ଏଡିଏଚ୍‌ଡି

”ଆଟେନଶନ
ଡିଫିସିଟ୍‌ ହାଇପରଆକ୍ଟିଭିଟି ଡିଜଅର୍ଡର (ଏଡିଏଚ୍‌ଡି) ଶିଶୁମାନଙ୍କର ଏକପ୍ରକାର ଜୀବନବ୍ୟାପୀ ବିକାଶାତ୍ମକ ଅସାମର୍ଥ୍ୟ ବ୍ୟାଧି। ପାଖାପାଖି ୩୬ ମାସ ପୂର୍ବରୁ ଏହାର ଲକ୍ଷଣ ଆରମ୍ଭ ହୋଇଥାଏ। କିନ୍ତୁ ଏକ ଶିଶୁର ୪ ବର୍ଷ ବୟସରେ ପ୍ରାୟତଃ ଏହାର ଲକ୍ଷଣ ସବୁ ଦେଖିବାକୁ
ମିଳିଥାଏ । ସାଧାରଣତଃ ଏଥିରେ ପୁଅ ଓ ଝିଅଙ୍କ ଅନୁପାତ ୩ : ୧ରହିଥାଏ। ହେଲେ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ମଧ୍ୟରେ ଏହା ୩ଗୁଣ ଅଧିକ
ଦେଖିବାକୁ ମିଳିଥାଏ।’

ଆଟେନ୍‌ଶନ ଡିଫିସିଟ୍‌ ହାଇପର ଆକ୍ଟିଭିଟି ଡିଜଅର୍ଡର (ଏଡିଏଚ୍‌ଡି) ଶିଶୁମାନଙ୍କର ଏକପ୍ରକାର ଜୀବନବ୍ୟାପୀ ବିକାଶାତ୍ମକ ଅସାମର୍ଥ୍ୟ ବ୍ୟାଧି। ପାଖାପାଖି ୩୬ ମାସ ପୂର୍ବରୁ ଏହାର ଲକ୍ଷଣ ଆରମ୍ଭ ହୋଇଥାଏ। କିନ୍ତୁ ଏକ ଶିଶୁର ୪ ବର୍ଷ ବୟସରେ ପ୍ରାୟତଃ ଏହାର ଲକ୍ଷଣ ସବୁ ଦେଖିବାକୁ ମିଳିଥାଏ। ସାଧାରଣତଃ ଏଥିରେ ପୁଅ ଓ ଝିଅଙ୍କ ଅନୁପାତ ୩ : ୧ରହିଥାଏ। ହେଲେ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ମଧ୍ୟରେ ଏହା ୩ଗୁଣ ଅଧିକ ଦେଖିବାକୁ ମିଳିଥାଏ। ଏକ ସୁସ୍ଥ ଶିଶୁ (ଏଡିଏଚ୍‌ଡି ଦ୍ୱାରା ଆକ୍ରାନ୍ତ ହୋଇ ନ ଥିବା) ଠିକ୍‌ ନିଷ୍ପତ୍ତି ନେବାର କ୍ଷମତା ରଖିଥାଏ, ହେଲେ ଏକ ଏଡିଏଚ୍‌ଡି ଆକ୍ରାନ୍ତ ଶିଶୁ ଏହା କରିପାରି ନ ଥାଏ। ତା’ ପାଇଁ କୌଣସି ନିଷ୍ପତ୍ତି ନେବା ଏବଂ ତାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଠିନ।
କାରଣ : ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। କେବଳ ସେତିକି ନୁହେଁ ପ୍ରକୃତ କାରଣ ମଧ୍ୟ ଠିକ୍‌ ରୂପେ ବୁଝାପଡ଼ି ନ ଥାଏ। କିନ୍ତୁ ଏହା ବହୁତଗୁଡ଼ିଏ ଉପାଦାନର ସମ୍ମିଶ୍ରଣ ଯୋଗୁ ହୋଇଥାଏ।
ବଂଶଗତ: ଏହା ପ୍ରାୟତଃ ବଂଶଗତ ବୋଲି ଦେଖାଯାଇଛି, ଯେଉଁଥିରେ କି ଶିଶୁର ପିତାମାତାଙ୍କଠାରେ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ମଧ୍ୟରେ ଏହାର ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ଦେଖାଯାଇଥାଏ ଯାହା କି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଯେମିତିକି ପିତାମାତା ଏବଂ ଭାଇଭଉଣୀଙ୍କ ମଧ୍ୟରେ ଯାହାର ଏଡିଏଚ୍‌ଡି ଥାଏ, ସେ ଶିଶୁଟିର ଏଡିଏଚ୍‌ଡି ରହିବାର ଅଧିକ ଆଶଙ୍କା ଦେଖାଦେଇଥାଏ। ଏହାର ଅନ୍ୟ ଏକ କାରଣ ଡୋପାମାଇନ୍‌ ଟ୍ରାନ୍ସପୋର୍ଟର ବିକୃତି ଏବଂ ଥାଇରଏଡ ଏବଂ ଜିନ୍‌ ମଧ୍ୟ କିଛି ରୋଗୀଙ୍କ ମଧ୍ୟରେ ଦେଖାଯାଇଛି।
ମସ୍ତିଷ୍କ କାର୍ଯ୍ୟଦକ୍ଷତା ଏବଂ ଗଠନ ପ୍ରଣାଳୀ : ଅନ୍ୟ ଏକ ଗବେଷଣାରେ ଦେଖାଯାଇଛି ଯେ, ଯେଉଁ ପିଲାମାନଙ୍କର ଏଡିଏଚ୍‌ଡି ଥାଏ, ସେମାନଙ୍କର ମସ୍ତିଷ୍କରେ ନ୍ୟୁରୋ ଟ୍ରାନ୍ସମିଟର ସ୍ତରରେ ଅସାମଞ୍ଜସ୍ୟ ଦେଖାଦେଇଥାଏ, ଯେଉଁଥିରେ କି, ରସାୟନଗୁଡ଼ିକ ଠିକ୍‌ ରୂପେ କାର୍ଯ୍ୟ କରିପାରି ନ ଥାଏ। ହେଲେ ଏହା ସ୍ଥାୟୀ ନୁହେଁ। ଧୀରେ ଧୀରେ ଶିଶୁର ଶାରୀରିକ ବିକାଶ ହେବାପରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ଏବଂ ଲକ୍ଷଣଗୁଡ଼ିକ ମଧ୍ୟ ସୁଧୁରିବାରେ ଦେଖାଦେଇଥାଏ।
ପରିବେଶ ସମ୍ବନ୍ଧୀୟ: ଗବେଷଣା କହେ ଯେ, ଗର୍ଭାବସ୍ଥାରେ ଧୂମପାନ ଏବଂ ମଦ୍ୟପାନ ଦ୍ୱାରା ପରବର୍ତ୍ତୀ ସମୟରେ ଏଡିଏଚଡିକୁ ଜନ୍ମ ଦେଇଥାଏ। ଏଣୁ ଗର୍ଭାବସ୍ଥାରେ ଧୂମପାନ ଓ ମଦ୍ୟପାନ ବର୍ଜନ କରିବା ଉଚିତ।
ମସ୍ତିଷ୍କ ଆଘାତ:ଯେଉଁ ଶିଶୁମାନେ ମସ୍ତିଷ୍କ ଆଘାତ ଦ୍ୱାରା ପୀଡ଼ିତ ହୋଇଥାନ୍ତି ସେମାନଙ୍କ ମଧ୍ୟରେ କିଛି ମାତ୍ରାରେ ଏପରି ବ୍ୟବହାର ଦେଖାଦେଇଥାଏ ଯାହା କି ଏଡିଏଚ୍‌ଡି ସହ ସମାନ ହୋଇଥାଏ।
ଖାଦ୍ୟପେୟ : ସମ୍ପ୍ରତି ବ୍ରିଟିଶ ଗବେଷଣାରେ ଦେଖାଦେଇଛି ଯେ, ଗୋଟିଏ ସମ୍ଭାବ୍ୟ କାରଣ ହେଉଛି ପିଲାମାନଙ୍କର ଖାଦ୍ୟ ଖାଇବା ଶୈଳୀ। ତେଣୁ ସେମାନେ ଫାଷ୍ଟଫୁଡ୍‌ଜନିତ ଖାଦ୍ୟ ନ ଖାଇବା ଭଲ।
ଲକ୍ଷଣ : ୩ରୁ ୫ ପ୍ରତିଶତ ସ୍କୁଲ ଯାଉଥିବା ଶିଶୁମାନଙ୍କ ମଧ୍ୟରେ ଦେଖାଦେଇଥାଏ। ଏହି ଶିଶୁମାନେ ଠିକ୍‌ ପରିମାଣରେ ଧ୍ୟାନ ଦେଇପାରି ନ ଥାନ୍ତି। ଅନ୍ୟ ବ୍ୟବହାରକୁ ମଧ୍ୟ ଠିକ୍‌ଭାବେ ଆୟତ୍ତ କରିପାରି ନ ଥାନ୍ତି। ଏମାନେ ସାଧାରଣତଃ ଅସ୍ଥିର ଚିତ୍ତର ଥାନ୍ତି। ଏହାକୁ ଆହୁରି ବିସ୍ତାର ଭାବେ କହିବାକୁ ଗଲେ ସାମାନ୍ୟ ଉତ୍ତେଜନା ଦ୍ୱାରା ଏମାନେ ସହଜରେ ଅନ୍ୟମନସ୍କ ହୋଇଯାଇଥାନ୍ତି।
ସ୍କୁଲ କାର୍ଯ୍ୟରେ କିମ୍ବା ଅନ୍ୟାନ୍ୟ କାମରେ ଏମାନେ ଅଧିକାଂଶ ସମୟ ଅନ୍ୟମନସ୍କ ରହିଥାଆନ୍ତି। କୌଣସି କାର୍ଯ୍ୟ କିମ୍ବା ଖେଳକୁଦ ଆଦି ମଧ୍ୟ ଠିକ୍‌ ଭାବେ କରି ପାରି ନ ଥାନ୍ତି। ନିତିଦିନିଆ କାର୍ଯ୍ୟକ୍ରମକୁ ମଧ୍ୟ ଏମାନେ ସହଜରେ ଭୁଲି ଯାଇଥାନ୍ତି। ସେମାନେ ଠିକ ଭାବେ ଧ୍ୟାନ ଦେଇ କିଛି ଶୁଣନ୍ତି ନାହିଁ। ଏମାନେ ପ୍ରାୟତଃ ସହଜରେ ଦ୍ୱନ୍ଦ୍ୱରେ ପଡିଥାନ୍ତି ଏବଂ ଧୀରେ ଧୀରେ ଆଗକୁ ବଢନ୍ତି। ଉଦାହରଣ ସ୍ବରୂପ ଯେଉଁଠି ଆବଶ୍ୟକ ନ ଥିବ ସେଠାରେ ଖୁବ୍‌ ଜୋରରେ ଦୌଡିବା କିମ୍ବା ଚଢିବା ହାତଗୋଡ ଛାଟିବା, ଆଙ୍ଗୁଠି ମାଧ୍ୟମରେ ଖେଳ, ନିଜର ସିଟ୍‌ ଆଖପାଖ ଗୋଲ୍‌ ଗୋଲ୍‌ ବୁଲିବା,ରାତ୍ରଭୋଜନ ସମୟରେ କିମ୍ବା ସ୍କୁଲ କିମ୍ବା ଗପ ଶୁଣିବା ସମୟରେ ଚୁପ୍‌ଚାପ୍‌ ବସିପାରନ୍ତି ନାହିଁ। କୌଣସି ସ୍ଥିର କାମ ଏପରିକି ଧାଡିରେ ଛିଡା ହେବା କିମ୍ବା ସାବଧାନ ହୋଇ ଛିଡା ହେବା ଆଦି କରିପାରନ୍ତି ନାହିଁ। ଅନର୍ଗଳ କଥା କହିବାରେ ସେମାନେ ଅସମର୍ଥ।
ବ୍ୟବହାର : କୌଣସି ଖେଳ କିମ୍ବା ଏକତ୍ରିତ କାର୍ଯ୍ୟକ୍ରମରେ ନିଜର ସମୟ ଆସିବା ଯାଏ ଅପେକ୍ଷା କରିପାରନ୍ତି ନାହିଁ। ଅଯଥା ଗୋଟିଏ ପ୍ରଶ୍ନ ମଧ୍ୟରେ ଅନ୍ୟ ଏକ ଉତ୍ତର ପରିପ୍ରକାଶ କରିଥାନ୍ତି। କୌଣସି କଥୋପକଥନ କିମ୍ବା କାର୍ଯ୍ୟକ୍ରମ ମଧ୍ୟରେ ହସ୍ତକ୍ଷେପ କରିବା, ବହୁତ ମାତ୍ରାରେ ଅଧୈର୍ଯ୍ୟ ହେବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ।
ଚିକିତ୍ସା: ମନସ୍ତତ୍ତ୍ୱ ମୂଲ୍ୟ ନିର୍ଦ୍ଧାରଣ।
– ଖେଳ ଚିକିତ୍ସା।
– ଚେତନା ସମ୍ବନ୍ଧୀୟ ଏକୀକରଣ ଚିକିତ୍ସା।
– ନିଜକୁ ଆୟତ୍ତ କରିବାର ପ୍ରଶିକ୍ଷଣ।
– ଫାଷ୍ଟଫୁଡ୍‌ଜାତୀୟ ଖାଦ୍ୟ ବର୍ଜନ କରିବା।
– ପିଲାଟି ସ୍କୁଲରେ ପଢ଼ୁଥିଲେ ଶିକ୍ଷକ, ମନସ୍ତତ୍ତ୍ୱବିତ୍‌ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଶୃଙ୍ଖଳିତ ଟିମ୍‌ ଦ୍ୱାରା ତାକୁ ଏ ବିଷୟରେ କିଛି ଶିକ୍ଷା ଦିଆଯାଇପାରିବ।
– ପିତାମାତାଙ୍କୁ ଶିକ୍ଷାଗତ ପ୍ରଶିକ୍ଷଣ, ଯେପରିକି ବାପାମାଆଙ୍କ ସହିତ ତା’ର ଦୈନିକ କାର୍ଯ୍ୟକ୍ରମର ଗୋଟିଏ ପାଠ୍ୟକ୍ରମ ଏବଂ ନୋଟବୁକ୍‌, ଶିଶୁକୁ ଠିକ୍‌ ରୂପେ ବୁଝାଇବା ଏବଂ ତା’ପରେ ଠିକ୍‌ ରୂପରେ ଯୋଜନା, ପରିଚାଳନା, ନିର୍ଦ୍ଧାରଣ ଏବଂ ଶେଷରେ ପ୍ରସ୍ତାବ ଦେବା ଉଚିତ।
– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶିଶୁଟି ପାଇଁ ମାତାପିତା ଏକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ।
– ତା’ର ନିତିଦିନିଆ ଜିନିଷଗୁଡିକୁ ଠିକ୍‌ ରୂପେ ପରିଚାଳନା କରିବା ଉଚିତ।
ଶିଶୁକୁ ଏସବୁ ନିୟମ ବିଷୟରେ ପରୋକ୍ଷ ଭାବେ ନ କହି ପ୍ରତ୍ୟକ୍ଷ ଭାବେ କହିବା ଉଚିତ। ଯଦି ସେ କୌଣସି ନିୟମକୁ ନ ମାନିଥାଏ, ତା’ ହେଲେ ତା’ର ମନପସନ୍ଦ କାମ କିମ୍ବା ଜିନିଷରୁ ତାକୁ ଦୂରେଇ ରଖିବା ଉଚିତ। ଭାଇଭଉଣୀଙ୍କର ଭଲ କାମକୁ କରିବା ପାଇଁ ତାକୁ ଉଦାହରଣ ଦେଇ ବୁଝାଇବା ଉଚିତ। ଏହିପରି କରିବା ଦ୍ୱାରା ଶିଶୁଟିର ବ୍ୟାବହାରିକ ଲକ୍ଷଣଗୁଡିକରେ ପରିବର୍ତ୍ତନ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri