ଏବେ ବି ପୂଜା ପାଉଛି ୧୯୩୯ ମସିହାର ଗାଡ଼ି: ଅଲୋଡ଼ା ହୋଇଥିଲେ ବି ନିଆରା

କେନ୍ଦୁଝର, ୧୮।୯( ସ୍ବ.ପ୍ର.)-ବ୍ରିଟିଶ ଅମଳର ୧୩୩୯ ମସିହାର ଏକ ଟ୍ରକ ଏବେ ବି ପୂଜା ପାଉଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ହେଁ ଏହା ସତ୍ୟ। ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଅବସରରେ ପ୍ରତ୍ୟେକ ବର୍ଷ କେନ୍ଦୁଝର ଜିଲାର ବଲାଣି ଖଣି ଡାକ୍ତରଖାନା ସମ୍ମୁଖରେ ପଡିରହିଥିବା ଏହି ଗାଡିକୁ ପ୍ରତ୍ୟେକ ବର୍ଷ ପୂଜା କରିଥାନ୍ତି ଏକ ଶିଖ୍‌ ପରିବାର। ବଡ଼ବିଲ ଅଞ୍ଚଳର ଗୁରୁଚରଣ ସିଂଙ୍କ ପରିବାର ପ୍ରତ୍ୟେକ ବର୍ଷ ଗାଡି ନିକଟରେ ପହଞ୍ଚି ଏହାକୁ ପାଣିରେ ସଫା କରି ଫୁଲ ଝାଲର ଲଗାଇ ପୂଜା କରିଥାନ୍ତି। ୧୩୩୯ର ଏହି ଟ୍ରକଟିକୁ ଗୁରୁଚରଣ ସିଂହଙ୍କ ଜେଜେ ବାପା ପାଲ ସିଂହ କିଣି ଥିବାବେଳେ ସେବେ ଠାରୁ ଏହା ବଲାଣି ଲୌହ ଖଣିରେ ଚାଲୁଥିଲା। ପରେ ଏହି ଗାଡି ଟିକୁ ତାଙ୍କ ପୁଅ ଲାଖା ସିଂହ ଦେଖା ଶୁଣା କରୁଥିଲେ। ପରେ ଏହି ଗାଡି ଆଉ ଚାଲିବା ଯୋଗ୍ୟ ନ ରହିବାରୁ ତାକୁ ଏକ ସୁରକ୍ଷିତ ଜାଗାରେ ରଖି ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜାରେ ପୂଜା କରନ୍ତି। ତେବେ ଗତ ବର୍ଷ ଲାଖା ସିଂହଙ୍କ ପରଲୋକ ହେବା ପରେ ଏହି ପରମ୍ପରାକୁ ତାଙ୍କ ପରିବାର ଲୋକେ ବଜାୟ ରଖିଛନ୍ତି ବୋଲି ଗାଡି ମାଲିକଙ୍କ ନାତିମାନେ କହିଛନ୍ତି। ଏକଦା ଏହି ଟ୍ରକ ତାଙ୍କ ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲା। ଏଣୁ ଏବେ ଅଲୋଡା ହୋଇଯାଇଥିଲେ ହେଁ ଏହାକୁ ସେମାନେ ଅଣଦେଖା କରି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri