ଓଡ଼ିଶାର ଗଣପର୍ବ

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜଲୋ
ଘେନି ନୂଆ ସଜବାଜ….।“ଭାରତ ପଲ୍ଲୀପ୍ରଧାନ ରାଷ୍ଟ୍ର। ପଲ୍ଲୀ ହେଉଛି ତା’ର ଜୀବନ। ଏକଦା ପଲ୍ଲୀସଂସ୍କୃତି ଥିଲା ଆମ ମହାନ୍‌ ଭାରତୀୟ ସଂସ୍କୃତି ଓ ପରମ୍ପରାର ପୃଷ୍ଠଭୂମି। ପଲ୍ଲୀ ଜୀବନ ସରଳ ତଥା ସୁଲଳିତ । ପଲ୍ଲୀ ଜୀବନରେ କୃଷି ହେଉଛି ଜୀବନ ଓ ଜୀବିକା। ଏହି କୃଷି ସଭ୍ୟତା ଆରମ୍ଭ ହୋଇଛି ବହୁ ପୁରାକାଳରୁ ଓ ଏହି ପଲ୍ଲୀର ପୃଷ୍ଠଭୂମିରୁ। ପଲ୍ଲୀକୁ ଛାଡିଦେଇ ଭାରତୀୟ ସଂସ୍କୃତିର କଳ୍ପନା କଦାପି କରାଯାଇପାରିବ ନାହିଁ। ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଋକ୍‌ ବେଦରେ ମନୁଙ୍କର ରାଜା ବେନ୍‌ଙ୍କ ପୁତ୍ର ପୃଥ୍ବି ମଧ୍ୟ କୃଷକ ପରିବାରର ଥିଲେ, ଯାହାଙ୍କ ନାମାନୁସାରେ ଧରିତ୍ରୀର ଅନ୍ୟ ନାମ ପୃଥିବୀ ରଖାଯାଇଛି। ଋକ୍‌ ବେଦରେ ବର୍ଣ୍ଣିତ ହୋଇଛି-
”ବଶ୍ୱି ପୁଷ୍ଟେ ଗ୍ରାମେ/ ଅସ୍ମିନ୍‌ ଅନାତୁରମ।“
କୁହାଯାଇଛି ଗ୍ରାମ ଶାନ୍ତି ଓ ସ୍ବାବଲମ୍ବୀ ନର ପ୍ରତୀକ ବିକଶିତ ହେଉ। ଲୋକଙ୍କୁ କୃଷି କର୍ମରେ ଲିପ୍ତହେବା ପାଇଁ ପରୋକ୍ଷରେ ଉପଦେଶ ଦିଆଯାଇଛି।
‘ଅକ୍ଷୌ ମାଂ ଦିବ୍ୟା କୃଷିମିକ୍ତୃ ଷସ୍ବମାଟି’ ମଣିଷ ସହ ସହବନ୍ଧିତ। ମାଟିକୁ ଛାଡି ସେ ତିଳେହେଲେ ରହିପାରିବ ନାହିଁ। ଅଥର୍ବ ବେଦରେ ମାଟିକୁ ସର୍ବଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଇଛି। ‘ମାତା ଭୂମିଃ ପୁତ୍ରୋଅୟଂ ପୃଥିବ୍ୟା’। ଅର୍ଥାତ୍‌ ପୃଥିବୀ ମାତା ଓ ମୁଁ ତା’ର ପୁତ୍ର। ତେଣୁ ମାଟି ମା’ର ପୂଜା କରେ, ମାଟିର ଧୂଳିକୁ ନେଇ ସେ ମଥାରେ ମାରେ। ଆଶୀର୍ବାଦ ଭିକ୍ଷା କରେ ତା’ଠାରୁ।
ଆମର ଆଲୋଚିତ ରଜପର୍ବ ପଲ୍ଲୀକୈନ୍ଦ୍ରିକ ଓଡ଼ିଆଙ୍କର ଏକ ଲୋକପ୍ରିୟ କୃଷିଭିତ୍ତିକ ପର୍ବ, ଯହିଁରେ ମାଟି ମା’ର ବନ୍ଦନା ତଥା ଆରାଧନା କରାଯାଇଥାଏ।
