ଏଇ ଭାରତରେ

ଝାଡ଼ଖଣ୍ଡର ଝିଅ ଶିଳ୍ପୀ ସିହ୍ନା । ଛାତ୍ର ଜୀବନରେ ସମସ୍ୟାକୁ ସାମ୍‌ନା କରି ତା’ ସମାଧାନର ବାଟ ଖୋଜୁ ଖୋଜୁ ଜଣେ ବ୍ୟବସାୟୀ ପାଲଟିଯାଇଛନ୍ତି। ମାତ୍ର ୧୧ ହଜାର ଟଙ୍କାରେ ଆରମ୍ଭ କରିଥିବା ବ୍ୟବସାୟର କାରବାର ଏବେ ୨ କୋଟି ଟଙ୍କା ଛୁଇଁଛି। ଡାଲ୍‌ଟନଗଞ୍ଜନିବାସୀ ଶିଳ୍ପୀ ୨୦୧୨ରେ ବେଙ୍ଗାଲୁରୁ ପଢିବା ପାଇଁ ଯାଇଥିଲେ। ସେଠାରେ ଶୁଦ୍ଧ ଗାଈ କ୍ଷୀର ପାଇବା ଲାଗି ସମସ୍ୟା ହେବାରୁ ପଢିବା ସମୟରେ ସେ କ୍ଷୀର ବ୍ୟବସାୟ ଲାଗି ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳେ କନ୍ନଡ କି ତାମିଲ ଭାଷା ଜଣା ନ ଥିଲା। ତଥାପି ସେ କୃଷକଙ୍କ ପାଖକୁ ଯାଇ ଶୁଦ୍ଧ କ୍ଷୀର ପାଇବାର ଉପାୟ ସମ୍ପର୍କରେ ସେମାନଙ୍କୁ ଅବଗତ କରିଥିଲେ। ଆରମ୍ଭରୁ କ୍ଷୀର ସଂଗ୍ରହ କରିବା ଲାଗି ତାଙ୍କୁ କର୍ମଚାରୀ ମିଳି ନ ଥିଲେ। ନିଜେ ରାତି ୩ଟାରୁ ଉଠି କୃଷକଙ୍କ ଘରେ ପହଞ୍ଚି ଯାଉଥିଲେ। ସୁରକ୍ଷା ଲାଗି ପାଖରେ ଛୁରି ଓ ଲଙ୍କାଗୁଣ୍ଡ ନେଇ ଯାଉଥିଲେ ଶିଳ୍ପୀ। ସେଠାରୁ କ୍ଷୀର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ୫୦୦ରେ ପହଞ୍ଚିଥିତ୍ଲା। ପରେ ଜାନୁୟାରୀ ୨୦୧୮ରେ ସେ ୧୧ ହଜାର ଟଙ୍କା ଖର୍ଚ୍ଚ କରି ମିଲ୍କ୍‌ ଇଣ୍ଡିଆ କମ୍ପାନୀ ଖୋଲିଥିଲେ। ପ୍ରଥମ ଦୁଇବର୍ଷରେ ଏହାର କାରବାର ୧ କୋଟିରେ ପହଞ୍ଚିଛି। ଶିଳ୍ପୀ ୧ରୁ ୯ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ କିଭଳି ଶୁଦ୍ଧ ଓ ସ୍ବାସ୍ଥ୍ୟକର କ୍ଷୀର ପାଇବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଭଲ କ୍ଷୀର ପାଇବା ଲାଗି କମ୍ପାନୀ ଗାଈଙ୍କଠାରେ ସୋମାଟିକ ସେଲ୍‌ ଗଣନା କରିବା ପାଇଁ ମେଶିନ ବ୍ୟବହାର କରୁଛି। ଏହି ସେଲ୍‌ ଯେତେ କମ୍‌ ରହିବ କ୍ଷୀର ସେତେ ସ୍ବାସ୍ଥ୍ୟକର ହୋଇଥାଏ ବୋଲି କହନ୍ତି ଶିଳ୍ପୀ। ସେ ଲୋକମାନଙ୍କଠାରୁ ଅର୍ଡର ଗ୍ରହଣ କରିବା ସମୟରେ ପ୍ରଥମେ ଶିଶୁଙ୍କ ବୟସ ସମ୍ପର୍କରେ ବୁଝିଥାନ୍ତି। ଶିଳ୍ପୀଙ୍କ କଥାରେ କୃଷକମାନେ ଗାଈଙ୍କୁ ସବୁଜ ଘାସ ଖୁଆଉଛନ୍ତି। ଏବେ ଗାଈଙ୍କୁ ମକା ଖାଇବାକୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri