ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ଜିଲାପାଳ: ଔଷଧ ଚିଠାରେ କମ୍ପାନୀ ନାଁ ଦେଖି କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୧୧ା୧୧-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ଜିଲାପାଳ ବିଭିନ୍ନ ୱାର୍ଡ଼ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ। ଡାକ୍ତରମାନେ ଔଷଧର କମ୍ପୋଜିସନ୍‌ ବଦଳରେ କମ୍ପାନୀ ନାମ ଲେଖୁଥିବା ନେଇ ସେ କ୍ଷୁବ୍ଧ ହୋଇଥିଲେ। ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ୍‌ରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।
କୁଲାଙ୍ଗେ ପ୍ରଥମେ ଆଶୁଚିକିତ୍ସା ବିଭାଗଠାରେ ପହଞ୍ଚି ରୋଗୀଙ୍କ ସହ କଥା ହୋଇଥିଲେ। ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ପିଏମ୍‌ଆର୍‌ ବିଭାଗ ହୋଇ ସୁପର ସ୍ପେଶିଆଲିଟି ୱାର୍ଡକୁ ଯାଇଥିଲେ । ଏହି ୱାର୍ଡ଼ରେ ମଧ୍ୟ ଜିଲାପାଳ ରୋଗୀଙ୍କ ସହ ଆଲୋଚନା କରିଥିଲେ। ପରେ ମେଡ଼ିସିନ ୱାର୍ଡ଼କୁ ଯିବାବେଳେ ବେଡ ଅଭାବରୁ ରୋଗୀମାନେ ଚଟାଣରେ ଶୋଇଥିବା ଦେଖିଥିଲେ। ତେଣୁ ଅଧିକ ସଂଖ୍ୟକ ବେଡ୍‌ ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମେଡିସିନ ଓ୍ବାର୍ଡରେ ରୋଗୀଙ୍କଠାରୁ ଜିଲାପାଳ ଔଷଧ ଚିଠା(ପ୍ରେସ୍‌କ୍ରିପଶନ୍‌) ନେଇ କ’ଣ ଔଷଧ ଲେଖାଯାଇଛି ତାହା ଦେଖିଥିଲେ। ନିୟମ ଅନୁଯାୟୀ, ଡାକ୍ତରମାନେ ଔଷଧର କମ୍ପୋଜିଶନ୍‌ ଲେଖିବା କଥା। ମାତ୍ର ଅଧିକାଂଶ ପ୍ରେସ୍‌କ୍ରିପଶନ୍‌ରେ କମ୍ପାନୀ ନାମ ଲେଖାଯାଇଥିବା ଦେଖି ଜିଲାପାଳ କ୍ଷୁବ୍ଧ ହୋଇଥିଲେ। ଯେଉଁ ଡାକ୍ତର ଏଭଳି ଔଷଧ କମ୍ପାନୀର ନାଁ ଲେଖିଛନ୍ତି, ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ପାଇଁ ପ୍ରଶାସନିକ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନେକ ଔଷଧ ‘ନିରାମୟ’ କେନ୍ଦ୍ରରେ ମିଳୁ ନ ଥିବା ଯୋଗୁ ବାହାରୁ କିଣିବାକୁ ପଡ଼ୁଥିବା ରୋଗୀମାନେ ପ୍ରକାଶ କରିଥିଲେ। ଯେଉଁ ଔଷଧ ନିରାମୟରେ ନାହିଁ ତାହାକୁ ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରିଦର୍ଶନ ବେଳେ କ୍ୟାମ୍ପସ୍‌ରେ ଥିବା ଘରୋଇ ଔଷଧ ଦୋକାନଗୁଡ଼ିକୁ ଜିଲାପାଳ ଯାଇ ସେମାନଙ୍କ ପ୍ରମାଣପତ୍ର ମାଗି ଦେଖିଥିଲେ। ଯେଉଁ ଔଷଧ ‘ନିରାମୟ’ କେନ୍ଦ୍ରରେ ମିଳୁଛି, ସେହି ଔଷଧଗୁଡ଼ିକ କ୍ୟାମ୍ପସ୍‌ରେ ଥିବା ଔଷଧ ଦୋକାନଗୁଡ଼ିକରେ ବିକ୍ରି କରାଯିବା ଉପରେ ଜିଲାପାଳ କଟକଣା ଘୋଷଣା କରିଥିଲେ। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଔଷଧ ନିରୀକ୍ଷକ(ଡିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଦୋକାନୀ ଏହି ନିର୍ଦ୍ଦେଶ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଥିଲେ। ଜିଲାପାଳଙ୍କ ଗସ୍ତ ବେଳେ ପ୍ରଶାସନିକ ଅଧିକାରୀ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri