ଏକାଧିକ ରେଳ ଦୁର୍ଘଟଣାକୁ ରୋକି ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ ହେଲେ

ବରଗଡ଼ ଅଫିସ୍‌,୧୫।୮: ହାତରେ ଧରିଥିବା ଲାଲ ଗାମୁଛା ଦେଖାଇ ଟ୍ରେନକୁ ଅଟକାଇ ସମ୍ଭାବ୍ୟ ୩ଟି ଟ୍ରେନ ଦୁର୍ଘଟଣାରୁ ବହୁଲୋକଙ୍କ ଧନଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବରପାଲି ଥାନା ବାରଗୁଡ଼ା ଗ୍ରାମର ଭାଗୀରଥି ପ୍ରଧାନଙ୍କୁ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟଅତିଥି ତଥା ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ତାଙ୍କୁ ମାନପତ୍ର, ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଭାଗୀରଥି ଥରେ କିମ୍ବା ଦୁଇଥର ନୁହେଁ, ୧୯୯୨ ମସିହାରୁ ଏପର୍ଯ୍ୟନ୍ତ ବରପାଲି-ଡୁଙ୍ଗୁରିପାଲି ମଧ୍ୟରେ ଏକାଧିକ ଥର ସମ୍ଭାବ୍ୟ ରେଳ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।
ଉଲ୍ଲେଖନୀୟ, ୧୯୯୨ ମାର୍ଚ୍ଚ ୩୧ ତାରିଖ ରେଳ ଧାରଣା ଉପରେ ଏକ ଗଛ ପଡ଼ିଥିବାବେଳେ ସେହି ରେଳପଥ ଦେଇ ଆସୁଥିବା ଏକ ଟ୍ରେନକୁ ଲାଲ ଗାମୁଛା ଦେଖାଇ ଅଟକାଇଥିଲେ। ଫଳରେ ଟ୍ରେନଟି ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ସେହିବର୍ଷ ଜୁଲାଇ ୨୮ତାରିଖ ହୀରାଖଣ୍ଡ ଏକ୍ସପ୍ରେସ ଆସୁଥିବାବେଳେ ସେହି ସମୟରେ ରାଣୀଜୋର (ଏକ ଛୋଟ ନଈ)ର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖି ଭାଗୀରଥି ଲାଲ ଗାମୁଛା ଦେଖାଇ ଉକ୍ତ ଟ୍ରେନକୁ ଅଟକାଇଥିଲେ। ଫଳରେ ବହୁ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା। ସେହିପରି ଗତ ୧୯୯୪ ଫେବୃୟାରୀ ୨୮ତାରିଖରେ ଏକ ମାଲବାହୀ ଗାଡ଼ି ଆସୁଥିବାବେଳେ ରେଳ ଧାରଣା ଉପରେ ଏକ ଫାଟ ଥିବା ଦେଖି ସେ ଅଟକାଇଥିଲେ । ସେହିବର୍ଷ ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନକୁ ଅନୁରୂପଭାବେ ସେ ଅଟକାଇଥିଲେ। ଭାଗୀରଥିଙ୍କ ଏଭଳି ପ୍ରୟାସକୁ ପ୍ରଶଂସାକରି ୧୯୯୨ ମସିହାରେ ରେଳ ସପ୍ତାହ ପାଳନ ଅବସରରେ ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ପ୍ରଦାନ କରାଯାଇଥିବା ସେ କହିଛନ୍ତି । ତେବେ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏପରି କାମ ପାଇଁ ତାଙ୍କୁ ଅଧିକ ଉତ୍ସାହ ଯୋଗାଇଦେଇଥିବା ସେ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri