ଏଇ ଭାରତରେ

ପବିତ୍ର ରାଖୀପୂର୍ଣ୍ଣମୀରେ କିଏ କେତେ ପ୍ରକାର ରାଖୀ ବାନ୍ଧିଲେ କିନ୍ତୁ ମହାରାଷ୍ଟ୍ରର ମିନାକ୍ଷୀ ଓ୍ବାକେଙ୍କ ବାଉଁଶ ତିଆରି ରାଖୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ, ଆକର୍ଷଣୀୟ ତଥା ପରିବେଶ ଉପଯୋଗୀ। ବାଉଁଶ କାଠିକୁ ସୂତାରେ ବାନ୍ଧି ଏହାକୁ ତିଆରି କରିଛନ୍ତି। କେବଳ ରାଖୀ ନୁହେଁ ସେ ସ୍ବାଧୀନତା ଦିବସ ଉପଲକ୍ଷେ ତିଆରି କରୁୁଛନ୍ତି ବାଉଁଶର ତ୍ରିରଙ୍ଗା ଲକଟେ। ଛୋଟ ଛୋଟ ବାଉଁଶ କାଠିକୁ ବୁଣି ଛପା ଆକାରର କରିବା ପରେ ତାହାକୁ ରଙ୍ଗାଇଛନ୍ତି। ବାଉଁଶରେ ତ୍ରିରଙ୍ଗା ପତାକା କରିଛନ୍ତିି। ତାଙ୍କ ହାତ ତିଆରି ବାଉଁଶର ଗହଣା, ଟେବୁଲ ମ୍ୟାଟ ଓ ବାସ୍କେଟର ବି ଖୁବ୍‌ ଚାହିଦା ରହିଛି। ମିନାକ୍ଷୀ ରହନ୍ତି ଚାନ୍ଦପୁରରେ। ତାଙ୍କୁ ବର୍ତ୍ତମାନ ବୟସ ୨୯। ତାଙ୍କ ଅଞ୍ଚଳରେ ବାଉଁଶ ଶସ୍ତାରେ ଉପଲବ୍ଧ ହେଉଥିବାରୁ ୨୦୧୭ରେ ସେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ କଳାକୃତିର ଆଦର ବଢିବା ପରେ ସେ ତାଙ୍କ ବ୍ୟବସାୟକୁ ବଢ଼ାଇପାରିଛନ୍ତି। ଏବେ ଏହି ସବୁ ସାମଗ୍ରୀକୁ ସେ ‘ଅଭିସାର ଇନୋଭେଟିଭ’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। କରୋନା ମହାମାରୀ ସମୟରେ ସେ ସ୍ଥାନୀୟ ଅଞ୍ଚଳର ଗରିବ ମହିଳାମାନଙ୍କୁ ଏହିି କାମରେ ଲଗାଇଛନ୍ତି। ଚଳିତ ବର୍ଷ ସେ ୧୦,୦୦୦ ରାଖୀ ବିକ୍ରି କରିଛନ୍ତି। ଏହାପରେ ସ୍ବାଧୀନତା ଦିବସ ପାଇଁ ୩୦୦୦ ଲକେଟ ତିଆରି କରି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ମିନାକ୍ଷୀଙ୍କ ସମ୍ପର୍କରେ ଜାଣିବା ପରେ ମୁମ୍ବାଇର ଲତା ମେନନ ଏକାକୀ ୭୦୦ ରାଖୀ କଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri