ଏଇ ଭାରତରେ

କୋଡିଡ୍‌-୧୯ ମହାମାରୀ ସମୟରେ ଅନ୍‌ଲାଇନ୍‌ରେ ଶିକ୍ଷାରୁ ବଞ୍ଚିତ ହେଉଥିବା ଗରିବ ପିଲାମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କେରଳର ଜଣେ ଅବସାପ୍ରାପ୍ତ ଶିକ୍ଷକ ପି.କେ. ବିନୋଦ କୁମାର। ସେ ଗରିବ ପିଲାମାନଙ୍କୁ ନିଜ ପେନ୍‌ସନ ଟଙ୍କାରେ ଟାବଲେଟ କିଣି ଯୋଗାଇ ଦେଇଛନ୍ତି। ବିନୋଦ କୁମାର କୋଝିକୋଡ୍‌ସ୍ଥ କୋଡାଲ ଗଭର୍ନମେଣ୍ଟ ୟୁପି ସ୍କୁଲର ବିଜ୍ଞାନ ଶିକ୍ଷକ ଥିଲେ ଓ ୨୦୧୮ରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ଅବସର ପରେ କୁମାର ପାଇଥିବା ଟଙ୍କାରୁ ୧ ଲକ୍ଷ ୮୭ ହଜାର ଖର୍ଚ୍ଚ କରି ୧୮ ଜଣ ଗରିବ ପିଲାଙ୍କୁ ଟାବଲେଟ୍‌ ଯୋଗାଇ ଦେଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଏହି ଗରିବ ପିଲାଙ୍କ ତାଲିକା ପ୍ରସ୍ତତ କରିଥିଲେ। କେବଳ ଏତିକ ନୁହେଁ, ଅବସର ନେବା ପୂର୍ବରୁ ବି ପ୍ରତିବର୍ଷ ସେ ପଢ଼ାଉଥିବା ସ୍କୁଲର ଟପ୍ପର୍‌ଙ୍କୁୁ ଆର୍ଥିକ ପୁରସ୍କାର ଦେବାର ବ୍ୟବସ୍ଥା କରିବା ସହ ଗରିବ ପିଲାମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦେଉଥିଲେ। କୁମାର ଭାରତୀୟ ସାକ୍ଷରତା ମିଶନ ଦ୍ୱାରା ପ୍ରଦତ୍ତ ଦି ନ୍ୟାଶନାଲ ବିଲ୍‌ଡର ଆଓ୍ବାର୍ଡ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri