Posted inଫୁରସତ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। ସେ ଏମିତି କିଛି କରିଛନ୍ତି, ଯାହା ଶୁଣିଲେ ତାରିଫ ନ କରି ରହିପାରିବେନି। ଆସନ୍ତୁ ଜାଣିବା କ’ଣ କରନ୍ତି ସେ। ଅଖିଳେଶ ପ୍ରତିଦିନ ରାତିରେ କେରଳର ମଲ୍ଲାପୁରମସ୍ଥିତ ସବ୍‌ରିନା ହୋଟେଲକୁ ଖାଇବା ପାଇଁ ଯାଇଥାନ୍ତି। ଏହି ଅବସରରେ ହୋଟେଲ ବାହାରେ ଥିବା କିଛି ପିଲାଙ୍କ ଉପରେ ତାଙ୍କ ନଜର ପଡ଼ିଲା। ଏହା ପରେ ଅଖିଳେଶ ସେହି ପିଲାମାନଙ୍କୁ ଭିତରକୁ ଡାକିଲେ। ସେମାନେ ଭିତରକୁ ଆସିବା ପରେ କ’ଣ ଖାଇବ ବୋଲି ଅଖିଳେଶ ପଚାରିଲେ। ପିଲାମାନେ ଟେବୁଲ ଉପରେ ଥିବା ଖାଦ୍ୟଥାଳିକୁ ହାତ ଠାରିଲେ। ସେ ତୁରନ୍ତ ସେମାନଙ୍କ ପାଇଁ ଖାଇବା ମଗାଇଲେ। ସେମାନଙ୍କୁ ସେ ଖୁଆଇ ମଧ୍ୟ ଦେଲେ। ପିଲାମାନେ ଖାଇସାରି ମନଖୁୁୁୁୁୁୁୁୁୁୁୁୁୁୁୁସିରେ ଗଲେ। ଓ୍ବେଟରଙ୍କୁ ଅଖିଳେଶ ଡାକି ବିଲ୍‌ ଆଣିବା ପାଇଁ କହିଲେ। ବିଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅଖିଳେଶ। ଜାଣନ୍ତି ବିଲ୍‌ କେତେ ଥିଲା! ବିଲ୍‌ରେ ଲେଖାଥିଲା- ‘ଆମ ପାଖରେ ଏମିତି କିଛି ମେଶିନ ନାହିଁ, ଯାହା ମାନବିକତାର ବିଲ୍‌ କରିବ। ଖୁସିରେ ରୁହନ୍ତୁ।’ ଏହା ଦେଖି ଅଖିଳେଶଙ୍କ ଆଖି ନରମିଗଲା। ସେ ଏହି ବିଲ୍‌ଟିକୁ ତାଙ୍କ ଫେସବୁକ୍‌ରେ ଶେୟାର କରିଛନ୍ତି। ଏହାକୁ ଅନେକ ୟୁଜର୍ସ ଲାଇକ୍‌ କରିବା ସହ ଶେୟାର ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?