ଏନ୍‌ବିଏ ଖେଳାଳି ପୂରା ଦରମା ପାଇବେ

ଓ୍ବାଶିଂଟନ,୧୦।୪ (ଏଏଫପି): କୋଭିଡ-୧୯ ମହାମାରୀ ସତ୍ତ୍ୱେ ଏନ୍‌ବିଏ ଖେଳାଳିମାନେ ଏପ୍ରିଲ ୧୫ ତାରିଖରେ ପୂରା ପାଉଣା ପାଇବେ ବୋଲି ଆମେରିକୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ତେବେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲିଗ୍‌ ଶଟ୍‌ ଡାଉନ ରହୁଥିବାରୁ ଭବିଷ୍ୟତରେ ପାଉଣା କଟାଯାଇପାରେ ବୋଲି କୁହାଯାଇଛି। ଖେଳାଳିମାନେ ପୂର୍ବଭଳି ଆସନ୍ତା ୧୫ ତାରିଖରେ ସେମାନଙ୍କର ପୂରା ଦରମା ପାଇବେ ବୋଲି ଇଏସ୍‌ପିଏନ୍‌ ଓ ଫିଲେଡେଲଫିଆ ଇନ୍‌କ୍ୱିରେର ଉଲ୍ଲେଖ କରିଛି।
ନ୍ୟାଶନାଲ ବାସ୍କେଟବଲ ପ୍ଲେୟାର୍ସ ଆସୋସିଏଶନ ଓ ଲିଗ୍‌ ମଧ୍ୟରେ ଦରାମା କମାଇବା ନେଇ ଆଲୋଚନା ଚାଲିଛି। ଯଦି ସେସନ ବାତିଲ ହୁଏ ତାହାଲେ ଖେଳାଳିଙ୍କ ବାକିଥିବା ପାଉଣାରେ ୨୫ ପ୍ରତିଶତ କମାଯାଇ ପାରେ ଆସୋସିଏଶନ ତରଫରୁ କୁହାଯାଇଛି। ଏନ୍‌ବିଏ କମିଶନର ଆଡାମ ସିଲଭର ଲିଗ୍‌ ଆରମ୍ଭ ହେବା ନେଇ ଏବେ କିଛି କହିହେବନି ବୋଲି କହିଛନ୍ତି। ଅତିକମ୍‌ରେ ମେ ପର୍ଯ୍ୟନ୍ତ ଖେଳ ସମ୍ଭବ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିୟମିତ ଭାବେ ସେସନ ଏପ୍ରିଲ ୧୫ରେ ହିଁ ଶେଷ ହୋଇଥାଏ। ତେବେ ପ୍ଲେ ଅଫ୍‌ କାର୍ଯ୍ୟସୂଚୀ ୧୮ ତାରିଖରେ ଆରମ୍ଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri