ଏକାଧିକ ରେଳ ଦୁର୍ଘଟଣାକୁ ରୋକି ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ

ବରଗଡ଼ ଅଫିସ୍‌,୧୫।୮: ହାତରେ ଧରିଥିବା ଲାଲ ଗାମୁଛା ଦେଖାଇ ଟ୍ରେନକୁ ଅଟକାଇ ସମ୍ଭାବ୍ୟ ୩ଟି ଟ୍ରେନ ଦୁର୍ଘଟଣାରୁ ବହୁଲୋକଙ୍କ ଧନଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବରପାଲି ଥାନା ବାରଗୁଡ଼ା ଗ୍ରାମର ଭାଗୀରଥି ପ୍ରଧାନଙ୍କୁ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟଅତିଥି ତଥା ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ତାଙ୍କୁ ମାନପତ୍ର, ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଭାଗୀରଥି ଥରେ କିମ୍ବା ଦୁଇଥର ନୁହେଁ, ୧୯୯୨ ମସିହାରୁ ଏପର୍ଯ୍ୟନ୍ତ ବରପାଲି-ଡୁଙ୍ଗୁରିପାଲି ମଧ୍ୟରେ ଏକାଧିକ ଥର ସମ୍ଭାବ୍ୟ ରେଳ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।
ଉଲ୍ଲେଖନୀୟ, ୧୯୯୨ ମାର୍ଚ୍ଚ ୩୧ ତାରିଖ ରେଳ ଧାରଣା ଉପରେ ଏକ ଗଛ ପଡ଼ିଥିବାବେଳେ ସେହି ରେଳପଥ ଦେଇ ଆସୁଥିବା ଏକ ଟ୍ରେନକୁ ଲାଲ ଗାମୁଛା ଦେଖାଇ ଅଟକାଇଥିଲେ। ଫଳରେ ଟ୍ରେନଟି ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ସେହିବର୍ଷ ଜୁଲାଇ ୨୮ତାରିଖ ହୀରାଖଣ୍ଡ ଏକ୍ସପ୍ରେସ ଆସୁଥିବାବେଳେ ସେହି ସମୟରେ ରାଣୀଜୋର (ଏକ ଛୋଟ ନଈ)ର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖି ଭାଗୀରଥି ଲାଲ ଗାମୁଛା ଦେଖାଇ ଉକ୍ତ ଟ୍ରେନକୁ ଅଟକାଇଥିଲେ। ଫଳରେ ବହୁ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା। ସେହିପରି ଗତ ୧୯୯୪ ଫେବୃୟାରୀ ୨୮ତାରିଖରେ ଏକ ମାଲବାହୀ ଗାଡ଼ି ଆସୁଥିବାବେଳେ ରେଳ ଧାରଣା ଉପରେ ଏକ ଫାଟ ଥିବା ଦେଖି ସେ ଅଟକାଇଥିଲେ । ସେହିବର୍ଷ ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନକୁ ଅନୁରୂପଭାବେ ସେ ଅଟକାଇଥିଲେ। ଭାଗୀରଥିଙ୍କ ଏଭଳି ପ୍ରୟାସକୁ ପ୍ରଶଂସାକରି ୧୯୯୨ ମସିହାରେ ରେଳ ସପ୍ତାହ ପାଳନ ଅବସରରେ ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ପ୍ରଦାନ କରାଯାଇଥିବା ସେ କହିଛନ୍ତି । ତେବେ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏପରି କାମ ପାଇଁ ତାଙ୍କୁ ଅଧିକ ଉତ୍ସାହ ଯୋଗାଇଦେଇଥିବା ସେ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri