ଏଇ ଭାରତରେ

ନାଶିକର ଜଣେ ୮ବର୍ଷର ବାଳକ ସାଇକେଲ ଯୋଗେ ୩୬୦ କିଲୋମିଟର ଯାତ୍ରା କରିବାକୁ ଉଦ୍ୟମ କରିବା ନିଆରା ନିଶ୍ଚୟ। ଏହି ବାଳକ ନାଶିକଠାରୁ ପଣ୍ଢରପୁର ‘ସାଇକେଲ ଓ୍ବାରି’ ଯାତ୍ରା କରିଥିଲେ। ପ୍ରେମ ସଚିନ ନିଫାଡେ ନାମକ ଏହି ବାଳକଙ୍କ ମାତାପିତା ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହା ନାଶିକ ସାଇକ୍ଲିଷ୍ଟ ଫାଉଣ୍ଡେଶନ୍‌ ଦ୍ୱାରା ଆୟୋଜିତ ହୋଇଥିଲା। ନାଶିକଠାରୁ ପଣ୍ଢରପୁରକୁ ତୀର୍ଥଯାତ୍ରା ପାଇଁ ପାଦରେ ଚାଲିଚାଲି ଯିବାକୁ ହୋଇଥାଏ। ଏହା ଏକ ପବିତ୍ର ସ୍ଥାନ। ଏଠାରେ ଭଗବାନ ବିଠୋବାଙ୍କ ପୀଠ ରହିଛି। କିନ୍ତୁ ବିଗତ ୮ବର୍ଷ ହେଲା ନାଶିକ ସାଇକ୍ଲିଷ୍ଟ ଫାଉଣ୍ଡେଶନ୍‌ (ଏନ୍‌ସିଏଫ୍‌) ଦ୍ୱାରା ସେଠାକୁ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ଅନ୍ୟମାନଙ୍କ ସହ ଏହି ୮ବର୍ଷର ବାଳକ ଖୁସିରେ ସାଇକେଲ ଯାତ୍ରା କରୁଥିଲେ। ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଆଉ କିଛି ବାଟ ବାକି ଥିବାବେଳେ ନାଶିକ-ପୁଣେ ହାଇଓ୍ବେ ଉପରେ ଏକ ଟ୍ରକ୍‌ ଧକ୍କାରେ ବାଳକଙ୍କ ଜୀବନଦୀପ ଲିଭିଯାଇଛି। ଦୁର୍ଘଟଣା ପରେ ଅଧିକାଂଶ ତୀର୍ଥଯାତ୍ରୀ ଘରକୁ ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri