର ଏଥିରେ ସହଯୋଗ କରୁନାହିଁ। ତାଳଚେର-ପାରାଦୀପ ରେଳଲାଇନର ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସରକାରଙ୍କ ଅସହଯୋଗ ରହିଛି। ବୁଲେଟ୍‌ ଟ୍ରେନକୁ ମୋଦିଙ୍କ ଡବଲ ଇଞ୍ଜିନ ସହିତ ଯୋଡ଼ିଲେ ରାଜ୍ୟରେ ବିକାଶ ନିଶ୍ଚିତ ହେବ ବୋଲି ସେ କହିଥିଲେ। ଏହି ସ୍ବପ୍ନକୁ ସାକାର ପାଇଁ ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।
ସଭାରେ ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଯୋଗଦେଇ କହିଥିଲେ, ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ୧ ହଜାର ଆମ୍ବୁଲାନ୍ସ ଯୋଗାଇ ଦିଆଯିବ। ଏଥିସହ ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ, ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ, ଭାଜପା ଜିଲା ଉପସଭାପତି ଅଶୋକ ସାହୁ, ଜିଲା ସାଧାରଣ ସମ୍ପାଦକ ମଧୁସୂଦନ ପାଢୀ, ଧୀରେନ୍ଦ୍ର ମହାନ୍ତି, ଜୋନ୍‌ ସଭାପତି ନିର୍ମଳ ପଣ୍ଡା, ମହିଳା ଜିଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଓ ସମ୍ପାଦିକା ସୁମିତ୍ରା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନମଣ୍ଡଳୀ ପ୍ରଭାରୀ ଅମ୍ବିକା ଦାସ ମଞ୍ଚ ପରିଚାଳନା କରିଥିଲେ।
କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଓ ପ୍ରଭାରୀ ଅରୁଣ ସିଂ ହେଲିକପ୍ଟର ଯୋଗେ ଅପରାହ୍ନରେ ସଭାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା। ବାସୁଦେବପୁର ସଭା ପରେ ଉଭୟେ ବନ୍ତ ହାଟପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ଦୋହରାଇଥିଲେ। ୫୦ ବର୍ଷରେ ଯାହା ନ ହୋଇଛି ତାହା ମୋଦି ସରକାର ୫ ବର୍ଷରେ କରି ଦେଖାଇଛନ୍ତି ବୋଲି ଗଡ଼କରୀ କହିଥିଲେ। ପ୍ରାରମ୍ଭରେ ଭାଜପା ଜିଲା ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ଧଳ ମଞ୍ଚ ପରିଚାଳନା କରିଥିଲେ। ଭଦ୍ରକ ଲୋକ ସଭା ପ୍ରାର୍ଥୀ ଅଭିମନ୍ୟୁ, ପୂର୍ବତନ ଏମ୍‌ପି ଅର୍ଜୁନ ଚରଣ ସେଠୀ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଭାଜପା ନେତ୍ରୀ ମନସ୍ମିତା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ପୂର୍ବତନ ଜିଲାପରିଷଦ ସଭ୍ୟା ରୀନା ସିଂ, ସଭ୍ୟ ଦେବେନ୍ଦ୍ର ତ୍ରିପାଠୀ, ଭାଜପା ଜିଲା କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ଯୁବନେତା ସୁରେଶ ସାମଲ ଓ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ। ସିନେତାରକା ପିଙ୍କି ପ୍ରିୟଦର୍ଶନୀ ଏହି ସଭାରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ ଆବେଦନ: ଅଜୟ କୁମାର

ଭୁବନେଶ୍ୱର, ୨।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇବାକୁ ହେଲେ ଆଉ ଲବି କାମ ଦେବନାହିଁ। ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ...

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ...

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ...

ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ...

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri