ଏବେ ବି ପୂଜା ପାଉଛି ୧୯୩୯ ମସିହାର ଗାଡ଼ି: ଅଲୋଡ଼ା ହୋଇଥିଲେ ବି ନିଆରା

କେନ୍ଦୁଝର, ୧୮।୯( ସ୍ବ.ପ୍ର.)-ବ୍ରିଟିଶ ଅମଳର ୧୩୩୯ ମସିହାର ଏକ ଟ୍ରକ ଏବେ ବି ପୂଜା ପାଉଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ହେଁ ଏହା ସତ୍ୟ। ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ ପ୍ରତ୍ୟେକ ବର୍ଷ କେନ୍ଦୁଝର ଜିଲାର ବଲାଣି ଖଣି ଡାକ୍ତରଖାନା ସମ୍ମୁଖରେ ପଡିରହିଥିବା ଏହି ଗାଡିକୁ ପ୍ରତ୍ୟେକ ବର୍ଷ ପୂଜା କରିଥାନ୍ତି ଏକ ଶିଖ୍‌ ପରିବାର। ବଡ଼ବିଲ ଅଞ୍ଚଳର ଗୁରୁଚରଣ ସିଂଙ୍କ ପରିବାର ପ୍ରତ୍ୟେକ ବର୍ଷ ଗାଡି ନିକଟରେ ପହଞ୍ଚି ଏହାକୁ ପାଣିରେ ସଫା କରି ଫୁଲ ଝାଲର ଲଗାଇ ପୂଜା କରିଥାନ୍ତି। ୧୩୩୯ର ଏହି ଟ୍ରକଟିକୁ ଗୁରୁଚରଣ ସିଂହଙ୍କ ଜେଜେ ବାପା ପାଲ ସିଂହ କିଣି ଥିବାବେଳେ ସେବେ ଠାରୁ ଏହା ବଲାଣି ଲୌହ ଖଣିରେ ଚାଲୁଥିଲା। ପରେ ଏହି ଗାଡି ଟିକୁ ତାଙ୍କ ପୁଅ ଲାଖା ସିଂହ ଦେଖା ଶୁଣା କରୁଥିଲେ। ପରେ ଏହି ଗାଡି ଆଉ ଚାଲିବା ଯୋଗ୍ୟ ନ ରହିବାରୁ ତାକୁ ଏକ ସୁରକ୍ଷିତ ଜାଗାରେ ରଖି ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜାରେ ପୂଜା କରନ୍ତି। ତେବେ ଗତ ବର୍ଷ ଲାଖା ସିଂହଙ୍କ ପରଲୋକ ହେବା ପରେ ଏହି ପରମ୍ପରାକୁ ତାଙ୍କ ପରିବାର ଲୋକେ ବଜାୟ ରଖିଛନ୍ତି ବୋଲି ଗାଡି ମାଲିକଙ୍କ ନାତିମାନେ କହିଛନ୍ତି। ଏକଦା ଏହି ଟ୍ରକ ତାଙ୍କ ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲା। ଏଣୁ ଏବେ ଅଲୋଡା ହୋଇଯାଇଥିଲେ ହେଁ ଏହାକୁ ସେମାନେ ଅଣଦେଖା କରି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri