ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ଜିଲାପାଳ: ଔଷଧ ଚିଠାରେ କମ୍ପାନୀ ନାଁ ଦେଖି କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୧୧ା୧୧-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ଜିଲାପାଳ ବିଭିନ୍ନ ୱାର୍ଡ଼ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ। ଡାକ୍ତରମାନେ ଔଷଧର କମ୍ପୋଜିସନ୍‌ ବଦଳରେ କମ୍ପାନୀ ନାମ ଲେଖୁଥିବା ନେଇ ସେ କ୍ଷୁବ୍ଧ ହୋଇଥିଲେ। ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ୍‌ରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।
କୁଲାଙ୍ଗେ ପ୍ରଥମେ ଆଶୁଚିକିତ୍ସା ବିଭାଗଠାରେ ପହଞ୍ଚି ରୋଗୀଙ୍କ ସହ କଥା ହୋଇଥିଲେ। ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ପିଏମ୍‌ଆର୍‌ ବିଭାଗ ହୋଇ ସୁପର ସ୍ପେଶିଆଲିଟି ୱାର୍ଡକୁ ଯାଇଥିଲେ । ଏହି ୱାର୍ଡ଼ରେ ମଧ୍ୟ ଜିଲାପାଳ ରୋଗୀଙ୍କ ସହ ଆଲୋଚନା କରିଥିଲେ। ପରେ ମେଡ଼ିସିନ ୱାର୍ଡ଼କୁ ଯିବାବେଳେ ବେଡ ଅଭାବରୁ ରୋଗୀମାନେ ଚଟାଣରେ ଶୋଇଥିବା ଦେଖିଥିଲେ। ତେଣୁ ଅଧିକ ସଂଖ୍ୟକ ବେଡ୍‌ ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମେଡିସିନ ଓ୍ବାର୍ଡରେ ରୋଗୀଙ୍କଠାରୁ ଜିଲାପାଳ ଔଷଧ ଚିଠା(ପ୍ରେସ୍‌କ୍ରିପଶନ୍‌) ନେଇ କ’ଣ ଔଷଧ ଲେଖାଯାଇଛି ତାହା ଦେଖିଥିଲେ। ନିୟମ ଅନୁଯାୟୀ, ଡାକ୍ତରମାନେ ଔଷଧର କମ୍ପୋଜିଶନ୍‌ ଲେଖିବା କଥା। ମାତ୍ର ଅଧିକାଂଶ ପ୍ରେସ୍‌କ୍ରିପଶନ୍‌ରେ କମ୍ପାନୀ ନାମ ଲେଖାଯାଇଥିବା ଦେଖି ଜିଲାପାଳ କ୍ଷୁବ୍ଧ ହୋଇଥିଲେ। ଯେଉଁ ଡାକ୍ତର ଏଭଳି ଔଷଧ କମ୍ପାନୀର ନାଁ ଲେଖିଛନ୍ତି, ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ପାଇଁ ପ୍ରଶାସନିକ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନେକ ଔଷଧ ‘ନିରାମୟ’ କେନ୍ଦ୍ରରେ ମିଳୁ ନ ଥିବା ଯୋଗୁ ବାହାରୁ କିଣିବାକୁ ପଡ଼ୁଥିବା ରୋଗୀମାନେ ପ୍ରକାଶ କରିଥିଲେ। ଯେଉଁ ଔଷଧ ନିରାମୟରେ ନାହିଁ ତାହାକୁ ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରିଦର୍ଶନ ବେଳେ କ୍ୟାମ୍ପସ୍‌ରେ ଥିବା ଘରୋଇ ଔଷଧ ଦୋକାନଗୁଡ଼ିକୁ ଜିଲାପାଳ ଯାଇ ସେମାନଙ୍କ ପ୍ରମାଣପତ୍ର ମାଗି ଦେଖିଥିଲେ। ଯେଉଁ ଔଷଧ ‘ନିରାମୟ’ କେନ୍ଦ୍ରରେ ମିଳୁଛି, ସେହି ଔଷଧଗୁଡ଼ିକ କ୍ୟାମ୍ପସ୍‌ରେ ଥିବା ଔଷଧ ଦୋକାନଗୁଡ଼ିକରେ ବିକ୍ରି କରାଯିବା ଉପରେ ଜିଲାପାଳ କଟକଣା ଘୋଷଣା କରିଥିଲେ। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଔଷଧ ନିରୀକ୍ଷକ(ଡିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଦୋକାନୀ ଏହି ନିର୍ଦ୍ଦେଶ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଥିଲେ। ଜିଲାପାଳଙ୍କ ଗସ୍ତ ବେଳେ ପ୍ରଶାସନିକ ଅଧିକାରୀ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?