ଏଲ୍‌ଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ

ନୂଆଦିଲ୍ଲୀ,୪-୨: ଏଲଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଆସନ୍ତା ଆର୍ଥତ୍କ ବର୍ଷ ଏଲ୍‌ଆଇସିର ଆଇପିଓ ଆସିପାରେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏଲ୍‌ଆଇସି ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେଲେ ଏହା ଦ୍ୱାରା ସ୍ବଚ୍ଛତା, ଲୋକଙ୍କର ସହଭାଗିତା ବଢିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଅଂଶଧନ ବିକ୍ରି ଉପରେ ହୋଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ପ୍ରଥମେ ଏଲ୍‌ଆଇସି ଆଇନରେ ସଂଶୋଧନ ହେବ। ଏହା ପରେ ଯାଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏଲ୍‌ଆଇସି ଏକ ସ୍ବାଧୀନ ଢାଞ୍ଚା ହୋଇଥିବା କେଳେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ କେଉଁଠାରେ ନିବେଶ କରିବ ସେ ନେଇ ନିଷ୍ପତ୍ତି ନେଇଥାଏ। ଆଗାମୀ ଦିନରେ ଏହାର ଆଗାମୀ କାର୍ଯ୍ୟସୂଚୀ ଗ୍ରହଣ କରାଯିବ। ଏଲଆଇସି ଏବଂ ଆଇଡିବିଆଇରେ ସରକାରୀ ଅଂଶଧନ ବିକ୍ରି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟରେ ଘୋଷଣା କରିଥିଲେ। ଏହି ୨ ପ୍ରତିଷ୍ଠାନକୁ ସୂଚୀଭୁକ୍ତ କରାଇବା ଦ୍ୱାରା ୯୦ ହଜାର କୋଟି ଟଙ୍କା ପାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ପୁଞ୍ଜି ପ୍ରତ୍ୟାହାରରୁ ଆସନ୍ତା ଆର୍ଥତ୍କ ବର୍ଷ ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ରଖିଛନ୍ତି। ଏଲ୍‌ଆଇସିରେ ବର୍ତ୍ତମାନ ସରକାରଙ୍କ ୧୦୦% ଅଂଶଧନ ରହିଛି। ସେହିଭଳି ଆଇଡିବିଆଇରେ ସରକାରଙ୍କ ୪୬.୫% ଅଂଶଧନ ରହିଛି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ଆକଳନର ଯଥାର୍ଥତା ରହିଥିବା ସେ ସ୍ପଷ୍ଟ କରିଛନ୍ତି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ। ଏହା ନୋମିନାଲ ଜିଡିପି ଲକ୍ଷ୍ୟ ୧୦% ହାସଲ ଦିଗରେ କାର୍ଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଗତ ୪ ମାସ ତଳେ ସରକାର କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏଥିରୁ ସୁଫଳ ଆସିବା ଲାଗି କିଛି ସମୟ ଲାଗିବ। ଏଣୁ ଜିଡିପିର ପ୍ରକୃତ ବିକାଶ ହାର ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିବା ଲାଗି ସମୟ ଲାଗିବ। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ରାଜସ୍ବ ଏବଂ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ହାସଲଯୋଗ୍ୟ ବୋଲି ସେ ମତ ଦେଇଛନ୍ତି। ବଜେଟରେ ରାଜସ୍ବ ସଂଗ୍ରହ ୨୨.୪୬ ଲକ୍ଷ କୋଟି ଟଙ୍କା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦-୨୧ ଲାଗି ଖର୍ଚ୍ଚ ୩୦.୪୨ ଲକ୍ଷ କୋଟି ଧାର୍ଯ୍ୟ ହୋଇଛି।ସେ କହିଛନ୍ତି ଯେ, ସମାଜର ବିଭିନ୍ନ ବର୍ଗ ଲୋକଙ୍କୁ ଧ୍ୟାନରେ ରଖି ସରକାର ବଜେଟରେ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। କୃଷି ଏବଂ କୃଷକଙ୍କ ବିକାଶ ଲାଗି ସରକାର ୨.୮୩ ଲକ୍ଷ କୋଟି ବ୍ୟୟ ବରାଦ କରିଛନ୍ତି। ଆଗାମୀ ୨ ବର୍ଷରେ କୃଷି ଆୟ ବଢାଇବା ଦିଗରେ ଏହା ସହାୟତା କରିବ। ଶୀଘ୍ର ଖରାପ ହେଉଥିବା କୃଷିଜାତୀୟ ସାମଗ୍ରୀର ପରିବହନ ଦିଗରେ କିଶାନ ରେଲ ଏବଂ କୃଷି ଉଡାନ ଯୋଜନା ସହାୟକ ହେବ। ଏହାବାଦ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଦିଗରେ ସରକାର ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଷ୍ଟାର୍ଟଅପଗୁଡିକ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଭାରତ ବିଶ୍ୱର ଶୀର୍ଘ ୩ ଷ୍ଟାର୍ଟ ଅପ ଦେଶ ହେବ ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?