ମାଟି ମା’-ନାରୀ ଜାତି ବି ଆମର ମା’। ଏଣୁ ଏହି ପର୍ବଟି କନ୍ୟାରତ୍ନମାନେ ବହୁ ଆଡମ୍ବର ସହକାରେ ଓଡ଼ିଶାରେ ପାଳନ କରିଥାନ୍ତି। ବିଶେଷତଃ ଉପକୂଳବାସୀ ଏହାକୁ ଗଣପର୍ବ ଭାବରେ ପାଳନ କରିଥାନ୍ତି। ଶାସ୍ତ୍ରମତେ ମା’ ଧରିତ୍ରୀ ଏହି ତିନି ଦିନ ଧରି ଋତୁମତୀ ବା ରଜସ୍ବଳା ହୋଇଥାନ୍ତି। ମା’ଙ୍କୁ କର୍ଷଣ କରିବା ଶାସ୍ତ୍ରସମ୍ମତ ନୁହେଁ। ତାଙ୍କୁ ସେଇ ତିନିଦିନ ପୂର୍ଣ୍ଣ ବିଶ୍ରାମ ଦିଆଯାଏ-ପୂଜା ମଧ୍ୟ କରାଯାଏ। ଏହି ସମୟରେ ହଳ ବା ଚାଷବାସ କାର୍ଯ୍ୟ ନିଷିଦ୍ଧ ଥାଏ। ରଜପର୍ବ ସୂର୍ଯ୍ୟ ସିଦ୍ଧାନ୍ତ ଅନୁଯାୟୀ ପାଳନ ହୋଇଥିବାରୁ ଶ୍ରୀମନ୍ଦିରରେ ଦ୍ୱି-ଅୟନ ପର୍ବ ପାଳନ ହୁଏ। ଯଥା ମକର ସଂକ୍ରାନ୍ତିକୁ ଉତ୍ତରାୟଣ ଏବଂ କର୍କଟ ସଂକ୍ରାନ୍ତିକୁ ଦକ୍ଷିଣାୟନ ପର୍ବ କୁହାଯାଏ।
ବୃଷର ଶେଷ ଦିନକୁ ପହିଲି ରଜ କୁହାଯାଏ। ଏହି ରଜରେ ହଳ ପ୍ରବାହ, ଭୂମି ଖନନ, ସମସ୍ତ କୃଷି କର୍ମ ଏବଂ ଶୁଭ ହୋମାଦି ତିନିଦିନ ପାଇଁ ନିଷିଦ୍ଧ ଥାଏ। ବିଭିନ୍ନ ଦେବୀ ପୀଠରେ ଏହି ପର୍ବ ବିଧିମତେ ପାଳିତ ହୋଇଥାଏ।
ରଜର ପ୍ରଥମ ଦିନଟି ସଜବାଜ-ବେଶ୍‌ ଆକର୍ଷଣୀୟ। ଝିଅମାନେ କଣ୍ଢେଇଗୁଡ଼ିକୁୁ ଏକାଠି କରି ସଜାଇ ରଖିଥାନ୍ତି। ନିଜେ ମଧ୍ୟ ସଜବାଜ ହୁଅନ୍ତି। ଘରର ସ୍ତ୍ରୀଲୋକମାନେ ରଜରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଆଗରୁ ରନ୍ଧନ ସାମଗ୍ରୀ ପ୍ରସ୍ତୁତ କରି ରଖିଥାନ୍ତି। କଟା, ବଟା, ଛେଚା ଏପରିକି ଗଛରୁ କିଛି ତୋଳା ହୁଏନାହିଁ। ରଜର ପୋଡ଼ପିଠା ଏକ ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ, ଏହାର ପ୍ରସ୍ତୁତି ପ୍ରଣାଳୀ ବଡ଼ ବିଚିତ୍ର। ଘରେଘରେ ରଜଭାର, ରଜପଣା, ରଜ ଘାଣ୍ଟ ପୁଣି ରଜ ମଣ୍ଡା, ଲାଉପୋଡ଼, ଆରିସା, କାକରା ପ୍ରସ୍ତୁତ କରାଯାଇ ବିତରଣ କରାଯାଇଥାଏ। ଝିଅମାନେ ଆମ୍ବ କି ବରଗଛ ଡାଳରେ ରଜଦୋଳି ଲଗାଇ ଗୀତ ଗାଇ ଦୋଳି ଖେଳନ୍ତି ଓ ମଜା ନିଅନ୍ତି। ସେମାନେ ଗାଆନ୍ତି-
”ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଇ ଝଟ ଝଟ…. ଇତ୍ୟାଦି।“
ରଜରେ ବନ୍ଧୁ ମିଳନ ହୁଏ-ବିଦେଶରୁ ଅର୍ଥାତ୍‌ ସହରରୁ ରଜ ପାଳିବା ପାଇଁ କିଛି କିଛି ପରିବାର ଚାକିରି କ୍ଷେତ୍ରରୁ ଛୁଟିକାଟିବା ପାଇଁ ଗ୍ରାମାଭିମୁଖୀ ହୁଅନ୍ତି। ଗାଁରେ ତାସ ଓ ପଶା ଖେଳ ହୁଏ। ଡୁଡୁ, ବୋହୂଚୋରି, ବାଗୁଡି ଇତ୍ୟାଦି ଖେଳ ଚାଲେ। ଜାଗାଏ ଜାଗାଏ ମେଳା ବସେ ଓ ମନୋରଞ୍ଜନ ପାଇଁ ଯାତ୍ରା ଅବା ଅପେରା ତଥା ଗୋଟିପୁଅ ନାଚର ଆୟୋଜନ ହୋଇଥାଏ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକମନ, ଏକ ଚିତ୍ତ, ଏକ ପ୍ରାଣରେ ଏହାକୁ ବେଶ୍‌ ଆଡମ୍ବର ସହକାରେ ମନେଇଥାନ୍ତି ଓ ଉପଭୋଗ କରିଥାନ୍ତି।
ଶେଷଦିନ ଭୂମିନଅଁଣ କୁହାଯାଏ ବା ବସୁମତୀ ଗାଧୁଆ ହୋଇଥାଏ। ଏହି ଦିନ ମାଟି ମା’କୁ ଗାଧୋଇଦେଇ ବିଭିନ୍ନ ଫଳଭୋଗ ଦିଆଯାଇଥାଏ। ଏହି ରଜର ବିଶେଷତା ହେଉଛି ରଜଦୋଳି ଗୀତ। ଏହି ଗୀତ ଆମ ଲୋକ ଗୀତକୁ ପରିପୁଷ୍ଟ କରିଛି। ଏହି ଗୀତର ମାଧୁର୍ଯ୍ୟ ଓ ଶବ୍ଦଲିପି ଭିନ୍ନ ଧରଣର। ଗୀତର ପ୍ରତିଟି ସ୍ତବକରେ ପଲ୍ଲୀକଥା, ନିଜ କଥା ତଥା ମାଟି ଓ ମଣିଷର କଥା କୁହାଯାଇଛି। ଯେପରି-
”ପାଚିଲା ଆମ୍ବ ପଣସ
ଆସ ନାନୀମାନେ ଦୋଳିରେ ବସ
ଦୋଳିରେ ବସ, ନ କରି ମନ ବିରସ।“
ଏହି ପର୍ବ ଆମ ଓଡ଼ିଶୀ ପ୍ରାଚୀନ ପରମ୍ପରାକୁ ବହନ କରେ। ଏବେ ଆମେ ମିଶ୍ର ସଂସ୍କୃତିକୁ ଆପଣେଇ ନେଇଥିବା ବେଳେ ଆମର ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ପାସୋରି ବସିଲୁଣି। ରଜପର୍ବ ବାସ୍ତବିକ ବର୍ଷାବରଣ କରେ, ବର୍ଷାର ଆଗମନୀ ହୁଏ-ପୁନରାୟ ଧରଣୀରାଣୀ ଶସ୍ୟଶାମଳା ହୁଏ। ଜନଜୀବନକୁ ଏହା ନିଗୁଢ଼ ପ୍ରେମ ଓ ସ୍ନେହ, ଶ୍ରଦ୍ଧାରେ ବାନ୍ଧିଦେଇଥାଏ।
ଡ.କିଶୋର ମହାନ୍ତି
ସିଡିଏ, କଟକ, ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

କାହାକୁ ଲାଷ୍ଟ ଫୋନ୍ କରିଥିଲେ IIC ବିଉଟି ମହାନ୍ତି: ଡିସିପି କହିଲେ…

କଟକ, ୭।୭: IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କଟକ ଡିସିପି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,…

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri