ଏଇ ଭାରତରେ

କର୍ନାଟକର ୪୧ ବର୍ଷୀୟ ମଞ୍ଜୁନାଥ ନିଙ୍ଗାପ୍ପା ପୂଜାରୀ ଯାହା କରୁଛନ୍ତି ତାହା ଦେଖିବାର ବିଷୟ। ସେ ଏକସାଙ୍ଗରେ ତିନୋଟି କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା ସହ ଲୋକଙ୍କ ସେବାରେ ଖର୍ଚ୍ଚ କରିଥାନ୍ତି। ମଞ୍ଜୁନାଥ ରହନ୍ତି ବେଙ୍ଗାଲୁରୁରେ ।
ପ୍ରତିଦିନ ସେ ତିନୋଟି କାମ କରିଥାନ୍ତି। ସକାଳ ୬ଟାରୁ ଉଠି ଲୋକମନଙ୍କୁ ଅଟୋରେ ନେବା ଆଣିିବା କରନ୍ତି। ୯ଟା ଯାଏ ଏହି କାମ କରିବା ପରେ ସେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଅଫିସ୍‌ରେ ଆସିଷ୍ଟାଣ୍ଟ ଭାବେ କାମ କରନ୍ତି। ସେଠାରୁ ସନ୍ଧ୍ୟା ୬ଟା ୩୦ରେ ଫେରିବା ପରେ ଆଉ ଏକ ଜାଗାରେ ପାର୍ଟଟାଇମ ଜବ୍‌ କରନ୍ତି। ସେଠାରୁ ରାତି ୯ଟାରେ ଫେରି ଖାଇ ସାରିବା ପରେ ପୁଣି ରୋଗୀମାନଙ୍କୁ ହସ୍ପିଟାଲ ନେଇଥାନ୍ତି। ଅଫିସରୁ ଯାହା ଦରମା ପାଆନ୍ତି ସେଥିରେ ପରିବାର ଚଳାନ୍ତି ଏବଂ ଅଟୋ ଓ ପାର୍ଟଟାଇମ ଜବ୍‌ରୁ ଯାହା ରୋଜଗାର କରନ୍ତିି ତାହାକୁ ଲୋକମାନଙ୍କ ସେବାରେ ଖର୍ଚ୍ଚ କରିବା ପରେ ଆଉ କିଛି ଏକ ଏନ୍‌ଜିଓକୁ ଦାନ କରିଥାନ୍ତି। ରାତିରେ ରୋଗୀମାନଙ୍କୁ ହସ୍ପିଟାଲ ନେଉଥିବାରୁ ଲୋକେ ତାଙ୍କୁ ରାତିର ଅଟୋ ଆମ୍ବୁଲାନ୍ସ ମ୍ୟାନ ବୋଲି କୁହନ୍ତି। ଏହି ସେବା ଯୋଗାଇ ଦେଇ ସେ ୩୦୦ ଲୋକଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri