ଏଡିଏଚ୍‌ଡି

”ଆଟେନଶନ
ଡିଫିସିଟ୍‌ ହାଇପରଆକ୍ଟିଭିଟି ଡିଜଅର୍ଡର (ଏଡିଏଚ୍‌ଡି) ଶିଶୁମାନଙ୍କର ଏକପ୍ରକାର ଜୀବନବ୍ୟାପୀ ବିକାଶାତ୍ମକ ଅସାମର୍ଥ୍ୟ ବ୍ୟାଧି। ପାଖାପାଖି ୩୬ ମାସ ପୂର୍ବରୁ ଏହାର ଲକ୍ଷଣ ଆରମ୍ଭ ହୋଇଥାଏ। କିନ୍ତୁ ଏକ ଶିଶୁର ୪ ବର୍ଷ ବୟସରେ ପ୍ରାୟତଃ ଏହାର ଲକ୍ଷଣ ସବୁ ଦେଖିବାକୁ
ମିଳିଥାଏ । ସାଧାରଣତଃ ଏଥିରେ ପୁଅ ଓ ଝିଅଙ୍କ ଅନୁପାତ ୩ : ୧ରହିଥାଏ। ହେଲେ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ମଧ୍ୟରେ ଏହା ୩ଗୁଣ ଅଧିକ
ଦେଖିବାକୁ ମିଳିଥାଏ।’

ଆଟେନ୍‌ଶନ ଡିଫିସିଟ୍‌ ହାଇପର ଆକ୍ଟିଭିଟି ଡିଜଅର୍ଡର (ଏଡିଏଚ୍‌ଡି) ଶିଶୁମାନଙ୍କର ଏକପ୍ରକାର ଜୀବନବ୍ୟାପୀ ବିକାଶାତ୍ମକ ଅସାମର୍ଥ୍ୟ ବ୍ୟାଧି। ପାଖାପାଖି ୩୬ ମାସ ପୂର୍ବରୁ ଏହାର ଲକ୍ଷଣ ଆରମ୍ଭ ହୋଇଥାଏ। କିନ୍ତୁ ଏକ ଶିଶୁର ୪ ବର୍ଷ ବୟସରେ ପ୍ରାୟତଃ ଏହାର ଲକ୍ଷଣ ସବୁ ଦେଖିବାକୁ ମିଳିଥାଏ। ସାଧାରଣତଃ ଏଥିରେ ପୁଅ ଓ ଝିଅଙ୍କ ଅନୁପାତ ୩ : ୧ରହିଥାଏ। ହେଲେ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ମଧ୍ୟରେ ଏହା ୩ଗୁଣ ଅଧିକ ଦେଖିବାକୁ ମିଳିଥାଏ। ଏକ ସୁସ୍ଥ ଶିଶୁ (ଏଡିଏଚ୍‌ଡି ଦ୍ୱାରା ଆକ୍ରାନ୍ତ ହୋଇ ନ ଥିବା) ଠିକ୍‌ ନିଷ୍ପତ୍ତି ନେବାର କ୍ଷମତା ରଖିଥାଏ, ହେଲେ ଏକ ଏଡିଏଚ୍‌ଡି ଆକ୍ରାନ୍ତ ଶିଶୁ ଏହା କରିପାରି ନ ଥାଏ। ତା’ ପାଇଁ କୌଣସି ନିଷ୍ପତ୍ତି ନେବା ଏବଂ ତାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଠିନ।
କାରଣ : ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। କେବଳ ସେତିକି ନୁହେଁ ପ୍ରକୃତ କାରଣ ମଧ୍ୟ ଠିକ୍‌ ରୂପେ ବୁଝାପଡ଼ି ନ ଥାଏ। କିନ୍ତୁ ଏହା ବହୁତଗୁଡ଼ିଏ ଉପାଦାନର ସମ୍ମିଶ୍ରଣ ଯୋଗୁ ହୋଇଥାଏ।
ବଂଶଗତ: ଏହା ପ୍ରାୟତଃ ବଂଶଗତ ବୋଲି ଦେଖାଯାଇଛି, ଯେଉଁଥିରେ କି ଶିଶୁର ପିତାମାତାଙ୍କଠାରେ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ମଧ୍ୟରେ ଏହାର ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ଦେଖାଯାଇଥାଏ ଯାହା କି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଯେମିତିକି ପିତାମାତା ଏବଂ ଭାଇଭଉଣୀଙ୍କ ମଧ୍ୟରେ ଯାହାର ଏଡିଏଚ୍‌ଡି ଥାଏ, ସେ ଶିଶୁଟିର ଏଡିଏଚ୍‌ଡି ରହିବାର ଅଧିକ ଆଶଙ୍କା ଦେଖାଦେଇଥାଏ। ଏହାର ଅନ୍ୟ ଏକ କାରଣ ଡୋପାମାଇନ୍‌ ଟ୍ରାନ୍ସପୋର୍ଟର ବିକୃତି ଏବଂ ଥାଇରଏଡ ଏବଂ ଜିନ୍‌ ମଧ୍ୟ କିଛି ରୋଗୀଙ୍କ ମଧ୍ୟରେ ଦେଖାଯାଇଛି।
ମସ୍ତିଷ୍କ କାର୍ଯ୍ୟଦକ୍ଷତା ଏବଂ ଗଠନ ପ୍ରଣାଳୀ : ଅନ୍ୟ ଏକ ଗବେଷଣାରେ ଦେଖାଯାଇଛି ଯେ, ଯେଉଁ ପିଲାମାନଙ୍କର ଏଡିଏଚ୍‌ଡି ଥାଏ, ସେମାନଙ୍କର ମସ୍ତିଷ୍କରେ ନ୍ୟୁରୋ ଟ୍ରାନ୍ସମିଟର ସ୍ତରରେ ଅସାମଞ୍ଜସ୍ୟ ଦେଖାଦେଇଥାଏ, ଯେଉଁଥିରେ କି, ରସାୟନଗୁଡ଼ିକ ଠିକ୍‌ ରୂପେ କାର୍ଯ୍ୟ କରିପାରି ନ ଥାଏ। ହେଲେ ଏହା ସ୍ଥାୟୀ ନୁହେଁ। ଧୀରେ ଧୀରେ ଶିଶୁର ଶାରୀରିକ ବିକାଶ ହେବାପରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ଏବଂ ଲକ୍ଷଣଗୁଡ଼ିକ ମଧ୍ୟ ସୁଧୁରିବାରେ ଦେଖାଦେଇଥାଏ।
ପରିବେଶ ସମ୍ବନ୍ଧୀୟ: ଗବେଷଣା କହେ ଯେ, ଗର୍ଭାବସ୍ଥାରେ ଧୂମପାନ ଏବଂ ମଦ୍ୟପାନ ଦ୍ୱାରା ପରବର୍ତ୍ତୀ ସମୟରେ ଏଡିଏଚଡିକୁ ଜନ୍ମ ଦେଇଥାଏ। ଏଣୁ ଗର୍ଭାବସ୍ଥାରେ ଧୂମପାନ ଓ ମଦ୍ୟପାନ ବର୍ଜନ କରିବା ଉଚିତ।
ମସ୍ତିଷ୍କ ଆଘାତ:ଯେଉଁ ଶିଶୁମାନେ ମସ୍ତିଷ୍କ ଆଘାତ ଦ୍ୱାରା ପୀଡ଼ିତ ହୋଇଥାନ୍ତି ସେମାନଙ୍କ ମଧ୍ୟରେ କିଛି ମାତ୍ରାରେ ଏପରି ବ୍ୟବହାର ଦେଖାଦେଇଥାଏ ଯାହା କି ଏଡିଏଚ୍‌ଡି ସହ ସମାନ ହୋଇଥାଏ।
ଖାଦ୍ୟପେୟ : ସମ୍ପ୍ରତି ବ୍ରିଟିଶ ଗବେଷଣାରେ ଦେଖାଦେଇଛି ଯେ, ଗୋଟିଏ ସମ୍ଭାବ୍ୟ କାରଣ ହେଉଛି ପିଲାମାନଙ୍କର ଖାଦ୍ୟ ଖାଇବା ଶୈଳୀ। ତେଣୁ ସେମାନେ ଫାଷ୍ଟଫୁଡ୍‌ଜନିତ ଖାଦ୍ୟ ନ ଖାଇବା ଭଲ।
ଲକ୍ଷଣ : ୩ରୁ ୫ ପ୍ରତିଶତ ସ୍କୁଲ ଯାଉଥିବା ଶିଶୁମାନଙ୍କ ମଧ୍ୟରେ ଦେଖାଦେଇଥାଏ। ଏହି ଶିଶୁମାନେ ଠିକ୍‌ ପରିମାଣରେ ଧ୍ୟାନ ଦେଇପାରି ନ ଥାନ୍ତି। ଅନ୍ୟ ବ୍ୟବହାରକୁ ମଧ୍ୟ ଠିକ୍‌ଭାବେ ଆୟତ୍ତ କରିପାରି ନ ଥାନ୍ତି। ଏମାନେ ସାଧାରଣତଃ ଅସ୍ଥିର ଚିତ୍ତର ଥାନ୍ତି। ଏହାକୁ ଆହୁରି ବିସ୍ତାର ଭାବେ କହିବାକୁ ଗଲେ ସାମାନ୍ୟ ଉତ୍ତେଜନା ଦ୍ୱାରା ଏମାନେ ସହଜରେ ଅନ୍ୟମନସ୍କ ହୋଇଯାଇଥାନ୍ତି।
ସ୍କୁଲ କାର୍ଯ୍ୟରେ କିମ୍ବା ଅନ୍ୟାନ୍ୟ କାମରେ ଏମାନେ ଅଧିକାଂଶ ସମୟ ଅନ୍ୟମନସ୍କ ରହିଥାଆନ୍ତି। କୌଣସି କାର୍ଯ୍ୟ କିମ୍ବା ଖେଳକୁଦ ଆଦି ମଧ୍ୟ ଠିକ୍‌ ଭାବେ କରି ପାରି ନ ଥାନ୍ତି। ନିତିଦିନିଆ କାର୍ଯ୍ୟକ୍ରମକୁ ମଧ୍ୟ ଏମାନେ ସହଜରେ ଭୁଲି ଯାଇଥାନ୍ତି। ସେମାନେ ଠିକ ଭାବେ ଧ୍ୟାନ ଦେଇ କିଛି ଶୁଣନ୍ତି ନାହିଁ। ଏମାନେ ପ୍ରାୟତଃ ସହଜରେ ଦ୍ୱନ୍ଦ୍ୱରେ ପଡିଥାନ୍ତି ଏବଂ ଧୀରେ ଧୀରେ ଆଗକୁ ବଢନ୍ତି। ଉଦାହରଣ ସ୍ବରୂପ ଯେଉଁଠି ଆବଶ୍ୟକ ନ ଥିବ ସେଠାରେ ଖୁବ୍‌ ଜୋରରେ ଦୌଡିବା କିମ୍ବା ଚଢିବା ହାତଗୋଡ ଛାଟିବା, ଆଙ୍ଗୁଠି ମାଧ୍ୟମରେ ଖେଳ, ନିଜର ସିଟ୍‌ ଆଖପାଖ ଗୋଲ୍‌ ଗୋଲ୍‌ ବୁଲିବା,ରାତ୍ରଭୋଜନ ସମୟରେ କିମ୍ବା ସ୍କୁଲ କିମ୍ବା ଗପ ଶୁଣିବା ସମୟରେ ଚୁପ୍‌ଚାପ୍‌ ବସିପାରନ୍ତି ନାହିଁ। କୌଣସି ସ୍ଥିର କାମ ଏପରିକି ଧାଡିରେ ଛିଡା ହେବା କିମ୍ବା ସାବଧାନ ହୋଇ ଛିଡା ହେବା ଆଦି କରିପାରନ୍ତି ନାହିଁ। ଅନର୍ଗଳ କଥା କହିବାରେ ସେମାନେ ଅସମର୍ଥ।
ବ୍ୟବହାର : କୌଣସି ଖେଳ କିମ୍ବା ଏକତ୍ରିତ କାର୍ଯ୍ୟକ୍ରମରେ ନିଜର ସମୟ ଆସିବା ଯାଏ ଅପେକ୍ଷା କରିପାରନ୍ତି ନାହିଁ। ଅଯଥା ଗୋଟିଏ ପ୍ରଶ୍ନ ମଧ୍ୟରେ ଅନ୍ୟ ଏକ ଉତ୍ତର ପରିପ୍ରକାଶ କରିଥାନ୍ତି। କୌଣସି କଥୋପକଥନ କିମ୍ବା କାର୍ଯ୍ୟକ୍ରମ ମଧ୍ୟରେ ହସ୍ତକ୍ଷେପ କରିବା, ବହୁତ ମାତ୍ରାରେ ଅଧୈର୍ଯ୍ୟ ହେବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ।
ଚିକିତ୍ସା: ମନସ୍ତତ୍ତ୍ୱ ମୂଲ୍ୟ ନିର୍ଦ୍ଧାରଣ।
– ଖେଳ ଚିକିତ୍ସା।
– ଚେତନା ସମ୍ବନ୍ଧୀୟ ଏକୀକରଣ ଚିକିତ୍ସା।
– ନିଜକୁ ଆୟତ୍ତ କରିବାର ପ୍ରଶିକ୍ଷଣ।
– ଫାଷ୍ଟଫୁଡ୍‌ଜାତୀୟ ଖାଦ୍ୟ ବର୍ଜନ କରିବା।
– ପିଲାଟି ସ୍କୁଲରେ ପଢ଼ୁଥିଲେ ଶିକ୍ଷକ, ମନସ୍ତତ୍ତ୍ୱବିତ୍‌ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଶୃଙ୍ଖଳିତ ଟିମ୍‌ ଦ୍ୱାରା ତାକୁ ଏ ବିଷୟରେ କିଛି ଶିକ୍ଷା ଦିଆଯାଇପାରିବ।
– ପିତାମାତାଙ୍କୁ ଶିକ୍ଷାଗତ ପ୍ରଶିକ୍ଷଣ, ଯେପରିକି ବାପାମାଆଙ୍କ ସହିତ ତା’ର ଦୈନିକ କାର୍ଯ୍ୟକ୍ରମର ଗୋଟିଏ ପାଠ୍ୟକ୍ରମ ଏବଂ ନୋଟବୁକ୍‌, ଶିଶୁକୁ ଠିକ୍‌ ରୂପେ ବୁଝାଇବା ଏବଂ ତା’ପରେ ଠିକ୍‌ ରୂପରେ ଯୋଜନା, ପରିଚାଳନା, ନିର୍ଦ୍ଧାରଣ ଏବଂ ଶେଷରେ ପ୍ରସ୍ତାବ ଦେବା ଉଚିତ।
– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶିଶୁଟି ପାଇଁ ମାତାପିତା ଏକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ।
– ତା’ର ନିତିଦିନିଆ ଜିନିଷଗୁଡିକୁ ଠିକ୍‌ ରୂପେ ପରିଚାଳନା କରିବା ଉଚିତ।
ଶିଶୁକୁ ଏସବୁ ନିୟମ ବିଷୟରେ ପରୋକ୍ଷ ଭାବେ ନ କହି ପ୍ରତ୍ୟକ୍ଷ ଭାବେ କହିବା ଉଚିତ। ଯଦି ସେ କୌଣସି ନିୟମକୁ ନ ମାନିଥାଏ, ତା’ ହେଲେ ତା’ର ମନପସନ୍ଦ କାମ କିମ୍ବା ଜିନିଷରୁ ତାକୁ ଦୂରେଇ ରଖିବା ଉଚିତ। ଭାଇଭଉଣୀଙ୍କର ଭଲ କାମକୁ କରିବା ପାଇଁ ତାକୁ ଉଦାହରଣ ଦେଇ ବୁଝାଇବା ଉଚିତ। ଏହିପରି କରିବା ଦ୍ୱାରା ଶିଶୁଟିର ବ୍ୟାବହାରିକ ଲକ୍ଷଣଗୁଡିକରେ ପରିବର୍ତ୍ତନ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri