Posted inଖେଳ

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌ ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେହିଭଳି ୬ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସାଙ୍ଗକୁ ୧୦୦ ଉଇକେଟ ଏବଂ ୧୦୦ କ୍ୟାଚ୍‌ ମଧ୍ୟ ନେଇଛନ୍ତି।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ୨୪ ବର୍ଷ କ୍ରିକେଟ କ୍ୟାରିୟରରେ ୪୬୩ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୮,୪୨୬ ରନ୍‌ କରିବା ସହ ୧୫୦ରୁ ଅଧିକ ଉଇକେଟ ନେଇଛନ୍ତି। ସେହିପରି ୧୪୦ଟି କ୍ୟାଚ୍‌ ମଧ୍ୟ ଧରିଛନ୍ତି।

ସନଥ ଜୟସୁରିୟା
ଶ୍ରୀଲଙ୍କାର ପୂର୍ବତନ ଓପନର୍‌ ସନଥ ଜୟସୁରିୟା ୪୪୫ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୩ ହଜାର ଅଧିକ ରନ୍‌, ୩୦୦ରୁ ଅଧିକ ଉଇକେଟ ଏବଂ ୧୨୩ଟି କ୍ୟାଚ୍‌ ନେଇଛନ୍ତି।

ଜ୍ୟାକ୍‌ କାଲିସ୍‌
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିସ୍‌ ଏକଦିବସୀୟ ମ୍ୟାଚରେ ୧୧୫୭୯ରନ୍‌ କରିବା ସହ ୨୭୩ଟି ଉଇକେଟ ନେଇଛନ୍ତି। ସେହିପରି ୧୩୧ଟି କ୍ୟାଚ୍‌ ନେଇଛନ୍ତି।

ସୌରଭ ଗାଙ୍ଗୁଲି
ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଏକଦିବସୀୟ କ୍ରିକେଟରେ ୧୧ହଜାରରୁ ଅଧିକ ରନ୍‌ ୧୦୦ରୁ ଅଧିକ କ୍ୟାଚ୍‌ ଏବଂ ୧୦୦ ଉଇକେଟ୍‌ ମଧ୍ୟ ନେଇଛନ୍ତି।

ତିଳକରତ୍ନେ ଦିଲସାନ
ଶ୍ରୀଲଙ୍କାର ପୂର୍ବତନ ଖେଳାଳି ୧୦ହଜାରୁ ଊର୍ଦ୍ଧ୍ୱ ରନ୍‌, ୧୦୦ରୁ ଅଧିକ ଉଇକେଟ ଏବଂ କ୍ୟାଚ୍‌ ନେଇଛନ୍ତି। କେବେଳେ ନିଜଦଳ ପାଇଁ ସେ ଉଇକେଟ କିପିଂ କରୁଥିଲେ।

କ୍ରିସ୍‌ ଗେଲ୍‌
ଓ୍ବେଷ୍ଟଇଣ୍ଡିଜ୍‌ର ଆକ୍ରମକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ୩୦୧ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୧୦,୪୮୦ ରନ୍‌ କରିଛନ୍ତି। ସେହିପରି ସେ ୧୬୭ଟି ଉଇକେଟ ଏବଂ ୧୨୪ଟି କ୍ୟାଚ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?